Advertisment

ମଲା ପରେ ମିଳିଲାନି କାଠ, ଭିକ ମାଗି ଶେଷକୃତ୍ୟ କଲା ଭଉଣୀ

ନୀଳଗିରି ବ୍ଲକ ଧୋବଶୀଳା ଗ୍ରାମରୁ ଆସିଛି ବିକଳ ଚିତ୍ର ।

author-image
Satyendu Shekher Mishra
Sad Story

Sad Story

ଭାଇର ମୃତ୍ୟୁପରେ ମିଳିଲାନି କାଠ। ଗରିବ ଭଉଣୀ ଘର ଘର ବୁଲି ନିଜ ଛୁଆ ପିଲାଙ୍କ ସହ ଭିକ ମାଗି ଭାଇର ଶୁଦ୍ଧକ୍ରିୟା ଲାଗି ଉଦ୍ୟମ କରିଥିଲେ। ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ ଧୋବଶୀଳା ଗ୍ରାମରେ ଦେଖିବାକୁ ମିଳିଥିଲା ଏଭଳି କରୁଣ ଚିତ୍ର । ଗ୍ରାମର ରମେଶ ବିନ୍ଧାଣି ସପ୍ତାହକ ତଳେ ଅସୁସ୍ଥ ଯୋଗୁଁ ମୃତ୍ୟବରଣ କରିଥିଲେ। ତାଙ୍କ ପାଖରେ ଥିବା ଭଉଣୀ ଜୁନ ବିନ୍ଧାଣୀ କିଛି ଉପାୟ ନପାଇ ସାହି ପଡିଶାଙ୍କ ସହାୟତାରେ ଶେଷକୃତ୍ୟ କରିଥିଲେ। ଏବେ ଅସହାୟ ଜୁନ ବିନ୍ଧାଣୀ ନିଜ ଭାଇର ଜରି ଲାଗିଥିବା ଘରେ ନିଜ ପିଲା ଛୁଆ ସହ ଭିକ ମାଗି ଶେଷକୃତ୍ୟ ପାଇଁ ଉଦ୍ୟମ ଚଳାଇଛନ୍ତି। ଜୁନଙ୍କୁ ପ୍ରଶାସନିକ ସ୍ତରରେ ସହାୟତା ଲାଗି ଗ୍ରାମବାସୀ ନିବେଦନ କରିଛନ୍ତି।

Advertisment

 

Advertisment
Advertisment