Advertisment

କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ ସନ୍ଦେହ, ରାସ୍ତା କଡ଼ରୁ ୪ ବସ୍ତା ମୃତ କୁକୁଡ଼ା ଠାବ

କିଏ ଓ କାହିଁକି ମୃତ କୁକୁଡ଼ା ଫିଙ୍ଗିଛି ତାହା ସ୍ପଷ୍ଟ ହୋଇନି । ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ତାହା ବ୍ୟାପିଥିବା ଆଶଙ୍କା ବଢ଼ିଛି ।

author-image
Santosh Kumar Sahoo
Bird Flu

Bird Flu

କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ ସନ୍ଦେହ । ରାସ୍ତା କଡ଼ରୁ ୪ ବସ୍ତା ମୃତ କୁକୁଡ଼ା ଠାବ କରାଯାଇଛି। ଡେରାବିଶ ଥାନା ନରସିଂହପୁର ପଞ୍ଚାୟତ ବାଇକିଆ ରାସ୍ତାରେ ଏହି ସବୁ ବସ୍ତା ପଡ଼ିଥିବା ଦେଖିବାକୁ ମିଳିଛି । କିଏ ଓ କାହିଁକି ମୃତ କୁକୁଡ଼ା ଫିଙ୍ଗିଛି ତାହା ସ୍ପଷ୍ଟ ହୋଇନି । ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ତାହା ବ୍ୟାପିଥିବା ଆଶଙ୍କା ବଢ଼ିଛି । ସ୍ଥାନୀୟ ଲୋକ ମାନେ ବାର୍ଡ ଫ୍ଲୁ ଆଶଙ୍କାରେ ଭୟଭୀତ ଅଛନ୍ତି।

Advertisment

ସେପଟେ ପୁରୀ ଜିଲ୍ଲା ପିପିଲି ପରେ ଏବେ ଡେଲାଙ୍ଗରେ ବାର୍ଡ଼ ଫ୍ଲୁ ଆତଙ୍କ l ମୋଟରୀ ପଞ୍ଚାୟତର ସୁମିତ୍ରା ସାମନ୍ତରାୟଙ୍କ ଫାର୍ମରୁ ସଂଗୃହିତ ନମୁନା ପଜିଟିଭ୍ ଆସିଛି l ଏହି ଫାର୍ମରେ ଥିବା ୩ ହଜାର ୨ ଶହ କୁକୁଡ଼ା କଲିଂ ଆରମ୍ଭ ହୋଇଛି । ଚିହ୍ନଟ ହୋଇଥିବା ୭୪ ଗୋଟି ଫାର୍ମରୁ କଲିଂ ସହିତ ସାନିଟାଇଜ୍ କରାଯିବ l ଏହି ପ୍ରକ୍ରିୟାରେ ୧୦ ଗୋଟି RRT ଟିମ୍ ନିୟୋଜିତ ହୋଇଛନ୍ତି l

ବାର୍ଡ ଫ୍ଲୁର ହଟସ୍ପଟ୍ ସାଜିଛି ପୁରୀ ଜିଲ୍ଲା । ଭୁବନେଶ୍ବରରେ କିନ୍ତୁ କଂପନ । କେଉଁଠି ଗ୍ରାହକ ଡରିଲେଣି ଚିକେନ୍ ଆଉ ଅଣ୍ଡା ଖାଇବାକୁ । ଆଉ କେଉଁଠି ବ୍ୟବସାୟୀ କହିଲେଣି ଚିକେନ୍ ବେପାର ପୁରା ଡାଉନ୍ । ମାଡ଼ି ଚାଲିଥିବା ବାର୍ଡ ଫ୍ଲୁର ସିଧା ପ୍ରଭାବ ପଡ଼ିଛି ରାଜଧାନୀର ଆମିଷ ମାର୍କେଟ ଉପରେ। ମାଛ ନଚେତ୍ ମଟନ୍ ସେଣ୍ଟରରେ ବାର ଦେଖି ପୂର୍ବ ଅପେକ୍ଷା ଆମିଷ ପ୍ରେମୀଙ୍କର ଭିଡ଼ ରହୁଛି, ହେଲେ ଚିକେନ୍ ସେଣ୍ଟର କିନ୍ତୁ ଖାଁ ଖାଁ। ଯେଉଁଠି ଦିନେ କିଲୋ ପିଛା ୨୪୦ରୁ ୨୫୦ ଥିଲା ଚିକେନ୍ ରେଟ୍, ବାର୍ଡ ଫ୍ଲୁ ପରେ ୨ଶହ ତଳକୁ ଖସି ଆସିଛି ଦର। ଆହୁରି ବି ଦର ଖସନ୍ତା, କିନ୍ତୁ ବହୁଳ ମାତ୍ରାରେ କୁକୁଡ଼ା ଚାଷ ହେଉଥିବା ପୁରୀ ଜିଲ୍ଲାର ପିପିଲି, ନିମାପଡ଼ା ଏବଂ ଡେଲାଙ୍ଗ ଆଦି ଅଞ୍ଚଳରେ ବାର୍ଡ ଫ୍ଲୁ ବ୍ୟାପି ଥିବାରୁ ପଡ଼ୋଶୀ ରାଜ୍ୟରୁ ଅଣାଯାଉଛି କୁକୁଡ଼ା ଆଉ ଅଣ୍ଡା। ବିଶେଷ କରି ଆନ୍ଧ୍ର, ଛତିଶଗଡ଼ ଏବଂ ଝାଡ଼ଖଣ୍ଡରୁ ମାଲ୍ ଅଣାଯାଉଛି, ତେଣୁ ଘାଟା ସହିବାକୁ ପଡୁଥିବା କହିଛନ୍ତି ବ୍ୟବସାୟୀ।

Advertisment

ଏଣେ ପଡ଼ୋଶୀ ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ଆତଙ୍କ ପରେ ରାଜଧାନୀରେ ଆକ୍ସନ ମୋଡକୁ ଆସିଛନ୍ତି BMC କର୍ତ୍ତୃପକ୍ଷ। ବାର୍ଡ ଫ୍ଲୁ ପ୍ରଭାବିତ ଅଞ୍ଚଳରୁ ଚିକେନ ଆଣି ବିକିଲେ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଚେତାବନୀ ଶୁଣାଇଛନ୍ତି BMC କମିଶନର। କେବଳ ଏତିକି ନୁହେଁ, ଚିକେନ ଖାଉଥିବା ଓ ବ୍ୟବସାୟ ସହ ଜଡ଼ିତ ଲୋକଙ୍କୁ ବାର୍ଡ ଫ୍ଲୁ ସଂପର୍କରେ ସଚେତନତା ପାଇଁ ବିଜ୍ଞପ୍ତି ବି ଜାରି କରାଯାଇଛି।

Bird Flu
Advertisment
Advertisment