Advertisment

No Petrol In Bottles: ପେଟ୍ରୋଲ୍ ନେବାର ଅଜବ ଉପାୟ; ସିଧା ଖୋଲି ଆଣିଲେ ଟାଙ୍କି

ପେଟ୍ରୋଲ୍ ନେବାର ଅଜବ ଉପାୟ। ସିଧା ଖୋଲି ଆଣିଲେ ଟାଙ୍କି। ବୋତଲରେ ସିନା ଦିଆଯିବନି, ହେଲେ ଟାଙ୍କିରେ ତ ଦିଆଯିବ! ତାହା ଗାଡିରେ ଲାଗିଥାଉ ବା ବାହାରେ ଥାଉ। ବୋଧହୁଏ ଏମିତି ଆଇଡିଆ ତାଙ୍କ ମୁଣ୍ଡକୁ ଜୁଟିଲା, ଆଉ ତେଲ ନେବା ପାଇଁ ସେ ସିଧା ଖୋଲି ଆଣିଲେ ଟାଙ୍କି।

author-image
Prasan Subudhi
ଅଦ୍ୟତନ ହୋଇଛି
ବାଇକ୍ ଟାଙ୍କି ଧରି ହାଜର

ବାଇକ୍ ଟାଙ୍କି ଧରି ହାଜର

ପେଟ୍ରୋଲ୍ ନେବାର ଅଜବ ଉପାୟ। ସିଧା ଖୋଲି ଆଣିଲେ ଟାଙ୍କି। ବୋତଲରେ ସିନା ଦିଆଯିବନି, ହେଲେ ଟାଙ୍କିରେ ତ ଦିଆଯିବ! ତାହା ଗାଡିରେ ଲାଗିଥାଉ ବା ବାହାରେ ଥାଉ। ବୋଧହୁଏ ଏମିତି ଆଇଡିଆ ତାଙ୍କ ମୁଣ୍ଡକୁ ଜୁଟିଲା, ଆଉ ତେଲ ନେବା ପାଇଁ ସେ ସିଧା ଖୋଲି ଆଣିଲେ ଟାଙ୍କି।

Advertisment

ପେଟ୍ରୋଲ ପମ୍ପରେ ଆଉ ପ୍ଲାଷ୍ଟିକ ବୋତଲରେ ତେଲ ଦିଆଯିବ ନାହିଁ ବୋଲି ହୋଇଛି ନିୟମ। ଯଦି କେହି ଏହାକୁ ଅମାନ୍ୟ କରନ୍ତି ତେବେ ହେବ କାର୍ଯ୍ୟାନୁଷ୍ଠାନ। ଏନେଇ ପମ୍ପ୍ ମାଲିକମାନେ କଡାକଡି ନିୟମ କରିଦେଇଛନ୍ତି। ଯିଏ ବି ବୋତଲ ନେଇ ଆସୁଛି ସେମାନଙ୍କୁ ଦିଆଯାଉନି ତେଲ ହେଲେ ଏହି ବ୍ୟକ୍ତି ଜଣଙ୍କ ନିଆରା ଉପାୟ ବାହାର କରିଛନ୍ତି। ସିଧା ତାଙ୍କ ବାଇକ୍‌ର ଟାଙ୍କି ଖୋଲି ଆଣିଛନ୍ତି।

ବାଇକ୍‌ରେ ଦୁଇ ଜଣ ଆସନ୍ତି ଆଉ ପମ୍ପ୍ ପାଖରେ ଗାଡି ଲଗାନ୍ତି। ପଛରେ ବସିଥିବା ଜଣେ ମଉସା ଦୁଇ ହାତରେ ଟାଙ୍କି ଧରି ବାଇକ୍‌ରୁ ଓହ୍ଲାଇଲେ। ଆଉ ପେଟ୍ରୋଲ୍ ପମ୍ପ୍ କର୍ମଚାରୀଙ୍କୁ ତେଲ ମାଗିଲେ। 

Advertisment

ଏହା ପରେ ସେ ଟାଙ୍କି ଖୋଲୁଛନ୍ତି ଆଉ ତେଲ ନେଉଛନ୍ତି। ଏମିତି ଦୃଶ୍ୟ ବଡମ୍ବା ମାଣିଆ ବନ୍ଧ ଅଞ୍ଚଳରେ ଦେଖିବାକୁ ମିଳିଛି। ପେଟ୍ରୋଲ୍ ପମ୍ପରୁ ତେଲ ନେବାର ଏମିତି ଅଜବ ଉପାୟ ଏହି ଗୋଟିଏ ନୁହେଁ। ଏହି ଭିଜୁଆଲ୍ ଉପରେ ଥରେ ନଜର ପକାନ୍ତୁ। 

ଏହି ଦୃଶ୍ୟ ହେଉଛି ନରସିଂହପୁର ଅଞ୍ଚଳର। ରାସ୍ତା ମଝିରେ ଜଣେ ବ୍ୟକ୍ତିଙ୍କ ଗାଡିରୁ ସରିଗଲା ତେଲ। ସେ ଆଉ ଉପାୟ ନ ପାଇ, ଗାଡିକୁ ସିଧା ପିକ୍‌ଅପ୍‌ରେ ଉଠାଇ ଆଣିଲେ। ହେଲେ ସେ ତାଙ୍କ ମନର ଦରଦକୁ ଏହି ଭିଡିଓରେ ରେକର୍ଡିଂ କରିଛନ୍ତି। 

(ବଡମ୍ବାରୁ ସର୍ବେଶ୍ୱର ସ୍ୱାଇଁଙ୍କ ରିପୋର୍ଟ, ଓଟିଭି)

Motor Vehicles No Plastic Petrol Pump Bottle
Advertisment
Advertisment