/odishatv-khabar/media/post_attachments/uploadimage/library/16_9/16_9_0/IMAGE_1729328367.jpg)
Rural Development Minister
ବଦଳିବ ‘ଆମ ଓଡିଶା, ନବୀନ ଓଡିଶା’ର ନାଁ। ‘ବିକଶିତ ଗାଁ ବିକଶିତ ଓଡିଶା ନାଁରେ ଚାଲିବ କାର୍ଯ୍ୟକ୍ରମ। ଦୁଇ ଦିନ ଭିତରେ ଗାଇଡ ଲାଇନ୍ ଆଣିବେ ସରକାର। ଆଜି ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ।
ଏହି ଯୋଜନାରେ ପଲ୍ଲୀସଭାକୁ ଗୁରୁତ୍ୱ ଦିଆଯିବ।ପଂଚାୟତ ପ୍ରତିନିଧିଙ୍କୁ ଦିଆଯିବ କ୍ଷମତା, ଲୋକଙ୍କ ପ୍ରସ୍ତାବ ଅନୁସାରେ ହେବ ଗାଁ ଆଉ ପଂଚାୟତର ବିକାଶ। ଖାଲି ଏତିକି ନୁହେଁ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରାଯିବ ବୋଲି କହିଛନ୍ତି ପଞ୍ଚାୟିତରାଜ ମନ୍ତ୍ରୀ। ଲୋକଙ୍କ ଆଭିମୁଖ୍ୟକୁ ନେଇ ଗାଇଡଲାଇନ୍ ଅଣାଯାଉଥିବା କହିଛନ୍ତି ମନ୍ତ୍ରୀ।
ଖାଲି ଏତିକି ନୁହେଁ ପୂର୍ବ ସରକାରଙ୍କୁ ଏହି ଅବସରରେ ନିଶାନା କରିଛନ୍ତି। ଆମ ଓଡିଶା ନବୀନ ଓଡ଼ିଶାରେ ପଂଚାୟତ ପ୍ରତିନିଧି ମାନେ ପ୍ରଥମ ଥର ପାଇଁ ଆନ୍ଦୋଳନକୁ ଓହ୍ଲାଇ ଥିଲେ। କୋଭିଡ ସମୟରେ ପୂର୍ବ ସରକାର ସେମାନଙ୍କୁ ଜିଲ୍ଲାପାଳ ଆଖ୍ୟା ଦେଇ ପରେ କ୍ଷମତା ହଟାଇ ଦେଲେ। କିନ୍ତୁ ବିଜେପି ସରକାର ଲୋକଙ୍କ ଅନୁସାରେ କାମ କରିବ.ପଂଚାୟତ ପ୍ରତିନିଧି ମାନଙ୍କୁ ସଶକ୍ତ କରାଯିବ ବୋଲି ସେ ଦୋହରାଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)