Advertisment

ରବି ଟକିଜ୍ ଛକରେ ଚାଞ୍ଚଲ୍ୟ, ଚଳନ୍ତା କାରରୁ ଖସିଲା ନାଗ

ତେବେ ଟ୍ରାଫିକ କନେଷ୍ଟବଳ ଚାରିପଟୁ ଗାଡ଼ିକୁ ବନ୍ଦ କରିଦେବାରୁ ସାପଟି ସୁରକ୍ଷିତ ଭାବେ ନିକଟସ୍ଥ ଫୁଟପାଥକୁ ଚାଲିଯାଇଥିଲା ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Snake Rescued From Moving Car In Odisha's Bhubaneswar

Snake Rescued

ଚଳନ୍ତା କାରରୁ ଖସି ପଡ଼ିଲା ନାଗ। ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ବର ରବି ଟକିଜ ଛକରେ। କାରରୁ ସାପଟି ଖସିବା ବେଳେ ଜଣେ ଟ୍ରାଫିକ କନେଷ୍ଟବଳ ଟ୍ରାଫିକ ପୋଷ୍ଟରେ ଥିବା ବେଳେ ଆଉଜଣେ ତଳେ ରହି ଟ୍ରାଫିକ ନିୟନ୍ତ୍ରଣ କରୁଥିଲେ। ଠିକ୍ ଏତିକି ବେଳେ ଟ୍ରାଫିକ ସିଗ୍ନାଲ ପରେ କେଦାରଗୌରୀ ପଟୁ କଳ୍ପନା ଆଡ଼କୁ ଯାଉଥିବା ଏକ କାର ତଳୁ ଏକ ନାଗ ସାପ ଖସି ପଡ଼ିଥିଲା । ହଠାତ୍ ଏକ ସାପ ଚଳନ୍ତା କାରରୁ ଖସିବା ଦେଖି ଅନ୍ୟ ଗାଡ଼ି ଚାଳକ ବ୍ୟସ୍ତ ହୋଇପଡିଥିଲେ।

Advertisment

ତେବେ ଟ୍ରାଫିକ କନେଷ୍ଟବଳ ଚାରିପଟୁ ଗାଡ଼ିକୁ ବନ୍ଦ କରିଦେବାରୁ ସାପଟି ସୁରକ୍ଷିତ ଭାବେ ନିକଟସ୍ଥ ଫୁଟପାଥକୁ ଚାଲିଯାଇଥିଲା । ପରେ ଖବରପାଇ ସ୍ନେକ୍ ହେଲ୍ପଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ଏକ ୩ ଫୁଟ ଲମ୍ବର ନାଗ ସାପକୁ ଉଦ୍ଧାର କରିଥିଲେ । ପରେ ନାଗ ସାପଟିକୁ ପ୍ରାକୃତିକ ଆବାସସ୍ଥଳୀରେ ଛାଡି ଦିଆଯାଇଥିଲା ।

ସେପଟେ ସାପଟି କେଉଁଠୁ ଆସିଥିଲା, କାର ଚାଳକଙ୍କ ଜାଣତରେ ବା ଅଜାଣତରେ ଘଟଣା ଘଟିଗଲା ତାହା ଜଣା ପଡ଼ିନାହିଁ । ଯଦି ରବି ଟକିଜ୍ ଛକରେ ଥିବା ଟ୍ରାଫିକ ପୋଷ୍ଟରେ ଲାଗିଥିବା CCTV କ୍ୟାମେରାର ଫୁଟେଜ ଯାଞ୍ଚ କଲେ କେଉଁ କାରରୁ ନାଗ ସାପଟି ଖସି ପଡ଼ିଥିଲା ତାହା ଜଣା ପଡ଼ିପାରନ୍ତା ବୋଲି କହିଛନ୍ତି ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ।

Advertisment

Snake Rescued
Advertisment
Advertisment