Advertisment

Home Guard Frenzy: ହୋମଗାର୍ଡ ଚାକିରି ପାଇଁ ପାଠୁଆ ହାଉଜାଉ, ବିଟେକ୍-ଏମଟେକ୍ ଓ ଏମସିଏ ଡିଗ୍ରୀଧାରୀ ପକାଇଛନ୍ତି ଫର୍ମ

ଉଚ୍ଚଶିକ୍ଷିତ ପିଲାଙ୍କ ରେସ୍ ଲାଗିଛି ହୋମଗାର୍ଡ ଚାକିରି ପାଇଁ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଆବେଦନକାରୀଙ୍କ ମଧ୍ୟରେ କିଏ କିଏ ବିଟେକ୍ ଓ ଏମଟେକ୍ କରିଛନ୍ତି ତ କିଏ ଏମସିଏ ଏବଂ ଡିଗ୍ରୀ।

ଅଦ୍ୟତନ ହୋଇଛି
undefined

ହୋମ୍‌ଗାର୍ଡ ପୋଷ୍ଟ ବି-ଟେକ୍‌ ଆପ୍ଲିକାଣ୍ଟ

Advertisment

ହୋମଗାର୍ଡ ଚାକିରି ପାଇଁ ହାଉଜାଉ । ରାଉରକେଲା ପୋଲିସ ଜିଲ୍ଲାରେ ୧୦୭ଟି ହୋମଗାର୍ଡ ପଦବୀରେ ନିଯୁକ୍ତି ବାହାରିଥିବା ବେଳେ ଆବେଦନ ଟପିଲାଣି ୯ ହଜାର । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ, ଆବେଦନକାରୀଙ୍କ ମଧ୍ୟରେ ରହିଛନ୍ତି ବହୁ ଉଚ୍ଚଶିକ୍ଷିତ । ଏପରିକି ବିଟେକ୍, ଏମ୍ ଟେକ୍ ଏବଂ ଏମସିଏ କରିଥିବା ପିଲା ବି କରିଛନ୍ତି ଆବେଦନ । ପ୍ରଶ୍ନ ଉଠୁଛି, ହୋମଗାର୍ଡ ଚାକିରି ପାଇଁ ଉଚ୍ଚଶିକ୍ଷିତ ପିଲାଙ୍କ ମଧ୍ୟରେ ଏଭଳି ରେସ୍ କାହିଁକି ? ବେକାରୀ ସମସ୍ୟା ଏହାର କାରଣ ନୁହେଁ ତ ?

Advertisment

ଅଧିକ ପଢ଼ନ୍ତୁ: ଗିରଫ ହେବ ବିଜେଡି ନେତା ରାଜା ଚକ୍ର ! ଅନ୍ତରୀଣ ସୁରକ୍ଷା ହଟାଇ ଦେଲେ ହାଇକୋର୍ଟ...

ଉଚ୍ଚଶିକ୍ଷିତ ପିଲାଙ୍କ ରେସ୍ ଲାଗିଛି ହୋମଗାର୍ଡ ଚାକିରି ପାଇଁ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଆବେଦନକାରୀଙ୍କ ମଧ୍ୟରେ କିଏ କିଏ ବିଟେକ୍ ଓ ଏମଟେକ୍ କରିଛନ୍ତି ତ କିଏ ଏମସିଏ ଏବଂ ଡିଗ୍ରୀ। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପ୍ରାଇଭେଟ୍ କଲେଜରେ ପାଠ ପଢି ବି ପିଲା ଧାଇଁ ଆସିଛନ୍ତି ହୋମଗାର୍ଡ ହେବା ଆଶାରେ । ପୋଷ୍ଟ ୧୦୭ଟାକୁ ଆବେଦନ ଟପିଲାଣି ୯ ହଜାର। ଆଜି ଆବେଦନର ଶେଷ ତାରିଖରେ ରାଉରକେଲା ରିଜର୍ଭ ଲାଇନରେ ଜମିଛି ଚାକିରି ଆଶାୟୀଙ୍କ ଭିଡ଼ ।

Advertisment

ରାଉରକେଲା ପୋଲିସ ଜିଲ୍ଲା ଗୃହରକ୍ଷୀ ସଂଗଠନରେ ଗୃହରକ୍ଷୀ ଭାବରେ ନିଯୁକ୍ତି ପାଇଁ ଗଲା ଫେବ୍ରୁଆରୀ ୧୯ରେ ବାହାରିଥିଲା ବିଜ୍ଞପ୍ତି। ଅବେଦନର ତାରିଖ ଥିଲା ଫେବ୍ରୁଆରୀ ୨୧ରୁ ମାର୍ଚ୍ଚ ୧୨ । ଏଥିପାଇଁ ଆବେଦନକାରୀଙ୍କ କଂପ୍ୟୁଟର ଜ୍ଞାନ, ଗାଡି ଚାଳନା, ରୋଷେଇ, ବିଦ୍ୟୁତ୍ ମିସ୍ତ୍ରୀ, ପାଇପ ମିସ୍ତ୍ରୀ ଭଳି କ୍ଷେତ୍ରରେ ଦକ୍ଷତା ରହିଥିବା ଆବଶ୍ୟକ। ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ୟତା ପୂର୍ବରୁ ପଞ୍ଚମ ଶ୍ରେଣୀ ଥିବା ବେଳେ ଏବେ ଏହାକୁ ଦଶମ ଶ୍ରେଣୀ କରାଯାଇଛି। ବୟସ ସୀମା ରହିଛି ୨୦ରୁ ୬୦ ବର୍ଷ । ବଡ଼ କଥା ହେଉଛି ଯେ, ହୋମଗାର୍ଡ ସେବା ସ୍ଥାୟୀ ଚାକିରି ନୁହେଁ। ଏହା ଏକ ସ୍ବେଚ୍ଛାକୃତ ସେବା ଏବଂ କାର୍ଯ୍ୟକାଳ ୩ ବର୍ଷ । ତଥାପି ହୋମଗାର୍ଡ ଚାକିରି ପାଇଁ ଉଚ୍ଚ ଶିକ୍ଷିତ ଆବେଦନକାରୀ ହାଉଜାଉ ।

ପ୍ରଶ୍ନ ଉଠୁଛି, ହୋମଗାର୍ଡ ଭଳି ଅସ୍ଥାୟୀ ଚାକିରି ପାଇଁ ଉଚ୍ଚଶିକ୍ଷିତ ପିଲାଙ୍କ ମଧ୍ୟରେ ଏତେ ଉତ୍ସାହ କାହିଁକି ? ବେକାରୀ ସମସ୍ୟା ଏହାର କାରଣ ନୁହେଁ ତ ? ରାଜ୍ୟରେ ସରକାରୀ ଚାକିରିର ଅଭାବ ଉଚ୍ଚଶିକ୍ଷିତ ପିଲାଙ୍କୁ ହୋମଗାର୍ଡ ଚାକିରି ପ୍ରତି ଆକର୍ଷିତ କରିଛି କି ? ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନୋମିର ତଥ୍ୟ ଅନୁସାରେ ୨୦୨୩-୨୪ରେ ରାଜ୍ୟରେ ବେକାରୀ ହାର ଥିଲା ୩.୧ ପ୍ରତିଶତ । ପୂର୍ବ ଆର୍ଥିକ ବର୍ଷରେ ଏହା ୩.୯ ପ୍ରତିଶତ ଥିବାବେଳେ ୦.୮ ପ୍ରତିଶତ ହ୍ରାସ ପାଇଥିବା ଗତ ଫେବ୍ରୁଆରୀରେ ଗୃହରେ ଉତ୍ତର ରଖିଥିଲେ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସଂପଦ ସ୍ବାଇଁ ।

Advertisment

ଅଧିକ ପଢ଼ନ୍ତୁ: ଦୂର ହେବ ଦୀର୍ଘ ବର୍ଷର ଟ୍ରାଫିକ୍ ସମସ୍ୟା; ଗଙ୍ଗୁଆ ନାଳରେ ହେବ ୬ ଲେନ୍ ରାସ୍ତା

Odisha Rourkela Home Guard
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ