ବ୍ୟବସାୟ କରିବାପାଇଁ କେବଳ ଇଛାର ଆବଶ୍ୟକତା ଥାଏ । ବ୍ୟବସାୟ ଆରମ୍ଭ କରିବା ପାଇଁ ବୟସ କେବେ ବି ବାଧକ ସାଜିନଥାଏ । ବ୍ୟବସାୟ କରିବାକୁ ଉଦ୍ୟମକରି କିଛି ବ୍ୟକ୍ତି ସଫଳତାର ଶିଖର ଛୁଅନ୍ତି । ବେଳେ ବେଳେ କିଛି ବ୍ୟକ୍ତି ବ୍ୟବସାୟରେ ଅସଫଳ ମଧ୍ୟ ହୁଅନ୍ତି । ପ୍ରତିଯୋଗିତାର ଭିଡ଼ ଭିତରୁ ବାହାରି କିଛି ନୂଆ ଢଙ୍ଗରେ ବ୍ୟବସାୟକଲେ ,ସଫଳତା ପାଇବାର ସମ୍ଭାବନା ବଢ଼ିଯାଇଥାଏ ।
ଏଭଳି କିଛି ନୂଆ ଚିନ୍ତା କରୁଥିବା ଉଦ୍ୟୋଗୀଙ୍କୁ ସୁଯୋଗ ପ୍ରଦାନ କରୁଛି ଭୁବନେଶ୍ୱର ଜନତା ମୈଦାନରେ ଆୟୋଜିତ ହେଉଥିବା ଉତ୍କର୍ଷ ଓଡିଶା- ମେକ ଇନ ଓଡିଶା କନକ୍ଳେଭ । ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ହେଉଥିବା ଏହି କନକ୍ଳେଭରେ ନିବେଶକଙ୍କ ସହ ଅନେକ ଉଦ୍ୟୋଗୀ ନିଜର ଷ୍ଟାର୍ଟଅପ ପ୍ରଦର୍ଶନ କରିଥାନ୍ତି । ଷ୍ଟାର୍ଟଅପ ପ୍ରଦର୍ଶନ କରୁଥିବା ଉଦ୍ୟୋଗୀମାନଙ୍କ ଭିଡ଼ ଭିତରୁ ଜଣେ ୧୩ ବର୍ଷୀୟ କୁନି ଉଦ୍ୟୋଗୀଙ୍କ ଷ୍ଟାର୍ଟଅପକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ଭୁବନେଶ୍ୱରର କୁନି ଉଦ୍ୟୋଗୀ ଆୟୁଷ୍ମାନ ନନ୍ଦ ଉତ୍କର୍ଷ ଓଡିଶା ମେକ ଇନ ଓଡିଶା କନକ୍ଳେଭରେ ବଡ଼ ବଡ଼ ଷ୍ଟାର୍ଟଅପ
Also Read
ଭିତରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ମାତ୍ର ୧୩ ବର୍ଷ ବୟସରେ ଦୁଇ ଦୁଇଟି ଷ୍ଟାର୍ଟଅପ କରିଛନ୍ତି ଆୟୁଷ୍ମାନ । ସେ ଏମିତି ଏକ ଡିଭାଇସ୍ ନିର୍ମାଣ କରିଛନ୍ତି ଯାହା ବସିବା ଢଙ୍ଗ ଯୋଗୁଁ ହେଉଥିବା ବ୍ୟାକ୍ ପେନରୁ ମୁକ୍ତି ଦେଇପାରିବ । ଲେଖିବାବେଳେ କିମ୍ଭା ଚେୟାରରେ ବସି କାମ କରିବା ବେଳେ ଯଦି ଆପଣଙ୍କ ବସିବା ଶୈଳୀ ଖରାପ ହେଉଛି ତାହେଲେ ସଙ୍ଗେ ସଙ୍ଗେ ବାଜିବ ଆଳାରାମ । ଏହା କେବଳ ସ୍କୁଲ ପିଲାଙ୍କ କାମରେ ଲାଗିବନି, ବରଂ ଆଇଟି ସେକ୍ଟର କିମ୍ବା କମ୍ପ୍ୟୁଟର ଆଗରେ ଘଣ୍ଟା ଘଣ୍ଟା ବସି କାମ କରୁଥିବା ଲୋକଙ୍କ କାମରେ ବି ଲାଗିବ । ଏହି ଡିଭାଇସ୍ କିପରି କାମ କରିବ ଆସନ୍ତୁ ଜାଣିବା..
ଅଧିକ ପଢ଼ନ୍ତୁ: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ନୂତନ ଗାଡ଼ି କ୍ରୟ କରନ୍ତୁ...
ଆୟୁଷ୍ମାନ ସବୁବେଳେ ବସିବା ବଦଳରେ ବିଛଣାରେ ଶୋଇ ଲେଖାଲେଖି କରୁଥିଲେ । ଏହାପରେ ତାଙ୍କ ଅଭିଭାବକ ତାଙ୍କୁ ଠିକ୍ ଢଙ୍ଗରେ ବସି ଲେଖିବାପାଇଁ ପରାମର୍ଶ ଦେଇଥିଲେ । ଏହାପରେ ସେ ଏହି ଡିଭାଇସ୍ ବନାଇବା ପାଇଁ ଚିନ୍ତା କରିଥିଲେ । ଏଥପାଇଁ ତାଙ୍କୁ ଶିକ୍ଷା ମନ୍ତ୍ରଣାଳୟ ତରଫରୁ ୨ଲକ୍ଷ ଟଙ୍କା ସହାୟତା ଯୋଗାଇ ଦିଆଯାଇଛି । ଏହି ଡିଭାଇସ୍କୁ ଅତି ସହଜରେ ନିଜ ବହି ,ଟେବୁଲ୍ ଏବଂ ଲାପ୍ଟପରେ ରଖାଯାଇପାରିବ । ଆଉ ଆପଣଙ୍କ ବସିବାର ଢଙ୍ଗ ଭୁଲହେଲେ ସାଙ୍ଗେ ସାଙ୍ଗେ ଆଲାର୍ମ ବାଜିବ । ଯାହାଦ୍ୱାରା ଆପଣ ସତର୍କ ହେବାସହ ନିଜ ବସିବା ଶୈଳୀକୁ ପରିବର୍ତ୍ତନ କରିପାରିବେ । ୩୦ ମିନିଟ୍ ସଠିକ୍ ପୋତ୍ସରରେ ରହିବାପରେ ଏହା ୫ ମିନିଟ ବ୍ରେକ ନେବାପାଇଁ ମଧ୍ୟ ମେସେଜ୍ ପ୍ରଦାନ କରିଥାଏ ।
ତେବେ ଆଉ କିଛି ଫଣ୍ଡ୍ ଯୋଗାଡ଼ କରିବାପରେ ଏହାକୁ ମାର୍କେଟକୁ ଆଣିବେ ଆୟୁଷ୍ମାନ । ଏହି ଡିଭାଇସ୍ ମାର୍କେଟକୁ ଆସିବାପରେ ଘଣ୍ଟା ଘଣ୍ଟା ଧରି ଚେୟାରରେ ବସି କାମ କରୁଥିବା ଲୋକମାନଙ୍କ ପିଠି ଯନ୍ତ୍ରଣା ଦୂର କରିପାରିବ । ଚୋରି ରୋକିବାପାଇଁ ସେ ଅନ୍ୟ ଏକ ଷ୍ଟାର୍ଟଅପକୁ ଅଧିକ ଗବେଷଣା ପରେ ମାର୍କେଟକୁ ଆଣିବେ ବୋଲି କହିଛନ୍ତି ।