Advertisment

Bangladeshi Nationals: ଓଡ଼ିଶାକୁ ନିରାପଦ ଆଶ୍ରୟସ୍ଥଳୀ ଭାବୁଛନ୍ତି କି ବାଂଲା ଅନୁପ୍ରବେଶକାରୀ ?

ଗତକାଲି ଭୁବନେଶ୍ବର ରେଲୱେ ଷ୍ଟେସନରୁ ୧୦ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ କ୍ରାଇମବ୍ରାଂଚ ଏସଟିଫ ହାତରେ ଧରାପଡ଼ିବା ପରେ ବଢୁଛି ଏଭଳି ଆଶଙ୍କା।

undefined

10 Bangladeshi Nationals Arrested In Bhubaneswar

Advertisment

ବଢୁଛି ବାଂଲାଦେଶୀ ଅନୁପ୍ରବେଶକାରୀ ଚିନ୍ତା। ରାଜ୍ୟର ଉପକୂଳ ଜିଲ୍ଲା ଏବଂ ପଶ୍ଚିମବଙ୍ଗ ରାସ୍ତା ଦେଇ ବହୁ ସଂଖ୍ୟାରେ ବାଂଲାଦେଶୀ ପଶିଆସୁଥିବା ବେଳେ ଗତକାଲି ଭୁବନେଶ୍ବର ଷ୍ଟେସନରୁ ୧୦ ବାଂଲାଦେଶୀଙ୍କୁ ଧରିଥିଲା କ୍ରାଇମବ୍ରାଞ୍ଚ STF। ଏମାନଙ୍କୁ ସାଥିରେ ନେଇ ଯାଉଥିବା ଜଣେ ଏଜେଣ୍ଟକୁ ବି ଧରି ଖୋଳତାଡ଼ କରୁଛି STF। ସେପଟେ ବାଂଲାଦେଶୀ ଓଡ଼ିଶାକୁ ଅନୁପ୍ରବେଶ ପରେ ଏଠି ବିଭିନ୍ନ ଅପରାଧରେ ସଂପୃକ୍ତି ରହୁଥିବାରୁ ସେମାନଙ୍କୁ ନିଜ ଦେଶକୁ ପଠାଇବା ପ୍ରସଙ୍ଗ ଆଜି ବିଧାନସଭାରେ ଉଠିଛି।

Advertisment

ଓଡ଼ିଶାକୁ ନିରାପଦ ଆଶ୍ରୟସ୍ଥଳୀ ଭାବୁଛନ୍ତି କି ବାଂଲା ଅନୁପ୍ରବେଶକାରୀ ? ଭାୟା ଭୁବନେଶ୍ବର ହୋଇ ବିଭିନ୍ନ ରାଜ୍ୟକୁ ଯାଉଛନ୍ତି କି ? ଗତକାଲି ଭୁବନେଶ୍ବର ରେଲୱେ ଷ୍ଟେସନରୁ ୧୦ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ କ୍ରାଇମବ୍ରାଂଚ ଏସଟିଫ ହାତରେ ଧରାପଡ଼ିବା ପରେ ବଢୁଛି ଏଭଳି ଆଶଙ୍କା। ରାଜ୍ୟରେ ବାରମ୍ବାର ବାଂଲାଦେଶୀ ଅନୁପ୍ରବେଶ କରୁଥିବାର ଅଭିଯୋଗ ଭିତରେ ଗତକାଲି ଆସାମରୁ କିଛି ବାଂଲାଦେଶୀ ଟ୍ରେନରେ ବେଙ୍ଗାଳୁରୁ ଯାଉଥିବା ସୂଚନା ପାଇ ଷ୍ଟେସନରେ ଚଢାଉ କରିଥିଲା ଏସଟିଏଫ୍। ଆଉ ଧରାପଡ଼ିଥିଲେ ଜଣେ ନବାଳାକ, ୩ ମହିଳାଙ୍କ ସମେତ ୧୦ ବାଂଲାଦେଶୀ। ଯେଉଁମାନଙ୍କ ପାଖରେ ଭାରତୀୟ ବୋଲି କୌଣସି ପ୍ରମାଣ ନଥିବା ବେଳେ ବାଂଲାଦେଶୀ ମୁଦ୍ରା ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ପୋଲିସ। 

ଅଧିକ ପଢ଼ନ୍ତୁ: ବାଂଲାଦେଶୀ ଅନୁପ୍ରବେଶକାରୀ ବଢ଼ାଇଲେଣି ସମସ୍ୟା, ସରକାର କହିଲେଣି....

ସେପଟେ ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ବାଂଲାଦେଶରୁ ରୀତିମତ ଭାରତକୁ ଅନୁପ୍ରବେଶ କରାଉଥିବା ଏଜେଣ୍ଟ ମହମ୍ମଦ ହାସିମ୍ ବି ପୋଲିସ ହାତରେ ଧରାପଡ଼ିଛି। ଏମାନେ କେଉଁଠୁ, କେମିତି, କାହା ଜରିଆରେ ଭାରତ ଅନୁପ୍ରବେଶ କଲେ, ତାର ପୂର୍ବାପର ସ୍ଥିତି ନେଇ ମିଳିତ ଏଜେନ୍ସି ଦ୍ବାରା ତଦନ୍ତ ଚାଲିଥିବା କହିଛନ୍ତି STF ଡିଆଇଜି ପିନାକ ମିଶ୍ର।

Advertisment

ଏପଟେ ଅଧିକାଂଶ ଉପକୂଳବର୍ତ୍ତୀ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଉପସ୍ଥିତି ଚିନ୍ତାଜନକ ବିଷୟ ହୋଇଛି। ଆଜି ବିଧାନସଭାରେ ଉଠିଛି ଏ ପ୍ରସଙ୍ଗ। ରାଜ୍ୟରେ କେଉଁ ଜିଲ୍ଲାରେ କେତେ ବାଂଲାଦେଶୀ ଅନୁପ୍ରବେଶକାରୀ ଆଡ୍ଡା ଜମାଇଛନ୍ତି ଏବଂ ସେମାନେ କିଭଳି ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଅଛନ୍ତି, ତାର ତଥ୍ୟ ରଖିବାକୁ ବିଧାନସଭାରେ ଦାବି ରଖିଥିଲେ ଖୋଦ୍ ଶାସକ ଦଳ ବିଧାୟକ ମାନସ ଦତ୍ତ। ଯାହାର ଲିଖିତ ଉତ୍ତର ରଖିଥିଲେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ରଖିଥିବା ତଥ୍ୟ ଅନୁସାରେ ରାଜ୍ୟରେ ଏବେ ସୁଦ୍ଧା ମୋଟ ୩ ହଜାର ୭୩୮ ଜଣ ବାଂଲା ଅନୁପ୍ରବେଶକାରୀ ରହିଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ଅଛନ୍ତି ସର୍ବାଧିକ ୧ ହଜାର ୬୪୯ ଜଣ। ସରକାର ପ୍ରତି ଜିଲ୍ଲାରେ ତହସିଲ, ବ୍ଲକ, ଏବଂ ପୋଲିସ କର୍ମଚାରୀଙ୍କୁ ନେଇ ଏକ କମିଟି ଗଠନ କରି ବେଆଇନ୍ ଭାବେ ରହୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଥିବା ମୁଖ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି।

ଓଡିଶାକୁ ବାଂଲାଦେଶୀ  ଅନୁପ୍ରବେଶ କରିବା ଏବଂ ଏଠାରେ ସ୍ଥାୟୀ ବସବାସ କରୁଥିବାର ଅଭିଯୋଗ ଆଦୌ ନୂଆ ନୁହେଁ। ଏହାକୁ ରୋକିବାକୁ ଆଗକୁ ଏ ଦିଗରେ ବିଜେପି ସରକାର କିଭଳି କାର୍ଯ୍ୟାନୁଷ୍ଠାନ ନେଉଛି, ତାକୁ ଅପେକ୍ଷା।

Advertisment

ଅଧିକ ପଢ଼ନ୍ତୁ: ବାଂଲାଦେଶକୁ ମାତ୍ କରିଦେବ ଭାରତର ଗୋଟିଏ ଚାଲ୍, ଛାଡ଼ିଯିବ ଚୀନ୍ ଓ ପାକିସ୍ତାନ ପ୍ରେମ

Bhubaneswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ