Advertisment

Allegations Of Corruption In Bridge Construction: ଯାଜପୁରରେ ବିକାଶ ନାଁରେ ରାଜକୋଷ ଲୁଟ୍ ! ୯ କିଲୋମିଟର ରାସ୍ତାରେ ନିର୍ମାଣ ହୋଇଛି ୧୨ ସେତୁ...

୯ କିଲୋମିଟର କେନାଲ ପାର୍ଶ୍ବ ରାସ୍ତାକୁ ଯୋଡ଼ିବା ପାଇଁ ନିର୍ମାଣ ହୋଇଛି ୧୨ଟି ସେତୁ । ଯାଜପୁର ମୁକେଇପୁର ଠାରୁ ମାଳହାଟ ଯାଏ ରାସ୍ତାରେ ଗଲେ ଦେଖିବାକୁ ମିଳିବ ଏହି ମାଳମାଳ ସେତୁ ।

Allegations Of Corruption In Bridge Construction

Allegations Of Corruption In Bridge Construction

Advertisment

ଯାଜପୁରରେ ବିକାଶ ନାଁରେ ସେତୁ ଦୁର୍ନୀତି ଅଭିଯୋଗ । ୯ କିଲୋମିଟର କେନାଲ ପାର୍ଶ୍ବ ରାସ୍ତାକୁ ଯୋଡ଼ିବା ପାଇଁ ନିର୍ମାଣ ହୋଇଛି ୧୨ଟି ସେତୁ । ଯାଜପୁର ମୁକେଇପୁର ଠାରୁ ମାଳହାଟ ଯାଏ ରାସ୍ତାରେ ଗଲେ ଦେଖିବାକୁ ମିଳିବ ଏହି ମାଳମାଳ ସେତୁ । ନିର୍ମାଣ ସରିଛି, ହେଲେ କାମରେ ଆସୁନି । କେନାଲର ବାମପାର୍ଶ୍ବ ରାସ୍ତାକୁ ଲକ୍ଷ କରି ସେତୁ ନିର୍ମାଣ ହୋଇଥିବା ବେଳେ ଡାହାଣ ପାଖ ରାଜ୍ୟ ରାଜପଥ ଠାରୁ ଏହି ସେତୁ ୬ରୁ ୭ ଫୁଟ ଉଚ୍ଚରେ ରହିଛି । ଲୋକଙ୍କ କାମରେ ଆସୁନଥିବା ଏହି ସେତୁ ଗୁଡ଼ିକ ଠିକାଦାରଙ୍କୁ ପୋଷିବା ପାଇଁ ନିର୍ମାଣ ହୋଇଥିବା ଅଭିଯୋଗ ହୋଇଛି ।

Advertisment

ବିକାଶ ନାଁରେ ରାଜକୋଷ ଲୁଟ୍ ! ୯ କିଲୋମିଟର ରାସ୍ତାରେ ନିର୍ମାଣ ହୋଇଛି ୧୨ ସେତୁ । କେନାଲ ଦୁଇ ପାର୍ଶ୍ବ ରାସ୍ତା ଯୋଡ଼ିବାକୁ ସେତୁ ଦୁର୍ନୀତି ! ଦୁର୍ନୀତିର ପୋଲ୍ ଖୋଲିଦେଲା ପୋଲ । ଯାଜପୁରରେ କେମିତି ବିକାଶ ନାଁରେ ଠିକାଦାର ପୋଷାନୀତି ଚାଲିଥିଲା ତାହାର ଖୋଲିଲା ପୋଲ୍ । ଜଳ ସଂପଦ ବିଭାଗ କେନାଲ ଉପରେ ପୂର୍ତ୍ତ ବିଭାଗ ନିର୍ମାଣ କରିଛି ମାଳ ମାଳ ସେତୁ । କେନାଲ ଦୁଇ ପାର୍ଶ୍ବରେ ଥିବା ରାସ୍ତାକୁ ଯୋଡ଼ିବାକୁ ୯ କିଲୋମିଟର ଭିତରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ୧୨ଟି ସେତୁ ନିର୍ମାଣ କରାଯାଇଛି । 
ଯାଜପୁର ମୁକେଇପୁର ଠାରୁ ମାଳହାଟ ଯାଏ ରାସ୍ତାରେ ଗଲେ ଦେଖିବାକୁ ମିଳିବ ଏହି ମାଳମାଳ ସେତୁ । ବଡ଼ କଥା ହେଉଛି ଏହି ସବୁ ସେତୁର ଉଚ୍ଚତା ଏତେ ଯେ ଏହା କେମିତି ଲୋକଙ୍କ ବ୍ୟବହାରେ ଲାଗିବ ତାକୁ ନେଇ ଉଠିଛି ପ୍ରଶ୍ନ । ସେତୁ ଯେଉଁ ରାଜ୍ୟ ରାଜପଥକୁ ସଂଯୋଗ କରିବା କଥା ସେହି ସେତୁ ମୁଖ୍ୟ ରାସ୍ତାଠାରୁ ୬ରୁ ୭ଫୁଟ ଉଚ୍ଚରେ ରହିଛି । ନିର୍ମାଣ ହୋଇଥିବା ସେତୁକୁ ରାସ୍ତା ସହ ଯୋଡ଼ିବାକୁ ହେଲେ ପୁଣି କୋଟି କୋଟି ଟଙ୍କା ଖର୍ଚ୍ଚ କରି ସର୍ଭିସ ରୋଡ କରିବାକୁ ପଡ଼ିବ। ତେଣୁ ଏହି ସେତୁ ଗୁଡ଼ିକ ଏବେ ଲୋକଙ୍କ କାମରେ ଆସୁନି। ଏଭଳି ସ୍ଥଳେ ମାଳମାଳ ସେତୁ କାହା ପାଇଁ ବୋଲି ପ୍ରଶ୍ନ ଉଠିବା ସହ ଦୁର୍ନୀତିର ଗନ୍ଧ ବାରିଛନ୍ତି ଯାଜପୁର ବାସିନ୍ଦା। 

ଏହା ସହ ପଢ଼ନ୍ତୁ: ସିଏମଙ୍କ କଡ଼ା ୱାର୍ଣ୍ଣିଂ, ଏ ସରକାର କେତେବେଳେ ବି ବାନ୍ଧିପାରେ!

 

୯ କିଲୋମିଟର ଭିତରେ ଯେଉଁ ସବୁ ସ୍ଥାନରେ ୧୨ଟି ସେତୁ ନିର୍ମାଣ କରାଯାଇଛି ସେହି ସ୍ଥାନରେ ଜନବସତି ନାହିଁ। ତେଣୁ ଏହି ସେତୁ କିଏ ବ୍ୟବହାର କରିବ ବୋଲି ପ୍ରଶ୍ନ ଉଠିଛି । ଶହ ଶହ କୋଟି ବ୍ୟୟରେ ନିର୍ମାଣ ହୋଇଥିବା ବୈତରଣୀ ବାମ ପାର୍ଶ୍ବରେ ନଦୀ ବନ୍ଦ ରାସ୍ତା ଉଚ୍ଚତାରେ ଏହି ସେତୁ କରାଯାଇଛି। ତେବେ ଡାହାଣ ପାଖରେ ଥିବା ରାଜ୍ୟ ରାଜପଥଠାରୁ ଏହି ସେତୁ ୬ରୁ ୭ ଫୁଟ ଉଚ୍ଚରେ ରହୁଛି । କୋଟି କୋଟି ଟଙ୍କା ବ୍ୟୟରେ ସେତୁ ଗୁଡ଼ିକ ନିର୍ମାଣ ସରିଥିଲେ ବି କାମରେ ଆସୁନି। 

Advertisment

ଘଟଣାର ତଦନ୍ତ କରି ଦୁର୍ନୀତିର ପର୍ଦ୍ଦାଫାସ କରିବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ତେବେ ଏପ୍ରସଙ୍ଗରେ ପୂର୍ତ୍ତ ବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ଜମି ଅଧିଗ୍ରହଣ ପରେ ରାସ୍ତା ସଂପ୍ରସାରଣ କରାଯିବ, ତେଣୁ ସମୟ ଲାଗିବ। କେନାଲ ଜଳ ସଂପଦ ବିଭାଗର ହୋଇଥିବାରୁ ପୂର୍ବରୁ ମଧ୍ୟ ଯିବା ଆସିବା ପାଇଁ ବିଭିନ୍ନ ସ୍ଥାନରେ ଅନେକ ସେତୁ ରହିଛି। ଏଭଳି ସ୍ଥଳରେ ଅତିରିକ୍ତ ୧୨ଟି ସେତୁ କାହିଁକି ନିର୍ମାଣ ହେଲା ତାକୁ ନେଇ ଉଠିଛି ପ୍ରଶ୍ନ ?

ଏହା ସହ ପଢ଼ନ୍ତୁ: Odisha Paddy Procurement: ଧାନ ସଂଗ୍ରହକୁ ନେଇ କଥା କଟାକଟି, କେନ୍ଦ୍ର ଅନୁମତିରେ ମିଳୁନି ବୋନସ୍ !

Advertisment
Jajpur Bridge Construction Bridge Corruption
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ