/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727364052.jpg)
Police - Mafia
ସାଧାରଣ ଲୋକ ସନ୍ଦେହ କରୁଥିଲେ । ଏବେ ସତ ବୋଲି ଭାବିବେ । କାରଣ ସବୁବେଳେ ପୋଲିସ ସାଧାରଣ ଲୋକଙ୍କ କଥା କମ୍ ଶୁଣେ, ଆଉ ବଡ଼ ବଡ଼ିଆଙ୍କ କଥା ଅଧିକ ଶୁଣେ । ଯେମିତିକି ସବୁ ନିୟମ କାନୁନ କେବଳ ସାଧାରଣ ଲୋକଙ୍କ ପାଇଁ । ସେଇମାନେ ହିଁ ବେଶି ଭୁଲ କରନ୍ତି । ଆଉ ବଡ଼ ବଡ଼ିଆ ଭୁଲ କଲେ ସବୁ ମାଫ୍ କରିଦିଏ ପୋଲିସ । ଆଜ୍ଞା ହଁ ଏମିତି ଏକ ସରକାରୀ ଚିଠି ଲୋକଙ୍କୁ ଚକିତ କରିଛି । ଆଉ ସେହି ଚିଠି କହିଦେଉଛି ପୋଲିସର ପାରିବା ପଣିଆ। ଆଉ ବଡ଼ ବଡ଼ିଆଙ୍କ ପ୍ରତି ଥିବା ପ୍ରିତି ।
ଏହି ଚିଠିରୁ ଜଣାପଡ଼ୁଛି ଯେ,ପୋଲିସ ନିଜ ଡ୍ୟୁଟି ଛାଡ଼ି ଖଣି ମାଫିଆଙ୍କ କାମରେ ଲାଗିଛି ? ଏହି ଗୁମର ଫିଟାଇଲା ସବୁ ଏସପି ଓ ଡିସିପିଙ୍କୁ ଏଡିଜି ପଠାଇଥିବା ଚିଠି। ଏହି ଚିଠିରେ ଉଲ୍ଲେଖ ରହିଛି ଯେ, ଫିଲଡ ଡ୍ୟୁଟିରେ ଥିବା କିଛି ପୋଲିସ କର୍ମଚାରୀ ଅଣପୋଲିସ କାର୍ଯ୍ୟରେ ମାତିଛନ୍ତି । ଖଣି ଓ ଶିଳ୍ପାଞ୍ଚଳରେ ପରିବହନ କାର୍ଯ୍ୟରେ କିଛି ପୋଲିସ ସହାୟତା କରୁଛନ୍ତି। ଏହାକୁ ନେଇ ପୋଲିସ ଡିଜି ଚିନ୍ତାପ୍ରକଟ କରିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଏଡିଜି। କୌଣସି ପୋଲିସ ଏଭଳି କାର୍ଯ୍ୟ କରୁଥିଲେ ଗୁରୁତ୍ବର ସହ ନିଆଯିବ ଏବଂ ଏଭଳି କାର୍ଯ୍ୟ କରୁଥିବା ଅଫିସରଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଏଡିଜି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)