Advertisment

Oxygen Cylinder: ସ୍ବାସ୍ଥ୍ୟ ବିଭାଗର ବେପରୁଆ ବ୍ୟବସ୍ଥା, ପରିତ୍ୟକ୍ତ ଅବସ୍ଥାରେ ପଡିଛି ୩୦୦ ଅକ୍ସିଜେନ ସିଲିଣ୍ଡର

କୋଭିହ ମହାମାରୀ ସମୟରେ ଏହି ସବୁ ସିଲିଣ୍ଡର ଗୁଡିକ ଆସିଥିଲା। ବିଭିନ୍ନ ଦାତବ୍ୟ ଅନୁଷ୍ଠାନ ଓ ଅନ୍ୟ ସଂସ୍ଥା ପକ୍ଷରୁ ଯୋଗା ଯାଇଥିଲା ଏହି ସିଲିଣ୍ଡର ଗୁଡିକ। ହେଲେ ତାପରେ ଅଦରକାରୀ ହୋଇ ପଡିରହିଛି। ନା ଉପଯୋଗ ହୋଇପାରିଲା, ନା ଫେରାଇ ଦିଆଗଲା।

ଅଦ୍ୟତନ ହୋଇଛି
Oxygen

Oxygen

Advertisment

କୋଭିଡ ସମୟରେ ଅମ୍ଳଜାନ ଅଭାବରୁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ହାନି ଘଟିଥିଲା। ମାତ୍ର ସମ୍ବଲପୁର ସଦର ହସପିଟାଲରେ ଏଭଳି କିଛି ଘଟଣା ଘଟିଛି ଯାହାକୁ ବିଶ୍ବାସ କରିବା କଷ୍ଟ। ଏଠାରେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି ୩ଶହରୁ ଉର୍ଦ୍ଧ୍ବ ଅବ୍ୟବହୃତ ଅମ୍ଲଜାନ ସିଲିଣ୍ଡର। କୋଭିଡ ମହାମାରୀ ସମୟରେ ଏହି ସବୁ ସିଲିଣ୍ଡର ଗୁଡିକ ଆସିଥିଲା। ବିଭିନ୍ନ ଦାତବ୍ୟ ଅନୁଷ୍ଠାନ ଓ ଅନ୍ୟ ସଂସ୍ଥା ପକ୍ଷରୁ ଯୋଗା ଯାଇଥିଲା ଏହି ସିଲିଣ୍ଡର ଗୁଡିକ। ହେଲେ ତାପରେ ଅଦରକାରୀ ହୋଇ ପଡିରହିଛି। ନା ଉପଯୋଗ ହୋଇପାରିଲା, ନା ଫେରାଇ ଦିଆଗଲା। ଏହି ଅକ୍ସିଜେନ୍ ସିଲିଣ୍ଡର ଗୁଡିକ ଆଉ ବ୍ୟବହାର ଉପଯୋଗୀ ନଥିବା କହିଛନ୍ତି ସିଡିଏମଓ।

Advertisment

ଅଧିକ ପଢନ୍ତୁ: ଖୁସି ଖବର ଦେଲେ ସରକାର; ବଢ଼ିଲା କନିଷ୍ଠ ଶିକ୍ଷକଙ୍କ ଦରମା

ଅନ୍ଧାରିଆ ଜାଗା, ପରିତ୍ୟକ୍ତ ଅବସ୍ଥାରେ ତଳେ ଗଡ଼ୁଛି ଅମ୍ଲଜାନ ସିଲିଣ୍ଡର। କୋଭିଡ ବେଳେ ଜୀବନ ରକ୍ଷାକାରୀ ପାଲଟିଥିବା ଅମ୍ଳଜାନ, ଆଜି ଧୁଳି ଧୁସରିତ ହୋଇ ମାଟିରେ ଲୋଟିଛି। ସମ୍ବଲପୁର ସଦର ହସପିଟାଲ ପରିସରରେ ବିଭିନ୍ନ ସାଇଜର ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ଅକ୍ସିଜେନ ସିଲିଣ୍ଡର ଅବ୍ୟବହୃତ ହୋଇ ପଡିରହିଛି।

କୋଭିଡ ସମୟରେ ବିଭିନ୍ନ ଦାତବ୍ୟ ଅନୁଷ୍ଠାନ, କର୍ପୋରେଟ ସଂସ୍ଥା ପକ୍ଷରୁ ମେଡିକାଲକୁ ଯୋଗାଇ ଦିଆଯାଇଥିଲା ଏହି ସଂଜିବନୀ ଅକ୍ସିଜେନ୍ ସିଲିଣ୍ଡର। କିନ୍ତୁ କୋଭିଡ ଗଲାପରେ ନା ଏଗୁଡିକ କାମରେ ଆସିଲା, ନା ଅନ୍ୟ ବ୍ୟବସ୍ଥା କରାଗଲା। ଯାହାଫଳରେ ଆଜି ଏଭଳି ଅବ୍ୟବସ୍ଥା ହୋଇଥିବା ଅଭିଯୋଗ ହୋଇଛି।

Advertisment

ତେଣେ ମେଡିକାଲ ପରିସରରେ ଥିବା ଏହି ୩୦୦ରୁ ଉର୍ଦ୍ଧ୍ବ ଅକ୍ସିଜେନ ସିଲିଣ୍ଡର ଇତିମଧ୍ୟରେ ନଷ୍ଟ ହୋଇସାରିଥିବା ସ୍ବୀକାର କରିଛନ୍ତି ସିଡିଏମଓ। ଏହାସହ ସେଗୁଡିକର କଣ ବ୍ୟବସ୍ଥା କରାଯିବ, ସେନେଇ ବିଭାଗକୁ ଚିଠି ଲେଖାଯାଇଥିବା କହିଛନ୍ତି ସିଡିଏମଓ। କୋଭିଡ ପରିଚାଳନା କ୍ଷେତ୍ରରେ ବାହାବା ଅଣ୍ଡାଳୁଥିବା ୨୪ ବର୍ଷର ନବୀନ ସରକାରଙ୍କ ଆଉ ଏକ ଅପାରଗତା ସାମ୍ନାକୁ ଆସିଛି। କୋଭିଡ ଅତିକ୍ରାନ୍ତ ହେବାକୁ ଇତି ମଧ୍ୟରେ ଅନେକ ବର୍ଷ ବିତି ଗଲାଣି। ଏପରି ପରସ୍ଥିତିରେ କାହା ନିର୍ଦ୍ଦେଶରେ ଏହି ଅମ୍ଳଜାନ ସିଲିଣ୍ଡର ଗୁଡିକୁ ଏଭଳି ରଖାଯାଇଛି ତାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅଧିକ ପଢନ୍ତୁ: ଓଡ଼ିଆ ରାପର୍ ଅଭିନବ ସିଂହ ମୃତ୍ୟୁ: ବାପା ଆଣିଲେ ସାଂଘାତିକ ଅଭିଯୋଗ

Sambalpur Govt Hospitals Medical Oxygen
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ