• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ଦଶହରା ବେଳେ ଭିଡ଼ ନିୟନ୍ତ୍ରଣ ଓ ଏହା ଉପରେ ନଜର ରଖିବାକୁ କମିଶନରେଟ ପୋଲିସର ଅପରେନସ ତ୍ରିଭୂଜ । ଭୁବନେଶ୍ବର କମିଶନରେଟ ପୋଲିସ ପକ୍ଷରୁ ପରୀକ୍ଷାମୂଳକ ଭାବେ ଏହି ପଦକ୍ଷେପ ନିଆଯାଇଛି । ଏଥିରେ ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ଲାଗିଥିବା ୧ ହଜାର କ୍ୟାମେରାକୁ ସର୍ଭେଲାନ୍ସରେ ବ୍ୟବହାର କରାଯାଉଛି ।

ଏହା ଛଡ଼ା ଡ୍ରୋନ କ୍ୟାମେରାର ମଧ୍ୟ ଉପଯୋଗ କରୁଛି ପୋଲିସ । VHF ସହ ଗ୍ରାଉଣ୍ଡ ଜିରୋରେ ଉପସ୍ଥିତ ଅଛନ୍ତି ପୋଲିସ ଟିମ । ତିନି ପ୍ରକାର ବ୍ୟବସ୍ଥା ବ୍ୟବହାର କରି ପୂଜା ଭିଡ଼ ବେଳେ ପୋଲିସ ରାଜଧାନୀରେ ଟ୍ରାଫିକ ନିୟନ୍ତ୍ରଣ କରୁଛି । ଏହାସହ  ଭିଡ଼ ନିୟନ୍ତ୍ରଣ, ଓ ଗାଡ଼ି ଚୋରି ଉପରେ ମଧ୍ୟ ନଜର ରଖାଯାଇଛି । ଯଦି ଏହି ଅପରେସନ ତ୍ରିଭୂତ ସଫଳ ହୁଏ ତେବେ ଏହାକୁ ଭବିଷ୍ୟତରେ ବହୁଳ ଭାବେ ବ୍ୟବହାର କରାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

 

OTV is now on Whatsapp

Join and get latest news update delivered to you via whatsapp

Join Now