• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ସେ ପିଲାଙ୍କୁ ପାଠ ପଢ଼ାନ୍ତି... ପିଲାଙ୍କ ସହ ଖେଳନ୍ତି... ଆଉ ଛୋଟଛୋଟ ଛୁଆମାନଙ୍କର ଯତ୍ନ ନିଅନ୍ତି ଅଙ୍ଗନବାଡ଼ି ଦିଦି । ଆଉ ସବୁକିଛି ସରିବା ପରେ ସ୍କୁଲ ହତାରେ ଗଛମାନଙ୍କ ସହ କିଛି ସମୟ ବିତାନ୍ତି । ଏମିତି କଟେ ଅଙ୍ଗନବାଡି ଦିଦି ଲିଲି ପୁଷ୍ପିକା ଏକ୍କାଙ୍କ ସବୁଦିନଆ ସକାଳ । ଆଉ ତାଙ୍କର ଏହି ସ୍ୱତନ୍ତ୍ର ଜୀବନ ଶୈଳୀ ତାଙ୍କୁ ଆଜି ଏକ ନୂଆ ପରିଚୟ ଦେବାକୁ ଯାଉଛି । କାରଣ ସ୍ୱାଧୀନତା ଦିବସରେ ଦିଲ୍ଲୀ ଯିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କ ପାଖକୁ ଚିଠି ଆସିଛି ।

ଦିଲ୍ଲୀର ଲାଲକିଲ୍ଲା ଠାରେ ଆୟୋଜିତ ହେବାକୁ ଥିବା ୭୮ ତମ ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେବେ ଦିଦି ଲିଲି ପୁଷ୍ପିକା ଏକ୍କା । ତାଙ୍କର ନିଷ୍ଠାପର କର୍ତ୍ତବ୍ୟ ପାଇଁ ତାଙ୍କୁ ଏହି ଡକରା ଆସିଛି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ନିଳକନ୍ଦର ସାହିର ଅଙ୍ଗନବାଡି କର୍ମୀ ହେଉଛନ୍ତି ଲିଲି ପୁଷ୍ପିକା ଏକ୍କା । ସେ ଦୀର୍ଘ ବର୍ଷ ଧରି ଅଙ୍ଗନବାଡି କେନ୍ଦ୍ରରେ କୁନିକୁନି ପିଲାମାନଙ୍କୁ ଶିକ୍ଷାଦନ କରି ଆସୁଛନ୍ତି । ତାଙ୍କର ଏହି ସଫଳତା ପାଇଁ କୁନି କୁନି ପିଲାଙ୍କ ଅଭିଭାବକମାନେ ମଧ୍ୟ ଖୁବ୍‌ ଖୁସି ।

ସବୁଠାରୁ ବଡ଼ କଥା ହେଉଛି, ଅଙ୍ଗନବାଡି ଦିଦି ଲିଲି ପୁଷ୍ପିକାଙ୍କୁ ତାଙ୍କର ସବୁ କାମରେ ସାହଯ୍ୟ କରନ୍ତି ସ୍ୱାମୀ ପ୍ରମୋଦ ନାୟକ । ଗଛମାନଙ୍କର ଯତ୍ନ ନେବାଠାରୁ ଆରମ୍ଭ କରି ସବୁକାମରେ ତାଙ୍କ ସାଥ୍‌ ଦିଅନ୍ତି । ତେବେ ପତ୍ନୀ ଲିଲି ପୁଷ୍ପିକାଙ୍କୁ କେନ୍ଦ୍ର ସରକାର ସ୍ୱାଧୀନତା ଦିବସରେ ଦିଲ୍ଲୀ ଡାକିଥିବାରୁ ସେ ବେଶ୍‌ ଖୁସି ଜାହିର କରିଛନ୍ତି ।

ପିଲାମାନଙ୍କର ଶାରିରୀକ ଓ ବୌଦ୍ଧିକ ବିକାଶ କିଭଳି ହେବ, ଗର୍ଭବତୀ ଏବଂ କିଶୋରୀମାନଙ୍କ ସ୍ୱାସ୍ଥ୍ୟବସ୍ଥାର ଯତ୍ନ ନେବାନେଇ ସେ ନିରନ୍ତର ଭାବେ କାମ କରୁଛନ୍ତି । ଏଭଳି କର୍ମମୟ ଜୀବନରେ ତାଙ୍କୁ ଦିଲ୍ଲୀ ଯିବାକୁ ନିମନ୍ତ୍ରଣ ଆସିବାରୁ ସେ ଖୁସି ଜାହିର କରିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now