Advertisment

Stop Crime: ପୋଲିସ ଟାର୍ଗେଟ୍‌ରେ ଅପରାଧୀ; ରାତି ୧୦ ପରେ ଦୋକାନରେ ଝୁଲିବ ତାଲା

ଦୋକାନ ଖୋଲା ରହିଲେ ରାତିରେ ବିଭିନ୍ନ ଅପରାଧିକ କାର୍ଯ୍ୟରେ ଲିପ୍ତ ରହୁଥିବା ଅପରାଧୀମାନେ ଗୋଟିଏ ସ୍ଥାନରେ ଏକାଠି ହେବାର ସୁଯୋଗ ପାଉଛନ୍ତି। ଏଣୁ ଏସବୁ ଉପରେ ଅଙ୍କୁଶ ଲଗାଇବାକୁ ପୋଲିସ ପ୍ରଶାସନ ଏହି ପଦକ୍ଷେପ ନେଇଛି। ତେବେ ଆଜିଠାରୁ ଏହାକୁ କଡାକଡି ଭାବେ ପାଳନ୍ କରାଯିବା ନେଇ ନୋଟିସ ରେ ଉଲ୍ଲେଖ ରହିଛି।

ଅଦ୍ୟତନ ହୋଇଛି
Sundargarh

Sundargarh

Advertisment

ସାବାଡ୍ ହେବେ ଅପରାଧୀ। ଆଉ ଖୁଲମଖୁଲା ବୁଲି ପାରିବେନି। ରାତିରେ ଦୋକାନ ବଜାରରେ କରିପାରିବେନି ଖଟି। ଏଥିପାଇଁ ବଡ଼ ପଦକ୍ଷେପ ନେଇଛି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ। ଏଣିକି ରାତି ୧୦ଟା ପରେ ଦୋକାନରେ ଝୁଲିବ ତାଲା। ଏନେଇ ପୋଲିସ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଯଦି ନିୟମ ଖିଲାପ ହୁଏ ତେବେ ନିଆଯିବ କଡ଼ା ଆକ୍ସନ।

Advertisment

ସୁନ୍ଦରଗଡ଼ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଦିନକୁ ଦିନ ଅପରାଧୀକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ତେବେ ଏଥିରେ କିପରି ସୁଧାର ଆସିବ ଓ ଆଇନଶୃଙ୍ଖଳା ପରିସ୍ଥିତି କିଭଳି ଠିକ୍ ରହିବ ସେନେଇ ଜିଲ୍ଲା ପ୍ରଶାସନ ଅଣ୍ଟାଭିଡ଼ିଛି। ଜିଲ୍ଲା ପୋଲିସ ବିଭାଗ ଏନେଇ ବଡ଼ ପଦକ୍ଷେପ ନେଇଛି। ରାତି ୧୦ ଟା ପରେ ସହରର ସମସ୍ତ ଦୋକାନ ବଜାର ବନ୍ଦ କରିବାକୁ ଜାରି ହୋଇଛି ନିର୍ଦ୍ଦେଶନାମା।

ଏନେଇ ଟାଉନ ଥାନା ଅଧିକାରୀ ସହରରେ ଥିବା ସମସ୍ତ ଦୋକାନୀମାନଙ୍କୁ ନୋଟିସ ଦେଇଛନ୍ତି। ଏଥିସହ ଏଥିରେ ଖିଲାପ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉଲ୍ଲେଖ କରିଛନ୍ତି। ଦୋକାନ ଖୋଲା ରହିଲେ ରାତିରେ ବିଭିନ୍ନ ଅପରାଧିକ କାର୍ଯ୍ୟରେ ଲିପ୍ତ ରହୁଥିବା ଅପରାଧୀମାନେ ଗୋଟିଏ ସ୍ଥାନରେ ଏକାଠି ହେବାର ସୁଯୋଗ ପାଉଛନ୍ତି। ଏଣୁ ଏସବୁ ଉପରେ ଅଙ୍କୁଶ ଲଗାଇବାକୁ ପୋଲିସ ପ୍ରଶାସନ ଏହି ପଦକ୍ଷେପ ନେଇଛି। ତେବେ ଆଜିଠାରୁ ଏହାକୁ କଡା କଡି ଭାବେ ପାଳନ୍ କରାଯିବା ନେଇ ନୋଟିସ ରେ ଉଲ୍ଲେଖ ରହିଛି।

Advertisment

ଅଧିକ ପଢ଼ନ୍ତୁ : ଏଇଠି ପାପ ଧୋଇଥିଲେ ମହାଦେବ, କେମିତି ବଦଳି ଗଲା ଖଣ୍ଡଗିରିର ନାଁ?

Sundargarh Market Closure
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ