Advertisment

ଯୁବକଙ୍କୁ ଜୀଅନ୍ତା ଜାଳି ଦେବାକୁ ଉଦ୍ୟମ, ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ...

ଜଣେ ଯୁବକଙ୍କ ଶରୀରରେ ନିଆଁ ଲଗାଇ ତାଙ୍କୁ ଜୀବନରୁ ମାରି ଦେବାକୁ ଉଦ୍ୟମ କରାଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

author-image
Rajalaxmi Sahoo
Youth Set On Fire In Jharkhand

Youth Set On Fire In Jharkhand

ପେଟ୍ରୋଲ ଢାଳି ଯୁବକଙ୍କୁ ମାରିଦେବାକୁ ଉଦ୍ୟମ। ଫଳରେ ନିଆଁରେ ପୋଡ଼ି ହୋଇ ଯୁବକଙ୍କ ମୁଣ୍ଡ ଓ ମୁହଁ ଜଳି ଯାଇଛି। ଝାଡ଼ଖଣ୍ଡର ଦୁମ୍‌କା ପରେ ଗରହୱାର ଶ୍ରୀ ବଂଶୀଧର ନଗରରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ, ଚିତବିଶ୍ରାମ ଗାଁରେ ଜଣେ ଯୁବକଙ୍କ ଶରୀରରେ ନିଆଁ ଲଗାଇ ତାଙ୍କୁ ଜୀବନରୁ ମାରି ଦେବାକୁ ଉଦ୍ୟମ କରାଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ, ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର କିଛି ଲୋକ ଦୀପକ ସୋନି ନାମକ ଯୁବକଙ୍କ ଉପରେ ପେଟ୍ରୋଲ ଢାଳି ମାରି ଦେବାକୁ ଉଦ୍ୟମ କରିଛନ୍ତି। ଏନେଇ ପୋଲିସ୍‌ ସୂଚନା ଦେଇଛି।

Advertisment

ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି। ଏହାସହ ୩୭ ବର୍ଷୀୟ ଦୀପକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ୍‌ରେ ଭର୍ତ୍ତି କରିଛି। ମିଳିଥିବା ସୂଚନା ଅନୁସାରେ, ଚିତବିଶ୍ରାମ ଗାଁରେ କସ୍‌ମୁଦ୍ଦିନ୍‌ ଓ ଅନ୍ୟ ଜଣେ ଯୁବକଙ୍କ ମଧ୍ୟରେ ଲଢ଼େଇ ଲାଗିଥିଲା। ଏହି ସମୟରେ ଦୀପକ ସେଠାରେ ପହଞ୍ଚି ସେମାନଙ୍କୁ ବୁଝାଶୁଝା କରିଥିଲା। ହେଲେ ଏଥିରେ ରାଗିଯାଇ କସ୍‌ମୁଦ୍ଦିନ୍‌, ଦୀପକଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। 

ସୂଚନାଥାଉ କି, ଗତ ଅଗଷ୍ଟ ୨୩ ତାରିଖରେ ଝାଡ଼ଖଣ୍ଡ ଦୁମ୍‌କାର ଅଙ୍କିତା ସିଂଙ୍କୁ ପେଟ୍ରୋଲ ଢାଳି ଜୀଅନ୍ତା ଜାଳି ଦିଆଯାଇଥିଲା। ଦୁମ୍‌କା ଥାନା ଅଞ୍ଚଳରେ ରହୁଥିବା ଶାହରୁଖ ନାମକ ଜଣେ ଯୁବକ ଅଙ୍କିତାଙ୍କ ଉପରେ ପେଟ୍ରୋଲ ଢାଳି ଜୀଅନ୍ତା ଜାଳି ଦେଇଥିଲା। ଫୋନ୍‌ରେ କଥା ହେବାକୁ ଅଙ୍କିତା ମନା କରି ଦେବାରୁ ଶାହରୁଖ ଏଭଳି ଅମାନବୀୟ କାଣ୍ଡ ଘଟାଇଥିଲା। ଗୁରୁତର ଅବସ୍ଥାରେ ଅଙ୍କିତାଙ୍କୁ ପ୍ରଥମେ ଦୁମ୍‌କା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ରିମ୍ସ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପାଞ୍ଚ ଦିନ ପର୍ଯ୍ୟନ୍ତ ସଂଘର୍ଷ କରି ଶେଷରେ ଜୀବନ ଯୁଦ୍ଧରେ ସେ ହାରି ଯାଇଥିଲେ। ଏହି ମାମଲାରେ ପୋଲିସ୍‌ ୨ ଅଭିଯୁକ୍ତ ଶାହରୁଖ ଓ ଛୋଟୁକୁ ଗିରଫ କରି ଜେଲ୍‌ ପଠାଇଥିଲା। 

Advertisment
Attempt To Murder
Advertisment
Advertisment