Advertisment

ପରବର୍ତ୍ତୀ ପୋଲିସ ଡିଜି ହୋଇପାରନ୍ତି ୱାଇ.ବି. ଖୁରାନିଆ !

କେନ୍ଦ୍ରରୁ ଫେରିଲେ ଆଇପିଏସ୍ ୱାଇ.ବି ଖୁରାନିଆ । ବିଏସଏଫ୍ ସ୍ପେଶାଲ୍ ଡିଜି ୱାଇ.ବି ଖୁରାନିଆ କେନ୍ଦ୍ରରୁ ଫେରିଲେ  ।

author-image
Sujit kumar Swain
ଅଦ୍ୟତନ ହୋଇଛି
IPS officer YB Khurania

IPS officer YB Khurania

ପରବର୍ତ୍ତୀ ପୋଲିସ ଡିଜି ହେବେ କି ୱାଇ.ବି. ଖୁରାନିଆ ? କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ବଢ଼ିଲା ଚର୍ଚ୍ଚା। ଓଡ଼ିଶା କ୍ୟାଡର ଆଇପିଏସ୍ ୱାଇ.ବି ଖୁରାନିଆ ଏବେ ବିଏସଏଫ୍ ସ୍ପେଶାଲ୍ ଡିଜି ଅଛନ୍ତି। ତେବେ ତାଙ୍କୁ ପ୍ୟାରେଣ୍ଟ କ୍ୟାଡରକୁ ଅର୍ଥାତ୍ ଓଡ଼ିଶାକୁ ପ୍ରତ୍ୟାବର୍ତ୍ତନ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ଯାହାକୁ ଅନୁମୋଦନ ଦେଇଛି କାର୍ମିକ ମନ୍ତ୍ରାଳୟ। 

Advertisment

ଖୁରାନିଆଙ୍କ ପ୍ରତ୍ୟାବର୍ତ୍ତନ ପରେ ସେ ଓଡ଼ିଶାର ପରବର୍ତ୍ତୀ ଡିଜିପି ହେବା ନେଇ ଚର୍ଚ୍ଚା ଜୋର୍ ଧରିଛି। ୧୯୯୦ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇପିଏସ୍ ୱାଇ.ବି ଖୁରାନିଆ ପୂର୍ବରୁ ପୋଲିସ କମିଶନର ଥିଲେ । ସେ ନୟାଗଡ଼, ଯାଜପୁର, ଗଞ୍ଜାମ, ମୟୂରଭଞ୍ଜ ଓ ରାଉରକେଲା SP ଭାବେ ମଧ୍ୟ କ୍ୟାରିୟର ପ୍ରାରମ୍ଭିକ କାଳରେ ଦାୟିତ୍ବ ନିର୍ବାହ କରିଛନ୍ତି। ତା ପରେ ସଦର୍ଣ୍ଣ ରେଞ୍ଜ ଡିଆଇଜି, ନର୍ଦ୍ଦର୍ଣ୍ଣ ରେଞ୍ଜ ଡିଆଇଜି, ଆଇଜି ନର୍ଦ୍ଦର୍ଣ୍ଣ ରେଞ୍ଜ, ଆଇଜି ସ୍ପେଶାଲ୍ ଆର୍ମଡ୍ ପୋଲିସ ଏବଂ ଆଇଜି ଅପରେସନ, ଭୁବନେଶ୍ବର ପଦରେ ମଧ୍ୟ ଥିଲେ । 

ତେବେ ଅଚାନକ କାର୍ଯ୍ୟକାଳ ପୂରିବା ଆଗରୁ କେନ୍ଦ୍ରୀୟ ଡେପୁଟେସନରୁ ଆଇପିଏସ୍ ଖୁରାନିଆଙ୍କ ପ୍ରତ୍ୟାବର୍ତ୍ତନ ହେଉଥିବାରୁ ସେ ଓଡ଼ିଶାର ପରବର୍ତ୍ତୀ ପୋଲିସ ଡିଜି ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି ।

Advertisment

Odisha Cadre IPS Officer Senior IPS Officer IPS Officer Odisha IPS Officer
Advertisment
Advertisment