Advertisment

Odisha Anganwadi Centre: ପିଲାଙ୍କ ଭବିଷ୍ୟତ ସହ ଖେଳ; ମନ୍ଦିର ଦୋକାନ ଘର ପାଲଟିଛି ଅଙ୍ଗନୱାଡ଼ି କେନ୍ଦ୍ର

ଭଙ୍ଗା ଦଦରା ଟିଣ ତଳେ ଗଢା ଚାଲିଛି ଭବିଷ୍ୟତ। ଅଙ୍ଗନବାଡି କେନ୍ଦ୍ର ନାଁରେ ଦୋକାନ ଘରେ ଚାଲିଛି ପାଠପଢା। ହେଲେ କାହିଁକି ?

ଅଦ୍ୟତନ ହୋଇଛି
Anganwadi Center in sundargarh Bonai

Anganwadi Center in Bonai

Advertisment

ଭଙ୍ଗା ଦଦରା ଟିଣ ତଳେ ଗଢା ଚାଲିଛି ଭବିଷ୍ୟତ। ଅଙ୍ଗନବାଡି କେନ୍ଦ୍ର ନାଁରେ ଦୋକାନ ଘରେ ଚାଲିଛି ପାଠପଢା। ଶିଶୁଙ୍କ ମାନସିକ ଓ ଶାରୀରିକ ଅଭିବୃଦ୍ଧି ନିମନ୍ତେ ଉତ୍ତମ ପୁଷ୍ଟିକର ଖାଦ୍ୟ ସାଙ୍ଗକୁ ଉଚିତ ପରିବେଶ ମଧ୍ୟ ଆବଶ୍ୟକ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଙ୍ଗନୱାଡ଼ି କେନ୍ଦ୍ର ଗଠନ କରିଛନ୍ତି। କିନ୍ତୁ ସୁନ୍ଦରଗଡ଼ ଜିଲା ବଣାଇ ବ୍ଲକ ଅନ୍ତର୍ଗତ ବାଲିପାଟରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ରର ଅଜବ ଚିତ୍ର ସାମ୍ନାକୁ ଆସିଛି। ବାଲିପାଟରେ ଥିବା ମନ୍ଦିରର ବ୍ୟବସାୟୀକ ଦୋକନ ଘର ପାଲଟିଛି ଅଙ୍ଗନୱାଡ଼ି କେନ୍ଦ୍ର।

Advertisment

ଦେଖନ୍ତୁ ଭିଡିଓ |  5T ନାଁରେ ବଦଳିଗଲା ସ୍କୁଲର ରଙ୍ଗ....ଖସିଲା ଟାଇଲ୍‌, ଫାଟିଲା ମୁଣ୍ଡ

ଦୀର୍ଘ ଦୁଇ ବର୍ଷ ହେବ ଚାଲିଛି ପିଲାଙ୍କ ପାଠପଢ଼ା। କେନ୍ଦ୍ରର ଏପରି ଅବ୍ୟବସ୍ଥା ସମ୍ପକର୍ରେ ପଚାରିବା ବେଳେ ସହାୟିକା କହିଛନ୍ତି ଜାଣିଛନ୍ତି ସିଡ଼ିପିଓ ଜଣାଇଥିଲେ ମଧ୍ୟ ସେ ଚୁପ ରହିଛନ୍ତି। ବହୁବାର କେନ୍ଦ୍ରର ନିଜସ୍ବ କୋଠା ନିମନ୍ତେ ଅନୁରୋଧ କରାବା ପରେ ମଧ୍ୟ ନିଜସ୍ବ କୋଠା ନିର୍ମାଣ ହୋପାରିନି। ବାଲିପାଟ ଅଚଂଳରେ ଚାଲିଥିବା ଏହି ଅବ୍ୟବସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର ବର୍ଷାଦିନେ ବନ୍ଦ ରହୁଛି। ଯାହାଦ୍ବାରା ପିଲାଙ୍କ ପାଠପଢ଼ା ବ୍ୟାଘାତ ସୃଷ୍ଟି ହେଉଛି। କେନ୍ଦ୍ରରେ ସବୁ ପିଲାଙ୍କ ବସିବା ନିମେନ୍ତ ଉପଯୁକ୍ତ ସ୍ଥାନ ନାହିଁ।

Advertisment

ଛୋଟିଆ ଦୋକନ ଘର ହୋଇଥିବାରୁ ଏଠାରେ ପଲାଙ୍କ ଖାଦ୍ୟ ପ୍ରସ୍ତୁତ କରିବା ବିପଜ୍ଜନକ ହୋଇପାଡ଼ିଛି। ପାଚିକା ନିଜସ୍ବ ବାସଗୃହରେ ପିଲାଙ୍କ ଖାଦ୍ୟ ପ୍ରସ୍ତୁତ କରି ଆଣୁଛନ୍ତି। ମନ୍ଦିର ଦୋକାନ ଘର ହୋଇଥିବାରୁ ଆଖପଖରେ ଭିଡ଼ ଓ ଶବ୍ଦ ଯୋଗୁଁ ବିଶୃଙ୍ଖଳିତ ପରିବେଶ ସୃଷ୍ଟି ହେଉଛି। ଏତେ ସବୁ ଅସୁବିଧା ଯୋଗୁଁ ଧିରେ ଧରେି ଅଭିଭାବକ ମାନେ ପିଲଙ୍କୁ ଏଠାରେ ଛାଡ଼ିବାକୁ ନାରାଜ ହେଉଛନ୍ତି। ଯାହାଦ୍ବାରା ଧିରେ ଧିରେ ଶିଶୁମାନେ ଅଙ୍ଗନୱାଡ଼ି କେନ୍ଦ୍ରରୁ ମୁହଁ ଫେରାଉଛନ୍ତି । ଏନେଇ ବଣାଇ ସିଡ଼ିପିଓଙ୍କୁ ପଚାରିବାରୁ, ଅଙ୍ଗନବାଡି କେନ୍ଦ୍ର ପାଇଁ ମଞ୍ଜୁରୀ ମିଳିଯାଇଛି। ଖୁବଶୀଘ୍ର ଘର ଲେଆଉଟ୍ ଦିଆଯିବ ବୋଲି କହିଛନ୍ତି ।

ଅଧିକ ପଢ଼ନ୍ତୁ: ଆଇନମନ୍ତ୍ରୀଙ୍କ ବଡ଼ ବୟାନ; କହିଲେ ପରିବର୍ତ୍ତନ ହେବ ପରିକ୍ରମା ପ୍ରକଳ୍ପର ଡିଜାଇନ୍‌

Advertisment
Odisha News Sundargarh Anganwadi Centre
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ