OSSC Exam: ଫିଜିକାଲ ଟେଷ୍ଟ ବେଳେ ଟଳିପଡିଲେ ୨ ପରୀକ୍ଷାର୍ଥୀ, ୪ ଲକ୍ଷ ଅନୁକମ୍ପା ଘୋଷଣା

OSSC ପରୀକ୍ଷା ବେଳେ ଟଳିପଡିଲେ ପରୀକ୍ଷାର୍ଥୀ । ଫିଜିକାଲ ଟେଷ୍ଟ ଦେଉଥିବାବେଳେ ଦୁଇ ପରୀକ୍ଷାର୍ଥୀଙ୍କ ମୃତ୍ୟୁ । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ରାଶି ଘୋଷଣା ।

OSSC ପରୀକ୍ଷାରେ ଅଘଟଣ

ଦSSC ପରୀକ୍ଷାରେ ଅଘଟଣ । ଫିଜିକାଲ ଟେଷ୍ଟ ଦେଉଥିବା ବେଳେ ଚାଲିଗଲା ଦୁଇ ପରୀକ୍ଷାର୍ଥୀଙ୍କ ଜୀବନ । ଫରେଷ୍ଟ ଗାର୍ଡ, ଫରେଷ୍ଟର ଏବଂ ପ୍ରାଣୀଧନ ନୀରିକ୍ଷକ ପଦବୀ ପାଇଁ ଆଜି ଶାରୀରିକ ପରୀକ୍ଷା ଚାଲିଥିବା ବେଳେ ସୁନ୍ଦରଗଡ଼ ଓ କେନ୍ଦୁଝରରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ସୁନ୍ଦରଗଡରେ ପ୍ରାଣ ହରାଇଥିବା ପରୀକ୍ଷାର୍ଥୀ ହେଲେ ପ୍ରବୀଣ ପଣ୍ଡା, ଘର ରାଉରକେଲାରେ । ଦୌଡିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ସେହିପରି କେନ୍ଦୁଝରରେ ମଧ୍ୟ ଜଣେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । 

 ଅଧିକ ପଢ଼ନ୍ତୁ: ଜଳୁଛି RMC ମାର୍କେଟ୍‌; ଅଗ୍ନିଶମ କର୍ମଚାରୀ ଆହତ


ଓଏସ୍‌ଏସ୍‌ସିର ଫରେଷ୍ଟ ଗାର୍ଡ, ଫରେଷ୍ଟର ଏବଂ ପ୍ରାଣୀଧନ ନୀରିକ୍ଷକ ପଦବୀ ନିଯୁକ୍ତି ପାଇଁ ଆଜି ହେଉଛି ଶାରିରୀକ ପରୀକ୍ଷା । ରାଉରକେଲାର ପ୍ରବୀଣ କୁମାର ପଣ୍ଡା ଫରେଷ୍ଟ ଗାର୍ଡ ଓ ଫରେଷ୍ଟର ପଦବୀ ପାଇଁ ଆବଦେନ କରିଥିଲେ । ସେ ଆଜି ଫିଜିକାଲ ଟେଷ୍ଟ ଦେବାକୁ ପହଞ୍ଚିଥିଲେ ।ପ୍ରବୀଣ ଭବାନୀପୁରରୁ ବାରଗାଡ ୨୫ କିଲୋମିଟର ଦୌଡ଼ରେ ଭାଗ ନେଇଥିବା ବେଳେ ସଦର ଥାନା କିରେଇ ନିକଟରେ ଅଚେତ ହୋଇପଡିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ମେଡିକାଲ ନିଆଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଅନ୍ୟପଟେ କେନ୍ଦୁଝରରେ ମଧ୍ୟ ଫିଜିକାଲ ଟେଷ୍ଟ ଦେଉଥିବାବେଳେ ବ୍ୟୋମକେଶ ନାୟକ ନାମକ ଜଣେ ପରୀକ୍ଷାର୍ଥୀ ଟଳି ପଡିଥିବା ଜଣାପଡିଛି । ଏହି ମୃତକଙ୍କ ସମ୍ପର୍କରେ ସବିଶେଷ ସୂଚନା ମିଳିପାରିନି । 

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତ ପରୀକ୍ଷାର୍ଥୀଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । 

 ଅଧିକ ପଢ଼ନ୍ତୁ: ବାପାକୁ ଦିଗଡ଼ କଲା; ମୁଣ୍ଡ ଧରି ଥାନାରେ ପହଞ୍ଚିଲା