Advertisment

ସାତକୋଶିଆରେ ପୁଣି ଆରମ୍ଭ ହେବ ବ୍ୟାଘ୍ର ପ୍ରକଳ୍ପ, ୫ ବର୍ଷରେ ଆସିବେ ୧୪ ବାଘ

ବ୍ୟାଘ୍ର ପ୍ରକଳ୍ପ ପାଇଁ ଏନଟିସିଏ ଗୁଡ଼ାଏ ସର୍ତ୍ତ ରଖିଛି । ସବୁ ସର୍ତ୍ତ ମାନି ବ୍ୟାଘ୍ର ପ୍ରକଳ୍ପ ଚଳାଇବୁ ବୋଲି ପିସିସିଏଫ୍ କହିଛନ୍ତି ।

author-image
Santosh Kumar Sahoo
Tiger Project

Tiger Project

ଅନୁଗୁଳ ଜିଲ୍ଲାର ସାତକୋଶିଆରେ ପୁଣି ଆରମ୍ଭ ହେବ ବ୍ୟାଘ୍ର ପ୍ରକଳ୍ପ । ଏଥିପାଇଁ ବନ ବିଭାଗ ତରଫରୁ କରାଯିବ ୫ ବର୍ଷିଆ ଯୋଜନା । ୫ ବର୍ଷରେ ପ୍ରାୟ ୧୪ଟି ବାଘ ପର୍ଯ୍ୟାୟ କ୍ରମେ ଆସିବେ। ମହାରାଷ୍ଟ୍ରର ତଡବା ଜଙ୍ଗଲରେ ବାଘ ମାନଙ୍କ ଜେନେଟିକ ଓଡ଼ିଶାର ବାଘଙ୍କ ସହ ସାମଞ୍ଜସ୍ୟ ଥିବାରୁ ସେଇଠାରୁ ବାଘ ଆସିବେ। ପୁଣି ଥରେ ବ୍ୟାଘ୍ର ପ୍ରକଳ୍ପ ଆରମ୍ଭ କରିବାକୁ NTCA ଅନୁମୋଦନ ଦେଇଥିବା ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି ।

Advertisment

ବ୍ୟାଘ୍ର ପ୍ରକଳ୍ପ ପାଇଁ ଏନଟିସିଏ ଗୁଡ଼ାଏ ସର୍ତ୍ତ ରଖିଛି । ସବୁ ସର୍ତ୍ତ ମାନି ବ୍ୟାଘ୍ର ପ୍ରକଳ୍ପ ଚଳାଇବୁ ବୋଲି ପିସିସିଏଫ୍ କହିଛନ୍ତି । ସ୍ଥାନୀୟ ବାସିନ୍ଦା ଓ ଜନ ପ୍ରତିନିଧିଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରାଯିବ । କୋର ଏରିଆରୁ ସମସ୍ତ ଜନ ବସତି ଖାଲି କରାଯାଇଛି । ବଫର ଏରିଆରୁ ୬ଟି ଗାଁ ଖାଲି ହୋଇଥିବା ବେଳେ ଆଉ କିଛି ଗାଁ ଖାଲି କରାଯିବ ।

Satkosia Tiger Project Satkosia
Advertisment
Advertisment