ଭିଟାମାଟିକୁ ଫେରିବେ ୨୫ ବର୍ଷ ଧରି ଗାଁରୁ ବିତାଡ଼ିତ ହୋଇଥିବା ଗଞ୍ଜାମ ଜିଲ୍ଲା ଆସ୍କା ବାଲିଛାଇ ଗାଁର ୫୦ ଦଳିତ ପରିବାର । ଏଥିପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରୟାସ କରାଯାଇଛି । ଗାଁର ଉଭୟ ଗୋଷ୍ଠୀର ଲୋକଙ୍କୁ ଆସିକା ବ୍ଲକ ଅଫିସକୁ ଡ଼କାଯାଇ ଏକ ବୈଠକ କରି ଭଞ୍ଜନଗର ଉପଜିଲ୍ଲାପାଳ, ଆସିକା ତହସିଲଦାର. ବି.ଡି.ଓ ଥାନା ଅଧିକାରୀ ମିଳିତ ଭାବେ ବୁଝାଇଛନ୍ତି । ଆସନ୍ତା ୨୪ ତାରିଖରେ ବିତାଡିତଙ୍କ ସ୍ଥାନ ଡିମାର୍କସେନ୍ କରି ସେମାନଙ୍କୁ ଘର କରି ଗାଁ ରେ ପୁନଃଥଇଥାନ କଥା ଚିନ୍ତା କରାଯାଉଛି।
ଅଧିକ ପଢ଼ନ୍ତୁ : ତଦନ୍ତ ରିପୋର୍ଟ ଆସିଲେ କିଟ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ, କହିଲେ ବୈଷୟିକ ଶିକ୍ଷାମନ୍ତ୍ରୀ
ଭିଟାମାଟିକୁ ଫେରିବେ ୨୫ ବର୍ଷ ଧରି ଗାଁରୁ ବିତାଡ଼ିତ ହୋଇଥିବା ଗଞ୍ଜାମ ଜିଲ୍ଲା ଆସ୍କା ବାଲିଛାଇ ଗାଁର ୫୦ ଦଳିତ ପରିବାର । ଏଥିପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରୟାସ କରାଯାଇଛି । ଦୀର୍ଘ ୨୫ ବର୍ଷ ତଳେ ବିଭିନ୍ନ କାରଣରୁ ଗାଁରେ ସବର୍ଣ୍ଣ ଓ ଅସବର୍ଣ୍ଣ ଗୋଷ୍ଠୀ ମଧ୍ୟରେ ବିବାଦ ବଢିଥିଲା । ସ୍ଥିତି ଏମିତି ହୋଇଥିଲା ଯେ, ୫୦ ଦଳିତ ପରିବାରକୁ ଗାଁ ମନା ହୋଇଥିଲା । ଭିଟା ମାଟି ଛାଡ଼ି ସେମାନେ ଅନ୍ୟତ୍ର ଶରଣାର୍ଥୀ ଭଳି ରହିଥିଲେ । ଅନେକ ଥର ପ୍ରୟାସ କରିଥିଲେ ଗାଁକୁ ଫେରିବାକୁ କିନ୍ତୁ ତାହା ସମ୍ଭବ ହୋଇନଥିଲା । ଏବେ କିନ୍ତୁ ସେମାନଙ୍କ ପ୍ରୟାସ ସଫଳ ହେବାକୁ ଯାଉଛି । ପୁଣି ଥରେ ସେମାନେ ମାଟିରେ ମିଶିଥିବା ନିଜ ଘର ଓ ଜମି ପାଇବାକୁ ଯାଉଛନ୍ତି । ନିକଟରେ ଗାଁର ଉଭୟ ଗୋଷ୍ଠୀର ଲୋକଙ୍କୁ ଆସିକା ବ୍ଲକ ଅଫିସ୍ କୁ ଡ଼କାଯାଇ ଏକ ବୈଠକ କରି ଭଞ୍ଜନଗର ଉପଜିଲ୍ଲାପାଳ, ଆସିକା ତହସିଲଦାର. ବି.ଡି.ଓ ଥାନା ଅଧିକାରୀ ମିଳିତ ଭାବେ ବୁଝାଇଛନ୍ତି । ଆସନ୍ତା ୨୪ ତାରିଖରେ ବିତାଡିତଙ୍କ ସ୍ଥାନ ଡିମାର୍କସେନ୍ କରି ସେମାନଙ୍କୁ ଘର କରି ଗାଁ ରେ ପୁନଃଥଇଥାନ କଥା ଚିନ୍ତା କରାଯାଉଛି।
ଦୀର୍ଘ ୨୫ ବର୍ଷ ତଳେ ବିଭିନ୍ନ କାରଣରୁ ଗାଁରେ ସବର୍ଣ୍ଣ ଓ ଅସବର୍ଣ୍ଣ ଗୋଷ୍ଠୀ ମଧ୍ୟରେ ବିବାଦ ବଢିଥିଲା । ସ୍ଥିତି ଏମିତି ହୋଇଥିଲା ଯେ, ୫୦ ଦଳିତ ପରିବାରକୁ ଗାଁ ମନା ହୋଇଥିଲା । ଭିଟା ମାଟି ଛାଡ଼ି ସେମାନେ ଅନ୍ୟତ୍ର ଶରଣାର୍ଥୀ ଭଳି ରହିଥିଲେ । ଅନେକ ଥର ପ୍ରୟାସ କରିଥିଲେ ଗାଁକୁ ଫେରିବାକୁ କିନ୍ତୁ ତାହା ସମ୍ଭବ ହୋଇନଥିଲା । ଏବେ କିନ୍ତୁ ସେମାନଙ୍କ ପ୍ରୟାସ ସଫଳ ହେବାକୁ ଯାଉଛି । ପୁଣି ଥରେ ସେମାନେ ମାଟିରେ ମିଶିଥିବା ନିଜ ଘର ଓ ଜମି ପାଇବାକୁ ଯାଉଛନ୍ତି । ନିକଟରେ ଗାଁର ଉଭୟ ଗୋଷ୍ଠୀର ଲୋକଙ୍କୁ ଆସିକା ବ୍ଲକ ଅଫିସ୍ କୁ ଡ଼କାଯାଇ ଏକ ବୈଠକ କରି ଭଞ୍ଜନଗର ଉପଜିଲ୍ଲାପାଳ, ଆସିକା ତହସିଲଦାର. ବି.ଡି.ଓ ଥାନା ଅଧିକାରୀ ମିଳିତ ଭାବେ ବୁଝାଇଛନ୍ତି ।