/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700227821.jpg)
Zombie catfish
ଆପଣ ଅନେକ ପ୍ରକାରର ମାଛର ନାଁ ଜାଣିଥିବେ । କିଛି ମାଛକୁ ଖାଦ୍ୟ ଭାବେ ବ୍ୟବହାର କରାଯାଉଥିବାବେଳେ କିଛି ମାଛକୁ ସଉକିନ୍ ଭାବେ ଘରେ ମଧ୍ୟ ରଖାଯାଏ । ସାଧାରଣତଃ ପ୍ରାୟ ସମସ୍ତେ ଜାଣନ୍ତି ମାଛଟିଏକୁ ପାଣିରୁ ବାହାର କରିବା ଦ୍ୱାରା ମାଛର ମୃତ୍ୟୁ ହୋଇଥାଏ ।
ହେଲେ ଆପଣ ଜାଣନ୍ତି କି ଏମିତି ଏକ ମାଛ ରହିଛି । ଯାହା ପାଣିରୁ ମାସ ମାସ ଧରି ବାହାରେ ରହିବା ପରେ ତା’ର ମୃତ୍ୟୁ ହୁଏ ସିନା ହେଲେ ସେ ପୁଣି ଜୀବିତ ହୋଇଉଠେ ।
ମରିବାର ଅନେକ ଦିନ ପରେ ବି ତା’ର ଜୀବନ ଫେରିଆସେ । ଆପଣ ଦେଖୁଥିବା ଏହି ଭିଡିଓରେ ମାଛଟି ସମ୍ପୂର୍ଣ୍ଣ ଶୁଖିଯାଇଛି । ହେଲେ ସେହି ମାଛ ଉପରେ ଯେମତି ଜଣେ ବ୍ୟକ୍ତି ପାଣି ଢ଼ାଳୁଛନ୍ତି ସେ ନିଃଶ୍ୱାସ ପ୍ରଶ୍ୱାସ ନେଉଛି ।
ଆପଣ ଦେଖୁଥିବା ଏହି ମାଛର ନାଁ ହେଉଛି ହାଇପୋସ୍ । ଏହାକୁ ଜମ୍ବି କ୍ୟାଟଫିସ୍ ମଧ୍ୟ କୁହାଯାଏ । ଜଣାପଡ଼ିଛି ଯେ, ହାଇପୋସ୍ ରହିଥିବା ସ୍ଥାନରେ ଯେବେ ପାଣି ଶୁଖିଯାଏ । ସେହି ସମୟରେ ଏଇ ଦୀର୍ଘ ନିଦ୍ରାରେ ଲମ୍ବା ସମୟ ଯାଏଁ ଚାଲିଯାଏ । ଆଉ ବିନା ପାଣିରେ ଜୀବିତ ରହିଥାଏ ।
ବିନା ଜଳ ଓ ଖାଦ୍ୟରେ ଏହା ମାସ ମାସ ଧରି ନିଦ୍ରାରେ ରହିଥାଏ । ଏହାର କୌଣସି କ୍ଷତି ହୋଇନଥାଏ । ହେଲେ ଏହି ମାଛ ଉପରେ ପାଣି ବୁନ୍ଦାଏ ପଡ଼ିବା ପରେ ଏହା ପୁଣି ଜୀବନ୍ତ ହୋଇଉଠେ । ନିଦରୁ ଫେରିଆସି ପୂର୍ବପରି ପୁଣି ସେ ନିଜ କାମରେ ଲଗିପଡ଼େ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)