• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଲୋକଙ୍କ ମଧ୍ୟରେ ସଚେତନତା ଓ ବର୍ଷା ଯୋଗୁଁ ଏବର୍ଷ କମିଛି ଜଙ୍ଗଲ ନିଆଁ । ପିସିସିଏଫ୍ ଦେବୀଦତ୍ତ ବିଶ୍ବାଳ ଏ ନେଇ ସୂଚନା ଦେଇଛନ୍ତି । ଏପ୍ରିଲ ୭ ତାରିଖ  ସୁଦ୍ଧା ରାଜ୍ୟର ୮ ହଜାର ପଏଣ୍ଟରେ ନିଆଁ ଲାଗିଛି । ୯୯.୫ ପ୍ରତିଶତ ନିଆଁକୁ ଲିଭାଯାଇଛି । 

ସେହିପରି ଆଜି ସୁଦ୍ଧା ୨୦୦ ପଏଣ୍ଟରେ ନିଆଁ ଲାଗିଥିବା ଖବର ଆସିଛି । ଗତବର୍ଷ ଏହି ସମୟ ସୁଦ୍ଧା ରାଜ୍ୟର ୨୭ ହଜାର ପଏଣ୍ଟରେ ନିଆଁ ଲାଗିଥିଲା । ମାଲକାନଗିରିରେ ପୋଡୁ ଚାଷ ପାଇଁ ଅଧିକ ନିଆଁ ଲାଗୁଛି । ମହୁଲ ଫୁଲ ସଂଗ୍ରହ ଓ ଜନ୍ତୁ ଶିକାର ପାଇଁ ନିଆଁ ଲଗାଉଛନ୍ତି ଲୋକେ । ଏମିତିକି କିଛି ଲୋକ ଦୁଷ୍ଟାମୀ କରିବା ପାଇଁ ଜଙ୍ଗଲରେ ନିଆଁ ଲଗାଉଥିବା ଦେଖିବାକୁ ମିଳୁଛି । 

ନିଆଁ ଲଗାଉଥିବା ଲୋକ ଧରା ପଡ଼ିଲେ କାର୍ଯ୍ୟନୁଷ୍ଠାନ ନିଆଯାଉଛି । ନିଆଁ ଲିଭାଇବା ପାଇଁ ୩୬୭ ସ୍କ୍ୱାର୍ଡ ନିୟୋଜିତ ହୋଇଛନ୍ତି । ୨ ହଜାର ୩୬୫ ସେଫଟି କୀଟ  ସହ ୪ ହଜାର ୭୯୦ ଫାୟାର ଗ୍ଲୋଭ ଦିଆଯାଇଛି । ଜଙ୍ଗଲ ନିଆଁ ଲିଭାଇବା ପାଇଁ ସ୍ବତନ୍ତ୍ର ଭାବେ ୩୩୦ ଗାଡ଼ି ନିୟୋଜନ କରାଯାଇଛି ।

 

ଅନ୍ୟପଟେ ଜଙ୍ଗଲରେ ଫାୟାର ଲାଇନ ଚି଼ହ୍ନଟ କରିବା ସହ ଜନ ସଚେତନ କରାଯାଉଛି । ଅଧିକ ନିଆଁ ବ୍ୟାପିଲେ ଓଡ୍ରାଫ ଟିମ ସହାୟତା ନିଆଯିବ ବୋଲି କହିଛନ୍ତି ପିସିସିଏଫ୍  ।