Advertisment

Ration Card: ଭୂତ ଖାଉଛନ୍ତି ରାସନ; ସତ ଧରିଛି  E-KYC, ମଲା ଲୋକଙ୍କ ନାଁରେ ବୁହା ଚାଲିଛି ସରକାରୀ ଚାଉଳ

ରାଜ୍ୟରେ ଧରା ପଡ଼ିଛନ୍ତି ଲକ୍ଷେ ୭୭ ହଜାରରୁ ଅଧିକ ଭୂତ ରାସନକାର୍ଡ ହିତାଧିକାରୀ। ଆସେମ୍ଲିରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଏ ଉତ୍ତର ସମସ୍ତଙ୍କୁ ତାଜୁବ କରିଛି।

undefined

Ration Card

Advertisment

E-KYC ଦ୍ବାରା ରାଜ୍ୟରେ ଧରା ପଡ଼ିଛନ୍ତି ଲକ୍ଷେ ୭୭ ହଜାରରୁ ଅଧିକ ଭୂତ ରାସନକାର୍ଡ ହିତାଧିକାରୀ। ଆସେମ୍ଲିରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଏ ଉତ୍ତର ସମସ୍ତଙ୍କୁ ତାଜୁବ କରିଛି। ମନ୍ତ୍ରୀ କହିଛନ୍ତି ଇଏ ମାତ୍ର ଗୋଟିଏ ଜିଲ୍ଲାର ରିପୋର୍ଟ, ସବୁ ତଥ୍ୟକୁ ମିଶାଇଲେ ଏ ହିସାବ ୨୦ଲକ୍ଷ ଟପି ପାରେ। ଏଣେ ମଲା ଲୋକଙ୍କ ନାଁରେ ବର୍ଷ ବର୍ଷ ଧରି ଚାଉଳବୁହା ଚାଲିଥିବାବେଳେ ପ୍ରକୃତ ହିତାଧିକାରୀ କିନ୍ତୁ ବର୍ଷ ବର୍ଷ ଧରି ରାସନକାର୍ଡ ପାଇଁ ପଞ୍ଚାୟତରୁ ବ୍ଲକ୍ ଯାଏଁ ଦୌଡ଼ି ଦୌଡ଼ି ଥକି ପଡୁଛନ୍ତି।

Advertisment

ଭୂତ ଖାଉଛନ୍ତି ରାସନ । ସତ ଧରିଛି ଇ-କେୱାଇସି । ମଲା ଲୋକଙ୍କ ନାଁରେ ବୁହା ଚାଲିଛି ସରକାରୀ ଚାଉଳ । ଦିନେ କି ମାସେ ନୁହେଁ ବର୍ଷ ବର୍ଷ ଧରି ବେଧଡ଼କ୍ ଚାଲିଛି ଏ ପ୍ରକ୍ରିୟାରାଜ୍ୟରେ ୧ ଲକ୍ଷ ୭୭ ହଜାର ୬୮ ଜଣ ମୃତ ରାସନକାର୍ଡ ହିତାଧିକାରୀ ଚିହ୍ନଟ ହୋଇଥିବା ନେଇ ବିଧାନ ସଭାରେ ଖୋଦ୍ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଏ ଉତ୍ତର ସମସ୍ତଙ୍କୁ ଚକିତ କରିଛି। ବାଲେଶ୍ବର ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ ଉତ୍ତର ରଖି ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି E-KYC ପ୍ରକ୍ରିୟାରୁ କେବଳ ଗୋଟିଏ ଜିଲ୍ଲାରୁ ଏତିକି ଭୂତ ରାସନକାର୍ଡ ଚିହ୍ନଟ ହୋଇଛନ୍ତି, ଯଦି ସବୁ ଜିଲ୍ଲାର ରିପୋର୍ଟକୁ ହିସାବକୁ ନିଆଯାଏ ତାହାଲେ ଏ ସଂଖ୍ୟା ୨୦ ଲକ୍ଷ ଟପି ଯାଇପାରେ। 

ଅଧିକ ପଢନ୍ତୁ: ଉପକୂଳ ମୁହାଁ ବାତ୍ୟା ‘ପେଙ୍ଗଲ’;୨୯ ତାରିଖରେ ଛୁଇଁବ ସ୍ଥଳଭାଗ !

ତା’ସହ ଆହୁରି ମଧ୍ୟ ସୂଚନା ଦେଇ କହିଛନ୍ତି-ରାଜ୍ୟରେ ମୋଟ ୩ କୋଟି ୩୬ ଲକ୍ଷ ୩୫ ହଜାର ୯୧୮ ପିଡିଏସ୍ ହିତାଧିକାରୀ ଅଛନ୍ତି। ସେଥିରୁ ଏଯାବତ୍ ୨ କୋଟି ୬୯ ଲକ୍ଷ ୨୩ ହଜାର ୮୩୦ E-KYC ଯାଞ୍ଚ ସରିଛି। ଆଉ ୧୫ଦିନ ଭିତରେ ଏ କାମ ସମ୍ପୂର୍ଣ୍ଣ ହୋଇଯିବ। ଅବେ ୬ ଲକ୍ଷ ୧୯ ହଜାର ୮୩୬ ଜଣ ନୂଆ ରାସନ କାର୍ଡ ପାଇଁ ଆବେଦନ କରି ଅପେକ୍ଷାରେ ରହିଛନ୍ତି। 

Advertisment

ଗୋଟିଏ ପଟେ ଭୂତ ଲୋକଙ୍କ ନାଁରେ ରାସନ ସାମଗ୍ରୀ ବୁହା ଚାଲିଛି। ତ ଅନ୍ୟପଟେ ସବୁ ଯୋଗ୍ୟତା ଥାଇ ବି ବର୍ଷ ବର୍ଷ ଧିର ପିଡିଏସ୍ ସାମଗ୍ରୀ ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି- ଅସଲ ହିତାଧିକାରୀ। ଲମତାପୁଟ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଛୁଆ କାଖେଇ ସରକାରୀ ବାବୁଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହୁଛନ୍ତି ମହିଳାମାନେ । ସମସ୍ତେ ଦେଉଳପଡ଼ା ଗାଁର ରାସନକାର୍ଡ ଆବେଦନକାରୀ। ସେମାନଙ୍କ ଅଭିଯୋଗ, ଯେତେବେଳେ ଆସିଲେ ବି ମିଳୁଛି ଗୋଟିଏ ଉତ୍ତର, ସାଇଟ୍ ଖୋଲୁନି କାଲିକି ଆସ। 

ସେମିତି ଆଉ ଜଣେ ମହିଳା । ତାଙ୍କର ତିନି ତିନିଟି ପିଲା ରହିଛନ୍ତି । ନାଁ କ୍ରିଷ୍ଣା ବିନ୍ଧାଣୀ, ସ୍ବାମୀ ଆରପାରିରେ। ଆଜି ଯାଏଁ ତାଙ୍କ ପରିବାର ରାସନକାର୍ଡ ଖଣ୍ଡେ ପାଇଲାନି। ବ୍ଲକ ଓ ପଞ୍ଚାୟତ ଅଫିସ୍‌କୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ଏବେ ଭାଗ୍ୟକୁ ଆଦରି ରହିଛନ୍ତି। ସେପଟେ ସ୍ଥାନୀୟ ସରପଞ୍ଚଙ୍କ ଉତ୍ତର, ଟାର୍ଗେଟ୍ ପୂରଣ ହୋଇଯାଇଥିବାରୁ ତାଙ୍କ ପଞ୍ଚାୟତର ୧୯୨ ହିତାଧିକାରୀ ତାଲିକାରେ ସାମିଲ ହୋଇପାରୁ ନାହାନ୍ତି। ଯାହାଙ୍କ ଭିତରେ କ୍ରିଷ୍ଣା ଅଛନ୍ତି।

Advertisment

କେଉଁଠି ମଲା ଲୋକ ତ କେଉଁଠି ଥିଲାବାଲା ଘର, ଏମାନେ ସହଜରେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇ ଯାଉଛନ୍ତି। ହେଲେ ଯେଉଁମାନେ ଅସଲ ହିତାଧିକାରୀ ସେମାନଙ୍କ ପାଇଁ ସାତ ସପନ ପାଲଟୁଛି ରାସନ କାର୍ଡ।

ଅଧିକ ପଢନ୍ତୁ: ମିସେସ୍ ପାଣ୍ଡିଆନ୍‌ଙ୍କ ଛୁଟି ବାତିଲ୍; ଆଜିଠୁ କାର୍ଯ୍ୟରେ ଯୋଗଦେଲେ

Odisha News Ration Card Ration Card Beneficiaries
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ