Road Problem At Koraput: ୫୦ ବର୍ଷ ହେଲା ଡଙ୍ଗା ଭରଷାରେ ଗ୍ରାମବାସୀ; ସରୁନି ଦଶମନ୍ତପୁରର ୧୨ ଗ୍ରାମବାସୀଙ୍କ ଦୁଃଖ ?

ପ୍ରାୟ ୩୩ କୋଟି ଟଙ୍କା ବ୍ୟୟ ଅଟକଳରେ ବ୍ରିଜର ନିର୍ମାଣ କାମ ନେଇଛି ଭଦ୍ରକର ଏକ ଘରୋଇ ସଂସ୍ଥା । ହେଲେ କାମର ମନ୍ଥର ଗତି ଏବଂ ଗ୍ରାଉଣ୍ଡର ସ୍ଥିତି କହୁଛି, ମାତ୍ର ୨୮୫ ମିଟରର ବ୍ରିଜ୍ କାମ ଆସନ୍ତା ବର୍ଷ ବି ସରିବ କି ନାହିଁ ସନ୍ଦେହ ।

ଦଶମନ୍ତପୁରର 'ଜଳଦଶା' କାହାଣୀ ।

ବଜାର ହାଟ ହେଉ କିମ୍ବା ଶିକ୍ଷା,ସ୍ବାସ୍ଥ୍ୟ ଭଳି ମୌଳିକ ସେବା ପାଇଁ ପାରି ହେବାକୁ ପଡୁଛି ଜଳଭଣ୍ଡାର । ସେଇଥିପାଇଁ ୫୦ କିଲୋମିଟର ଦୂର ରାସ୍ତା ଯିବା ବଦଳରେ ଦୀର୍ଘ ୫୦ ବର୍ଷ ଧରି କେବଳ ଡଙ୍ଗା ଆଶ୍ରାରେ ୧୨ଟି ଗାଁର ଗ୍ରାମବାସୀ ଜଳଦଶାରେ ଘାଣ୍ଟି ହେଉଛନ୍ତି । ଏଭଳି ସମସ୍ୟା ଦୂର କରିବା ପାଇଁ ୨୦୨୩ ମସିହା ସେପ୍ଟେମ୍ବର ମାସରୁ ବ୍ରିଜ୍ ନିର୍ମାଣ ଚାଲିଛି । ହେଲେ ନିର୍ମାଣରେ କଛପ ଗତି ପାଇଁ ଜଳଦଶା ଶୀଘ୍ର ସରିବାର ସଂକେତ ମିଳୁନି ।

ଉଛୁଳୁ ମୁଛୁଳୁ ଡଙ୍ଗାରେ ଯାଉଛନ୍ତି ମଣିଷ, ମୋଟର ସାଇକେଲ୍, ତା ସାଙ୍ଗକୁ ସଉଦାପତ୍ର। ଭିଡ଼ ଏମିତି ଯେ, ପାଣି ପଶିବ ପଶିବ ହେଉଛି । ତା' ସତ୍ତ୍ବେ ଜୀବନକୁ ପାଣି ଛଡ଼େଇ ଚାଲିଛି ଜୀବନଯାତ୍ରା । ଏ ମୁଣ୍ଡରୁ ସେମୁଣ୍ଡ ଯାଏଁ ବନ୍ଧା ଏହି ଦଉଡ଼ି ଧରି ଚାଲିଛି ଜୀବନ ଡଙ୍ଗା । ଏମିତି ଵିପପୂର୍ଣ୍ଣ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ମୋରାନ୍ ଜଳଭଣ୍ଡାରର। ବର୍ଷେ କି ଦୁଇ ବର୍ଷ ନୁହେଁ ଜଳଭଣ୍ଡାର ହେବା ଦିନଠାରୁ କୋରାପୁଟ ଦଶମନ୍ତପୁର ବ୍ଲକର ୨ଟି ପଞ୍ଚାୟତର ଗ୍ରାମବାସୀଙ୍କ ପାଇଁ ଭଙ୍ଗା ଦଦରା ଡଙ୍ଗା ପାଲଟିଛି ଲାଇଫ୍ ଲାଇନ୍ ।

ଅଧିକ ପଢ଼ନ୍ତୁ: ଟ୍ବିନ୍‌ସିଟିରେ ଅପରାଧୀ ଏବଂ ଟ୍ରାଫିକ ଖିଲାଫକାରୀଙ୍କୁ ଧରିବ ଉଚ୍ଚମାନର AI କ୍ୟାମେରା

କାରଣ ଦଶମନ୍ତପୁର ସଦର ମହକୁମା ଏଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ଅବସ୍ଥିତ । କିନ୍ତୁ ୮ ରୁ ୧୦ କିଲୋମିଟର ରାସ୍ତା ସହ କେବଳ ଏଇ ଜଳଭଣ୍ଡାରର ଜଳପଥ ପାରିହେବା ପରେ ବୋରିଗୁମ୍ମା ବ୍ଲକର କାଟରଗଡ଼ା ହାଟଠୁ ନେଇ ବଜାର ଘାଟ, ଶିକ୍ଷା, ସ୍ବାସ୍ଥ୍ୟ ସବୁ ସୁବିଧା ମିଳିଥାଏ । ତେଣୁ ନିଜ ବ୍ଲକ୍ ବଦଳରେ ସମସ୍ତଙ୍କର ଭରସା ବୋରିଗୁମ୍ମା ଉପରେ । ଆଉ ଭରସା ଏ ବିପଦପୂର୍ଣ୍ଣ ଜଳଯାତ୍ରା ଉପରେ ।

ଏବେ ଖରା ଦିନରେ ସ୍ଥିତି ଏମିତି ରହିଛି କିନ୍ତୁ ବର୍ଷାଋତୁରେ ଏଠାରେ ଅତ୍ୟନ୍ତ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳେ । ଏଠି ଛୋଟମୋଟ ଦୁର୍ଘଟଣା ପ୍ରାୟ ପ୍ରତିବର୍ଷ ଘଟୁଛି । ସରକାର ମଧ୍ୟ ଏହି ଘଟଣା ସମ୍ପର୍କରେ ଅବଗତ ଅଛନ୍ତି । ବହୁ ଦାବି ପରେ ୨୦୨୩ ସେପ୍ଟେମ୍ବର ମାସରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହି ଜଳଭଣ୍ଡାର ଉପରେ ଏକ ହାଇ ଲେବୁଲ୍ ବ୍ରିଜ୍ ନିର୍ମାଣ ଚାଲିଛି ।

ପ୍ରାୟ ୩୩ କୋଟି ଟଙ୍କା ବ୍ୟୟ ଅଟକଳରେ ବ୍ରିଜର ନିର୍ମାଣ କାମ ନେଇଛି ଭଦ୍ରକର ଏକ ଘରୋଇ ସଂସ୍ଥା । ହେଲେ କାମର ମନ୍ଥର ଗତି ଏବଂ ଗ୍ରାଉଣ୍ଡର ସ୍ଥିତି କହୁଛି, ମାତ୍ର ୨୮୫ ମିଟରର ବ୍ରିଜ୍ କାମ ଆସନ୍ତା ବର୍ଷ ବି ସରିବ କି ନାହିଁ ସନ୍ଦେହ । ଯାହାକୁ ନେଇ ଅସନ୍ତୋଷ ବୃଦ୍ଧିପାଉଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ।

ଅପରପକ୍ଷେ ମୋରାନ୍ ଜଳଭଣ୍ଡାର ଉପରେ ନିର୍ମାଣଧୀନ ବ୍ରିଜ୍ କେବେ ସଂପୂର୍ଣ୍ଣ ହେବ? କେବେ ବିଚ୍ଛିନ୍ନାଞ୍ଚଳର ଜୀବନ ଜିଉଁଥିବା ଦଶମନ୍ତପୁରର ୧୨ଟି ଗାଁର ଦୁଃଖ ଦୂର ହେବ ? ଏବେ ତାକୁ ହିଁ ଅପେକ୍ଷା ।

ଅଧିକ ପଢ଼ନ୍ତୁ: ଡ୍ରପ ଆଉଟ କମୁନି, ଦଶମ ପରୀକ୍ଷା ଦେଲେନି ୧୦ ହଜାର ପିଲା