Advertisment

Jyoti Malhotra Pakistan Link: ଜ୍ୟୋତିଙ୍କ ପହଲଗାମରୁ ପାକିସ୍ତାନ ଯାତ୍ରା, ସନ୍ଦେହ ବଢାଉଛି ହାଇପ୍ରୋଫାଇଲଙ୍କ ସହ ଫଟୋ

ହରିୟାଣା ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାକୁ ପାକିସ୍ତାନ ସ୍ପାଏ ସନ୍ଦେହରେ ଗିରଫ କରାଯାଇଛି। ସୋସିଆଲ ମିଡିଆରେ ତାଙ୍କର ପାକିସ୍ତାନର ବହୁ ହାଇପ୍ରୋଫାଇଲ ବ୍ୟକ୍ତିବିଶେଷଙ୍କ ସହ ଫଟୋ ରହିଛି । ଏହା ସହ ସେ ଚଳିତ ବର୍ଷ ପହଲଗାମ ମଧ୍ୟ ଯାଇଥିଲେ ।

ଅଦ୍ୟତନ ହୋଇଛି
Jyoti Malhotra Spying Case

Jyoti Malhotra Spying Case

Advertisment

ସନ୍ଦେହ ବଢାଉଛି ହରିୟାଣା ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କ ଫଟୋ । ପାକିସ୍ତାନ ସ୍ପାଏ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ସୋସିଆଲ ମିଡିଆରେ ଜ୍ୟୋତିଙ୍କ ଏପରି କିଛି ଫଟୋ ସାମନାକୁ ଆସିଛି, ଯାହା ତାଙ୍କର ପାକିସ୍ତାନ ଲିଙ୍କ ଚର୍ଚ୍ଚାକୁ ଆହୁରି ବଢାଇଛି । ଜ୍ୟୋତି ବାରମ୍ବାର ପାକିସ୍ତାନ ଯିବା ସହ ସେଠାକାର ହାଇପ୍ରୋଫାଇଲ ବ୍ୟକ୍ତିବିଶେଷଙ୍କ ସହିତ ଫଟୋ ଉଠାଇଥିବା ଦେଖିବାକୁ ମିଳିଛି । ଏପରିକି ସେ ପାକିସ୍ତାନର ଏମିତି ସବୁ ସ୍ଥାନକୁ ଯାଇଛନ୍ତି ଯାହା ସହଜରେ କେହି ଯାଇପାରନ୍ତି ନାହିଁ । ତେବେ ସେ ଯାଉଥିଲେ କିପରି, ଏତେ ସହଜରେ ଭିସା କେମିତି ମିଳୁଥିଲା ? ଏ ପ୍ରଶ୍ନ ସମସ୍ତଙ୍କ ମନରେ ଥିବାବେଳେ ସେସବୁ ଦିଗରୁ ଛାନଭିନ ଜାରି ରଖିଛି ତଦନ୍ତକାରୀ ସଂସ୍ଥା । 

Advertisment

ଦିଲ୍ଲୀରେ ଥିବା ପାକିସ୍ତାନ ଦୂତାବାସରେ ଆୟୋଜିତ ଇଫତାର ପାର୍ଟିକୁ ଯାଇଥିଲେ ଜ୍ୟୋତି । ନିଜ ୟୁଟ୍ୟୁବ ଚ୍ୟାନେଲ ‘ଟ୍ରାଭେଲ ୱିଥ ଜୋ’ରେ ସେ ଏହାର ଭିଡିଓ ମଧ୍ୟ ଅପଲୋଡ୍ କରିଥିଲେ । ଯେଉଁଥିରେ ସେ ପାକିସ୍ତାନର ଜଣେ ଅଧିକାରୀ ଦାନିଶଙ୍କ ସହ ନଜର ଆସିଥିଲେ । ଖାଲି ସେତିକି ନୁହେଁ, ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଝିଅ ମରିୟମ ନୱାଜଙ୍କୁ ପାକିସ୍ତାନରେ ଭେଟିଥିଲେ ଜ୍ୟୋତି । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଚଳିତ ବର୍ଷ ହିଁ ଜ୍ୟୋତି ପହଲଗାମ ଯାଇଥିବାବେଳେ ଏହାର ଫଟୋ ଭିଡିଓ ଓ ରିଲ୍ସ ସେ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରିଥିଲେ । ସବୁଠୁ ବଡ଼ କଥା ହେଉଛି, ଜ୍ୟୋତି ମଲହୋତ୍ରାଙ୍କ ୟୁଟ୍ୟୁବ ଚ୍ୟାନେଲ ପାକିସ୍ତାନ ଭିଡିଓରେ ଭରପୂର ହୋଇ ରହିଛି। ଏହାସହ ବାରମ୍ବାର ଜ୍ୟୋତିଙ୍କ ପାକିସ୍ତାନ ଯିବା ଅନେକ ପ୍ରଶ୍ନ ସୃଷ୍ଟି କରିଛି । 

ଅଧିକ ପଢନ୍ତୁ : ‘ଆଗ ଦେଶ, ଝିଅ ପଛ...ଯଦି କିଛି ହୋଇଥାଏ, କାର୍ଯ୍ୟାନୁଷ୍ଠାନ ହେଉ’

Pakistan India Pakistan War Indian YouTuber Pahalgam Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ