Advertisment

ପୋଲାଭରମ ପ୍ରକଳ୍ପ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିଲେ ସ୍ବତନ୍ତ୍ର ଟିମ୍, ବହୁ ଅଞ୍ଚଳ ବୁଡ଼ିଯିବା ଆଶଙ୍କା

କୌଣସି କ୍ଷୟକ୍ଷତି ଆକଳନ ନ କରି ଆନ୍ଧ୍ର ସରକାର ପୋଲାଭରମ ପ୍ରକଳ୍ପ ନିର୍ମାଣ କରୁଥିବାରୁ ତଳିଆ ଅଂଚଳର ଗାଁ ଗଣ୍ଡା ସହ ଜଙ୍ଗଲ ଜମି ଏବଂ ଶହ ଶହ ଏକର ଚାଷ ଜମି ବୁଡିଯିବା ଆଶଙ୍କା ରହିଥିବା କହିଛନ୍ତି ଟିମ୍ ମୁଖ୍ୟ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Polavaram Project Odisha

Polavaram Project

ଆନ୍ଧ୍ରପ୍ରଦେଶର ପୋଲାଭରମ ପ୍ରକଳ୍ପ ଦ୍ବାରା କ୍ଷତିଗ୍ରସ୍ତ ମାଲକାନଗିରି ଜିଲ୍ଲାର ମୋଟୁ ଅଂଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛି ସ୍ବତନ୍ତ୍ର ଅନୁସନ୍ଧାନ ଟିମ୍ । ଟିମ୍‌ର ସଦସ୍ୟମାନେ ମୋଟୁ ତହସିଲ ଅନ୍ତର୍ଗତ ମୋଟୁ, ବିନାୟକପୁର, ଆଲମା ଓ ମୋଟୁ ସଙ୍ଗମସ୍ଥଳ ମୁଗୀ ପଏଣ୍ଟ ଏବଂ ଛତିଶଗଡ଼ ଦ୍ୱାରା ନିର୍ମିତ ସାବେରୀ ସେତୁ ପରିଦର୍ଶନ କରି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ ।

Advertisment

କୌଣସି କ୍ଷୟକ୍ଷତି ଆକଳନ ନ କରି ଆନ୍ଧ୍ର ସରକାର ପୋଲାଭରମ ପ୍ରକଳ୍ପ ନିର୍ମାଣ କରୁଥିବାରୁ ତଳିଆ ଅଂଚଳର ଗାଁ ଗଣ୍ଡା ସହ ଜଙ୍ଗଲ ଜମି ଏବଂ ଶହ ଶହ ଏକର ଚାଷ ଜମି ବୁଡିଯିବା ଆଶଙ୍କା ରହିଥିବା କହିଛନ୍ତି ଟିମ୍ ମୁଖ୍ୟ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ । ପୋଲାଭରମ ପ୍ରକଳ୍ପ ଶେଷ ହେବାକୁ ବସିଲାଣି ଅଥଚ ପ୍ରଭାବିତ ଅଂଚଳରେ ଜନ ଶୁଣାଣି ହୋଇ ନ ଥିବାରୁ ପ୍ରଭାବିତ ଲୋକେ କିଭଳି ଥଇଥାନ ସହ କ୍ଷତିପୂରଣ ପାଇବେ, ସେ ନେଇ ପ୍ରଶ୍ନ ଉଠାଇବା ସହ ତୁରନ୍ତ ଏ ଦିଗରେ କେନ୍ଦ୍ର ସରକାର ଧ୍ୟାନ ଦେବାକୁ ଦାବି କରିଛନ୍ତି । ଟିମ୍‌ରେ ମହାନଦୀ ବଞ୍ଚାଓ ଆନ୍ଦୋଳନର ସମସ୍ତ ସଦସ୍ୟଙ୍କ ସହ ଆମ ଜନତା ଅଧିକାର ପୂର୍ବତନ ବିଧାୟକ ନିମାଇଁ ସରକାର ପ୍ରମୁଖ ସାମିଲ ଥିଲେ ।

ସେପଟେ ପୋଲାଭରମ୍ ପ୍ରସଂଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେଡି l ଗୋଟିଏ ରାଜ୍ୟର ସୁବିଧା ପାଇଁ ଆଉ ଗୋଟେ ରାଜ୍ୟକୁ ବୁଡାଇବା କେତେଦୂର ଠିକ୍ l କେନ୍ଦ୍ର ଓ ରାଜ୍ୟ ସରକାର ଏହା ଉପରେ ଗୁରୁତ୍ବ ଦେବା ଆବଶ୍ୟକ l ପୋଲାଭରମ ନ୍ୟାୟ ନ ମିଳିବା ଯାଏ ବିଜେଡି ଲଢେଇ ଜାରି ରଖିବ l ବିଜେଡିର ଏକ ଟିମ୍ କ୍ଷତିଗ୍ରସ୍ତ ଅଂଚଳ ବୁଲିବ ଓ ଲୋକଙ୍କ ସହ ଆଲୋଚନା କରି ପରବର୍ତ୍ତି ପଦକ୍ଷେପ ଗ୍ରହଣ କରିବ ବୋଲି କହିଛନ୍ତି ଗଣେଶ୍ବର ବେହେରା। ତେବେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କାହାରି ପ୍ରତିକ୍ରିୟା ମିଳିପାରିନାହିଁ ।

Advertisment

Polavaram Project Polavaram Project Controversy
Advertisment
Advertisment