gas leak
ଭଦ୍ରକ ଜିଲ୍ଲାରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ଗ୍ୟାସ ଟାଙ୍କିରୁ ଗ୍ୟାସ ଲିକ୍ ହୋଇ ନିଆଁ ଲାଗି ଯାଇଛି । ଏହି ଅଗ୍ନିକାଣ୍ଡରେ ଜଳିପୋଡି ଛାରଖାର ହୋଇଯାଇଛି ୭ ବଖରା ଘର । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି ।
ଜିଲ୍ଲାର ବନ୍ତ ବ୍ଲକ ଅଧିନ ଓଡଙ୍ଗ ପଞ୍ଚାୟତର ସରମରା ଗ୍ରାମର ସାହୁ ସାହିରେ ଗତ କାଲି ବିଳମ୍ବିତ ରାତିରେ ହଠାତ୍ ଗ୍ୟାସ ଟାଙ୍କିରୁ ଗ୍ୟାସ ଲିକ୍ ହୋଇଥିଲା । କେହି କିଛି ବୁଝିବା ଆଗରୁ ହିଁ ଘର ସମ୍ପୂର୍ଣ୍ଣ ଜଳି ଉଠିଥିଲା । ଏଥିରେ ଘରର ୭ ବଖରା ସମ୍ପୂର୍ଣ୍ଣ ଜଳି ଯାଇଛି । ଏହି ଅଘଟଣରେ କେହି ମୃତାତ ହୋଇ ନାହାନ୍ତି।
ଅଧିକ ପଢ଼ନ୍ତୁ: ମଣପୁରମ୍ ଫାଇନାନ୍ସ କମ୍ପାନୀରେ ସଶସ୍ତ୍ର ଡକାୟତି, ୩୦ କେଜି ସୁନା ଧରି ଚମ୍ପଟ ମାରିଲେ ଲୁଟେରା
ନିଆଁର ପ୍ରଖରତା ଏତେ ଥିଲା ଯେ, ସେଥିରେ ଘରେ ଥିବା ସମସ୍ତ ଆସବାବପତ୍ର, ଘର କରଣା ଜିନିଷ, ଗୋଟିଏ ମୋଟର ସାଇକେଲ ଓ ପୋଷାକ ପତ୍ର ସବୁ ଜଳି ପୋଡି ପାଉଁଶ ହୋଇ ଯାଇଥିଲା । ଖବର ପାଇ ଆଗରପଡା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/gas_leak_1748151514.jpg)