5 dies due to wrong injection
ବିଳମ୍ବିତ ରାତ୍ରୀରେ କୋରାପୁଟ ମେଡିକାଲରେ ଘଟିଛି ଏକ ଅଭାବନୀୟ ଘଟଣା। ଏକାସାଙ୍ଗରେ ଉଠିଲା ୫ ମୃତଦେହ। କୋରାପୁଟ ସ୍ଥିତ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ମଙ୍ଗଳବାର ସର୍ଜରୀ ୱାର୍ଡରେ ଅଭାବନୀୟ ଘଟଣା। ଭୁଲ ଇଞ୍ଜେକ୍ସନ ନେଇଛି ୫ ଜଣଙ୍କ ଜୀବନ।
ସୂଚନା ଅନୁଯାୟୀ କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଗୁରୁତର ରୋଗୀ ହସ୍ପିଟାଲର ଆଇସିୟୁ ଓ ସର୍ଜରୀ ବେଡରେ ଚିକିତ୍ସିତ ହେଉଥିଲେ। କୋରାପୁଟ, ବୋରିଗୁମ୍ମା, କଳାହାଣ୍ଡି, ସେମିଳିଗୁଡା, ମାଛରା ଭଳି ଅଞ୍ଚଳରୁ ଅନେକ ରୋଗୀ ହସ୍ପିଟାଲର ଆଇସିୟୁ ଏବଂ ସର୍ଜରୀ ବେଡ଼ରେ ଚିକିତ୍ସିତ ହେଉଥିଲେ। ହଠାତ୍ ରାତି ୧୧ ପରେ ଆଇସିୟୁର ଗୁରୁତର ଚିକିତ୍ସିତ ରୋଗୀଙ୍କ ଭିତରୁ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବେଡ଼ରେ ଥିବା ଅନ୍ୟ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ତୁରନ୍ତ ରୋଗୀ ସମ୍ପର୍କୀୟଙ୍କ ଉତ୍ତେଜନା ଦେଖି ଟାଉନ୍ ଥାନା ପୋଲିସ ପକ୍ଷରୁ ପୋଲିସ ମୁତୟନ କରା ଯାଇଥିଲା।
ଅନ୍ୟପଟେ ରୋଗୀ ସମ୍ପର୍କୀୟଙ୍କ ଅଭିଯୋଗ ଅନୁସାରେ ଆଇସିୟୁରେ ଅପରେସନ ପରେ ରୋଗୀ ଠିକ୍ ଥିଲେ। ରାତ୍ରୀ କାଳୀନ ଦାୟିତ୍ଵରେ ଥିବା କର୍ମଚାରୀ କିଛି ଇଞ୍ଜେକ୍ସନ ଦୁଇ ଥର ଦେଇଥିଲେ। ଇଞ୍ଜେକ୍ସନ ଦେବାର ୧୫ ମିନିଟ ଭିତରେ ଆଇସିୟୁରେ ତିନି ରୋଗୀଙ୍କ ମୃତ୍ୟୁ ହୋଇଥିଲା। ରୋଗୀ ସମ୍ପର୍କୀୟଙ୍କ ଅଭିଯୋଗ ଅନୁସାରେ ଭୁଲ ଇଞ୍ଜେକ୍ସନ ଦେଇ ଦେବାରୁ ଏପରି ହୋଇଛି।
ଅଧିକ ପଢନ୍ତୁ: କାଜୁ ଜଙ୍ଗଲରେ ପିଟି ପିଟି ମାରିବା ପରେ ହୋଇଥିଲା ଫେରାର୍
କିନ୍ତୁ ବେଡ଼ରେ ଥିବା ରୋଗୀଙ୍କ ମୃତ୍ୟୁ ନେଇ କିଛି ସ୍ପଷ୍ଟତା ମିଳି ପାରିନାହିଁ। ତେବେ ଅଳ୍ପ ସମୟ ଭିତରେ ରାତି ରାଉଣ୍ଡର ଶେଷ ଡୋଜରେ ଆଇସିୟୁରେ ତିନି ଏବଂ ବେଡ଼ରେ ଦୁଇ ରୋଗୀଙ୍କ ମୃତ୍ୟୁ ନେଇ ପରିବାର ଲୋକଙ୍କ ପକ୍ଷରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମୃତଦେହକୁ ଜବତ କରିଛି ଟାଉନ୍ ଥାନା ପୋଲିସ। ଆଇସିୟୁରେ ତିନି ଶବ ସହ ଅନ୍ୟ ଶବକୁ ଶବ ବ୍ୟବଚ୍ଛେଦ କରିବାକୁ ତତ୍ପରତା ପ୍ରକାଶ ପାଇଛି। ଆଜି ଶବ ବ୍ୟବଚ୍ଛେଦ କରି ପରିବାରକୁ ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ। ତେବେ କେମିତି ଓ କେଉଁ ପରିସ୍ଥିତିରେ ୫ ଜଣଙ୍କର ମୃତ୍ୟୁ ହେଲା ସେନେଇ ମେଡିକାଲ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ବିଗତ ଦିନରେ କର୍ତ୍ତୃପକ୍ଷଙ୍କ ଏପରି ଅବହେଳାକୁ ନେଇ ଅନେକ ଥର ପ୍ରଶ୍ନ ଉଠି ଆସିଛି। କୌଣସି ଅପ୍ରିତୀକର ସ୍ଥିତି ଆଶଙ୍କା କରି ମେଡିକାଲରେ ପୋଲିସ ମୁତୟନ ହୋଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749003096.jpg)