Advertisment

ଓଡ଼ିଶାର ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ପରଲୋକ

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମଧ୍ୟ ଭଣ୍ଡାରେଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି।

author-image
Satyendu Shekher Mishra
Murlidhar Chandrakant Bhandare

Murlidhar Chandrakant Bhandare

ଓଡ଼ିଶାର ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ପରଲୋକ। ୯୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ୨୦୦୭ରୁ ୨୦୧୩ ଯାଏଁ ଓଡ଼ିଶାର ରାଜ୍ୟପାଳ ଥିଲେ ମୁରଲୀ ଚନ୍ଦ୍ରକାନ୍ତ ଭଣ୍ଡାରେ। ମହାରାଷ୍ଟ୍ରର ଏହି ବରିଷ୍ଠ କଂଗ୍ରେସ ନେତା ୩ ଥର ସାଂସଦ ଥିଲେ ଏବଂ ସୁପ୍ରିମକୋର୍ଟ ଆଇନଜୀବୀ ମଧ୍ୟ ଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ବ୍ୟକ୍ତ କରିଛନ୍ତି । ସେହିପରି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମଧ୍ୟ ଭଣ୍ଡାରେଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି।

Advertisment

Advertisment
Advertisment