• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ସହର ବାସୀଙ୍କୁ ଥଣ୍ଡା ପାନୀୟଜଳ ଯୋଗାଇବା ପାଇଁ ସରକାରଙ୍କ କାହିଁରେ କ'ଣ ଯୋଜନା । ହେଲେ କଟକ ସହରରେ ଅଚଳ ପାନୀୟଜଳ ପ୍ରକଳ୍ପ ଫଳରେ ମୁଣ୍ଡ ଫଟା ଖରାରେ ପାଣି ପାଇଁ ଡହଳ ବିକଳ ସାଧାରଣ ଲୋକେ । ଯଦି ଫେବ୍ରୁଆରୀ ମାସରୁ ସ୍ଥିତି ଏମିତି ତେବେ ଆଗକୁ କଣ ହେବ ସେ ନେଇ ଲୋକଙ୍କ ବଢିଛି ଚିନ୍ତା । 

ରାସ୍ତା କଡ଼ରେ ପାନୀୟଜଳ ପ୍ରକଳ୍ପ। କେଉଁଠି ଟ୍ୟାପ ଭାଙ୍ଗି ଯାଇଛି ତ କେଉଁଠି ଟ୍ୟାପରେ ପାଣି ଆସୁନି। ଜରାଜୀର୍ଣ୍ଣ ଅବସ୍ଥାରେ ଅଚଳ ଥଣ୍ଡା ପାନୀୟଜଳ ପ୍ରକଳ୍ପ । ରାସ୍ତା କଡ଼ରେ ପଥଚାରୀଙ୍କ ପାଇଁ  ବିଭିନ୍ନ ସ୍ଥାନରେ ତିଆରି ହୋଇଥିଲା ପ୍ରକଳ୍ପ । ଆଜି ସବୁ ଅଚଳ ହୋଇ ପଡିରହିଛି । କେଉଁଠି ସିଏମସି ତରଫରୁ ତ କେଉଁଠି ବଦାନ୍ୟ ବ୍ୟକ୍ତିଙ୍କ ତରଫରୁ ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥା ସବୁ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହୋଇଗଲାଣି ।

ସହରରେ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନାରେ କିଓସ୍କ ବସାଯାଇଛି । ହେଲେ କେଉଁଠି ଚାଲୁଛି ତ କେଉଁଠି ବନ୍ଦ ରହିଛି । ଆଉ ଯେଉଁଠି ଆବଶ୍ୟକତା ରହିଛି ସେଠାରେ ପାନୀୟ ଜଳର ସୁବିଧା ନାହିଁ । ବସ୍ ଷ୍ଟାଣ୍ଡ ଗୁଡ଼ିକରେ ଏହି ଯୋଜନା ଅଚଳ । ସେପଟେ ମୁଣ୍ଡଫଟା ଖରା ହେଉଥିବା ବେଳେ ଏପର୍ଯ୍ୟନ୍ତ ସିଏମସି ତରଫରୁ ଜଳ ଛତ୍ର ଯୋଜନା ଆରମ୍ଭ ହୋଇନି । ଏ ନେଇ ସିଏମସି ମେୟରଙ୍କୁ ପଚାରିବାରୁ ଖୁବ ଶୀଘ୍ର ବୈଠକ କରାଯାଇ ଜଳଛତ୍ର  ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି  ।

ଖରା ଆରମ୍ଭରୁ କଟକ ସହରରେ ପାଣି ପାଇଁ ଲୋକେ ଡହଳ ବିକଳ ହେଲେଣି, ଏଥିରୁ ସ୍ପଷ୍ଟ ହେଉଛି ଯେ ଲୋକଙ୍କୁ ସୁବିଧା ଯୋଗାଇବା ଲାଗି ସିଏମସି କେତେ ତତ୍ପର । 

  • Reported by:
  • PRAVAT BISOI