Advertisment

ନୂଆ ଆମ୍ବୁଲାନ୍ସ ଗାଡ଼ି ଅଚଳ ! ପରମିଟ୍ ଥିବା ସତ୍ତ୍ବେ ହେଉନି ମରାମତି...

ଡାକ୍ତରଖାନା ପରିସରରେ ଗଦା ଗଦା ଅଚଳ ଆମ୍ବୁଲାନ୍ସ। ଦିନେ କି ଦୁଇ ଦିନ ନୁହଁ ମାସ ମାସ ବର୍ଷ ବର୍ଷ ଧରି  ପଡି ରହିଛି। ଆମ୍ବୁଲାନ୍ସ ଅଭାବକୁ ନେଇ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ ।

author-image
Sujit kumar Swain
ଅଦ୍ୟତନ ହୋଇଛି
Ambulances bite dust at Puri

Ambulances

ପୁରୀ ବଡ ଡାକ୍ତରଖାନା ପରିସରରେ ଅଚଳ ହୋଇ ପଡିରହିଛି ଅନେକ ଆମ୍ବୁଲାନ୍ସ । ଆମ୍ବୁଲାନ୍ସକୁ ସଚଳ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗର ଚଞ୍ଚଳତା ଦେଖାଯାଉନଥିବାବେଳେ କେବେ ସଚଳ ହେବ ଏଗୁଡିକ, ତାହା ପ୍ରଶ୍ନ କରିଛନ୍ତି ରୋଗୀ ।

Advertisment

ପୁରୀ ବଡ ଡାକ୍ତରଖାନା ପରିସରରେ ଗଦା ଗଦା ଅଚଳ ଆମ୍ବୁଲାନ୍ସ। ଦିନେ କି ଦୁଇ ଦିନ ନୁହଁ ମାସ ମାସ ବର୍ଷ ବର୍ଷ ଧରି  ପଡି ରହିଛି । ବଡକଥା ହେଉଛି ଆମ୍ବୁଲାନ୍ସ ରେଜିଷ୍ଟ୍ରେସନ ନମ୍ବରକୁ ଦେଖିଲେ ସ୍ପଷ୍ଟ ଜଣା ପଡୁଛି ଏହି ଗାଡି ବେଶୀ ଦିନର ନୁହଁ । OD 13 D 2013 ଆମ୍ବୁଲାନ୍ସଟି ରେଜିଷ୍ଟ୍ରି ହୋଇଥିଲା ୨୦୧୫ରେ । OD 13 F 9984 ରେଜିଷ୍ଟ୍ରେସନ ୨୦୧୮ ମସିହାରେ । ଏହି ଗାଡି ଜଗନ୍ନାଥ ବଲ୍ଲଭ ମଠ ପକ୍ଷରୁ ପୁରୀ ବଡଡାକ୍ତରଖାନାକୁ ଦିଆଯାଇଥିଲା,ଯାହା ଅଚଳ ହୋଇ ଏଠି ପଡିରହିଛି। ଏହାର ଅର୍ଥ ଏହି ଦୁଇ ଗାଡିର ପରମିଟ୍‌ ସରିନାହିଁ । କିନ୍ତୁ ୬ରୁ ୮ବର୍ଷ ତଳର ଗାଡି ମରାମତି ବଦଳରେ ଅଚଳ ହୋଇପଡିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକେ।  

ସେପଟେ ପୁରୀ ବଡଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ସ୍ଥାନାନ୍ତରଣ ବେଳେ ଆମ୍ବୁଲାନ୍ସ ନପାଇ ହଇରାଣ ହେଉଥିବା ଅଭିଯୋଗ ହୋଇଛି। 

Advertisment

ଗତ କିଛି ମାସ ତଳେ ଜଣେ ବଦାନ୍ୟ ବ୍ୟକ୍ତି ଦାନ କରିଥିବା ମହାପ୍ରୟାଣ ଗାଡିବି ସର୍କିଟ ହାଉସ ପରିସରରେ ପଡିରହିଛି ।  ଗାଡି ପ୍ରଦାନ ସମୟରେ ତତକାଳୀନ ଜିଲ୍ଲାପାଳ କହିଥିଲେ ଏହା ମୃତଦେହ ନେବାରେ ସାହାଯ୍ୟ କରିବ। କିନ୍ତୁ ୟାର ଅବସ୍ଥା ବି ନକହିଲେ ଭଲ। ଗାଡିକୁ ସ୍ବାସ୍ଥ୍ୟ ବିଭାଗକୁ ସ୍ଥାନାନ୍ତରିତ କରାଯାଇନଥିବାବେଳେ କିଏ ଏହାର ଦାୟିତ୍ବ ନିର୍ବାହ କରିବ ତାର ଉତ୍ତର କାହା ପାଖରେ ନାହିଁ ।

କାହିଁକି ନୂଆ ଆମ୍ବୁଲାନ୍ସ ଗାଡ଼ି ଅଚଳ ? କେବେ ହେବ ସଚଳ ? ଗାଡ଼ିର ପରମିଟ୍ ଥିବା ସତ୍ତ୍ବେ କାହିଁକି ମରାମତି ହେଉନି ? ଏଭଳି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଲୋକ। ଆମ୍ବୁଲାନ୍ସ ଅଭାବକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । 

Govt Hospitals Ambulance
Advertisment
Advertisment