Advertisment

Subhadra Yojana: ଏଇ ମାସ ଶେଷ ସପ୍ତାହରେ ଆସିବ ସୁଭଦ୍ରା ଟଙ୍କା; ଶୀଘ୍ର KYC ଅପଡେଟ୍ ସାରିବାକୁ ଉପମୁଖ୍ୟମନ୍ତ୍ରୀଙ୍କ ଅପିଲ

ଆଉ ୧୦ରୁ ୧୨ ଦିନ ଭିତରେ ମିଳିଯିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। କିନ୍ତୁ ଏଥିରେ ଅଛି ତ ଆପଣଙ୍କ ନାଁ ? ନା କେୱାଇସି ଅପଡେଟ୍ ନଥିବାରୁ ପେଣ୍ଡିଂରେ ପଡିଛି ଆପଣଙ୍କ ଆବେଦନ ?

undefined

Subhadra Yojana Scheme

Advertisment

ଏଇ ମାସ ଶେଷ ସପ୍ତାହରେ ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା। କିନ୍ତୁ ବିଡମ୍ବନା,ଏବେ ବି ୨ ଲକ୍ଷରୁ ଅଧିକ ମହିଳା ନିଜର କେୱାଇସି ଅପଡେଟ କରିନାହାନ୍ତି। ଆଉ ଅଜାଣତରେ ଅପ୍ଟ୍ ଆଉଟ ହୋଇଥିବା ୩୧ ହଜାର ମହିଳାଙ୍କ ମଧ୍ୟରୁ ଅପ୍ଟ୍ ଇନ୍ କରିଛନ୍ତି ୧୭ ହଜାର। ତେଣୁ ସରକାର ମାସ ଶେଷ ଆଡକୁ ଚତୁର୍ଥ ପର୍ଯ୍ୟାୟ ଟଙ୍କା ଦେବାକୁ ପ୍ରସ୍ତୁତ ହେଉଥିବାରୁ ଯଥାଶୀଘ୍ର କେୱାଇସି ଅପଡେଟ ପାଇଁ ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଏପେଟ ଏବେ ବି ଅନେକ ଆବେଦନକାରୀ ଆଶା ଆଶଙ୍କାରେ ରହିଛନ୍ତି।

Advertisment

ଆଉ ୧୦ରୁ ୧୨ ଦିନ ଭିତରେ ମିଳିଯିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। କିନ୍ତୁ ଏଥିରେ ଅଛି ତ ଆପଣଙ୍କ ନାଁ ? ନା କେୱାଇସି ଅପଡେଟ୍ ନଥିବାରୁ ପେଣ୍ଡିଂରେ ପଡିଛି ଆପଣଙ୍କ ଆବେଦନ ? କେୱାଇସି ଅପଡେଟ ନଥିବାରୁ ଏବେ ବି ୨ ଲକ୍ଷ ଆବେଦନ ସାମିଲ ହୋଇ ପାରୁନାହିଁ। ତେଣୁ ଚତୁର୍ଥ ପର୍ଯ୍ୟାୟ ପୂର୍ବରୁ ସେମାନଙ୍କୁ କେୱାଇସି ଅପଡେଟ କରିବାକୁ ପୁଣି ଥରେ ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଯେଉଁ ୫ ଲକ୍ଷ ମହିଳାଙ୍କ କେୱାଇସି ଅପଡେଟ ନଥିଲା ସେଥିରୁ ୩ ଲକ୍ଷ ମହିଳା କେୱାଇସି  ଅପଡେଟ କରିଛନ୍ତି। ସେମାନଙ୍କୁ ତୃତୀୟ ପର୍ଯ୍ୟାୟରେ ସାମିଲ କରାଯିବ। ଅନ୍ୟପଟେ ଅଜାଣତରେ ଅପ୍ଟ ଆଉଟ୍ ହୋଇଥିବା ୩୧ ହଜାର ମହିଳାଙ୍କ ମଧ୍ୟରୁ ୧୭ ହଜାର ମହିଳା ପୁଣି ଥରେ ଅପ୍ଟ ଇନ୍ କରିଛନ୍ତି। ବାକି ୧୪ ହଜାର ମହିଳା ଆୟକର ବର୍ଗର ହୋଇଥିବାରୁ ଅପ୍ଟ ଇନ୍ କରୁନଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ବଡ଼ କଥା ହେଲା ଚତୁର୍ଥ କିସ୍ତି ପରେ ବି ଯଦି କେହି କେୱାଇସି ଅପଡେଟ କରୁଛନ୍ତି କିମ୍ବା ଅପ୍ଟ ଇନ୍ କରୁଛନ୍ତି ସେମାନଙ୍କୁ ବି ସୁଯୋଗ ଦେବେ ସରକାର।

ଅଧିକ ପଢ଼ନ୍ତୁ: ‘ଫେବ୍ରୁଆରୀ ପହିଲାରୁ ଆରମ୍ଭ ହୋଇପାରେ ଧାଡ଼ି ଦର୍ଶନ, ହୁଣ୍ଡି ସ୍ଥାନାନ୍ତର ପାଇଁ ହେଉଛି ବିଳମ୍ବ’

Advertisment

ଏବେ ଯାଏଁ ୩ଟି ପର୍ଯ୍ୟାୟରେ ପ୍ରାୟ ୮୦ ଲକ୍ଷରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଟଙ୍କା ଦେଲେଣି ସରକାର। ଚତୁର୍ଥ ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ମହିଳାଙ୍କୁ ଯୋଜନାରେ ସାମିଲ କରି କୋଟିଏ ହିତାଧିକାରୀ ସାମିଲ କରିବାକୁ ଲକ୍ଷ୍ୟ ରଖିଥିଲା ବିଭାଗ। କିନ୍ତୁ ଆକାଉଣ୍ଟ ମିସମ୍ୟାଚ, କେୱାଇସି ଅପଡେଟ୍, ଅଜାଣତରେ ଅପ୍ଟ୍ ଆଉଟ ଭଳି କାରଣ ପାଇଁ ୨୦ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରି ହେଉନଥିଲା। ସେଥିପାଇଁ ବାଦ୍ ପଡିଥିବା ମହିଳାଙ୍କୁ ଆଉ ଥରେ ସୁଯୋଗ ଦେବାକୁ ଡିସେମ୍ବର ପରିବର୍ତ୍ତେ ଜାନୁଆରୀ ଶେଷରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ଦେବାକୁ ସ୍ଥିର କରିଛନ୍ତି ସରକାର। ଏପଟେ ଆରମ୍ଭରୁ ଆବେଦନ କରିଥିଲେ ବି ୩ ଟି ପର୍ଯ୍ୟାୟ ପରେ ଟଙ୍କା ଆସିନଥିବାରୁ ଆଶାଆଶଙ୍କାରେ ଆବେଦନକାରୀ।

ବାରମ୍ବାର ବାଦ୍ ପଡୁଥିବା ଏବଂ କେୱାଇସି ନଥିବା ମହିଳାଙ୍କୁ ଯୋଡିବାକୁ ବି ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛି ବିଭାଗ। ଅଙ୍ଗନୱାଡି କର୍ମୀଙ୍କୁ ସେମାନଙ୍କ ଘରେ ପହଞ୍ଚିବାକୁ କୁହାଯାଇଛି। ଯଦି ଆପଣ ବି କେୱାଇସି ଅପଡେଟ କରିନାହାନ୍ତି ତାହେଲେ ଜଲ୍ଦି ବାୟୋମେଟ୍ରିକ ଜରିଆରେ କେୱାଇସି ଅପଡେଟ କରିଦିଅନ୍ତୁ।

Advertisment

ଅଧିକ ପଢ଼ନ୍ତୁ: ଆଦିବାସୀ ସାର୍ଟିଫିକେଟ୍‌ରେ ଚାକିରି; ୮ ଜଣଙ୍କ ନାଁରେ ଏତଲା

Pravati Parida
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ