• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

କାର ଭିତରେ ଅଜଗର । ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ । କିନ୍ତୁ ଏହା ସତ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ତେନ୍ତୁଲିଖୁଣ୍ଟା ଗାଁ ହୁଣ୍ଡାଇ ସୋ’ ରୁମ ନିକଟରେ । ଜଣେ କାର ମାଲିକ ଗତକାଲି ନିଜ ଗାଡିର ସର୍ଭିସିଂ ପାଇଁ ସୋ’ ରୁମକୁ ଆଣିଥିଲେ । ତେବେ କାରକୁ ରଖିବା ପରେ ଡାସ୍‌ ବୋର୍ଡରେ ଏକ ସାପ ଥିବା ଦେଖିବାକୁ ପାଇଥିଲା । ଯାହାକୁ ନେଇ ଭୟଭୀତ ହୋଇଯାଇଥିଲେ କାର ଚାଳକ । କାର ଭିତରେ ସାପ ଥିବା ନେଇ କାର ଚାଳକ ଜଣକ ସ୍ନେକ ହେଲପ ଲାଇନ ସଦସ୍ୟ ମଣିଭଦ୍ର ମଲ୍ଲିକଙ୍କୁ ଜଣାଇଥିଲେ ।

ଖବର ପାଇ ସ୍ନେକ ହେଲପ ଲାଇନ୍ ସଦସ୍ୟ ଆସି ସାପଟିକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ତେବେ ସାପଟି ହଠାତ୍ କାରର ଏସି ଚାମ୍ବର ଭିତରକୁ ପଶିଯାଇଥିଲା । ଶେଷରେ ତେବେ ଦୀର୍ଘ ୫ ଘଣ୍ଟା ଧରି ସୋ ରୁମ୍ କର୍ମଚାରୀ ଓ ସ୍ନେକ ହେଲପଲାଇନ ସଦସ୍ୟଙ୍କ ଉଦ୍ୟମ ପରେ ସାପଟିକୁ ଗାଡିରୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । କାର ମଧ୍ୟରୁ ସାପଟିକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଥିଲା ।

OTV is now on Whatsapp

Join and get latest news update delivered to you via whatsapp

Join Now