• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ପାଞ୍ଚ ଦିନ ପର୍ଯ୍ୟନ୍ତ ସଂଘର୍ଷ କରି ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ଝାଡ଼ଖଣ୍ଡର ଅଙ୍କିତା। ଆଜି ସକାଳେ ରାଞ୍ଚିର ରିମ୍ସ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ଲୋକମାନେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଛନ୍ତି। ତାଙ୍କୁ ନ୍ୟାୟ ଦାବିରେ ଲୋକେ ରାଜରାସ୍ତାକୁ ଓହ୍ଲାଇଛନ୍ତି। 

ସୂଚନାଥାଉ କି, ଦୁମ୍‌କା ଥାନା ଅଞ୍ଚଳରେ ରହୁଥିବା ଶାହରୁଖ ନାମକ ଜଣେ ଯୁବକ ଅଙ୍କିତାଙ୍କ ଉପରେ ପେଟ୍ରୋଲ ଢାଳି ଜୀଅନ୍ତା ଜାଳି ଦେଇଥିଲେ। ଫୋନ୍‌ରେ କଥା ହେବାକୁ ଅଙ୍କିତା ମନା କରି ଦେବାରୁ ଶାହରୁଖ ଏଭଳି ଅମାନବୀୟ କାଣ୍ଡ ଘଟାଇଥିଲା। ଗୁରୁତର ଅବସ୍ଥାରେ ଅଙ୍କିତାଙ୍କୁ ପ୍ରଥମେ ଦୁମ୍‌କା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ରିମ୍ସ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା।

କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବାହାରିଲା ଅଙ୍କିତାଙ୍କ ଅନ୍ତିମ ଯାତ୍ରା...

କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅଙ୍କିତାଙ୍କ ଶବକୁ ଘରୁ ବାହାର କରାଯାଇ ଅନ୍ତିମ ଯାତ୍ରାରେ ନିଆଯାଇଥିଲା। ବେତିୟା ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି। ଅନ୍ତିମ ଯାତ୍ରାରେ ବହୁ ସଂଖ୍ୟକ ଦୁମ୍‌କାର ଲୋକେ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ସ୍ଥିତି ଯେପରି ନବିଗିଡ଼େ ଏହାକୁ ଦୃଷ୍ଟିରେ ରଖି ପୋଲିସ୍‌ କିଛି ଲୋକକୁ ହେପାଜତକୁ ନେଇଛି। 

ଭୋର ୪ଟାରେ ଅଙ୍କିତାଙ୍କୁ ଜାଳି ଦେଇଥିଲା ଶାହରୁଖ...

ଗତ ଅଗଷ୍ଟ ୨୩ ତାରିଖରେ ଭୋର ୪ଟା ସମୟରେ ଶୋଇଥିବା ଅବସ୍ଥାରେ ଅଙ୍କିତାଙ୍କ ଉପରେ ପେଟ୍ରୋଲ ପକାଇ ଶାହରୁଖ ଜୀଅନ୍ତା ଜାଳି ଦେଇଥିଲା। ନିଜକୁ ବଞ୍ଚାଇବା ସେ ଅନେକ ପ୍ରୟାସ କରିଥିଲେ ମଧ୍ୟ ସେତେବେଳକୁ ସେ ପୋଡ଼ି ଯାଇଥିଲେ। ତାଙ୍କ ଚିତ୍କାର ଶୁଣି ଅଙ୍କିତାଙ୍କ ପରିବାର ସଦସ୍ୟ ମଧ୍ୟ ତାଙ୍କୁ ବଞ୍ଚାଇବା ପାଇଁ ପ୍ରୟାସ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଦୁମ୍‌କା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ରିମ୍ସ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ଏହାପରେ ପୋଲିସ୍‌ ଅଙ୍କିତାଙ୍କ ବୟାନ ରେକର୍ଡ କରି ଅଭିଯୁକ୍ତ ଶାହରୁଖକୁ ଗିରଫ କରିଥିଲା।

କଥା ନହେବାରୁ ଧମକ ଦେଉଥିଲା ଶାହରୁଖ...

ଅଙ୍କିତାଙ୍କ ଘର ଲୋକଙ୍କ କହିବା ଅନୁସାରେ, ଅଙ୍କିତାଙ୍କ ଫୋନ୍‌ ନମ୍ବର ଶାହରୁଖ ସଂଗ୍ରହ କରି ତାଙ୍କୁ ବାରମ୍ବାର କଲ୍‌ କରି ହଇରାଣ କରୁଥିଲା। ତାଙ୍କ ସହ ବନ୍ଧୁତା ସ୍ଥାପନ କରିବା ସହ କଥାବାର୍ତ୍ତା ହେବା ପାଇଁ ସେ ଚାପ ପକାଉ ଥିଲା। ହେଲେ ଅଙ୍କିତା କଥା ନହେବା ପାଇଁ ଶାହରୁଖଙ୍କୁ ମନା କରି ଦେଇଥିଲେ। ଏହାପରେ ଶାହରୁଖ ତାଙ୍କୁ ଜୀବନରୁ ମାରି ଦେବା ପାଇଁ ଧମକ ଦେଇଥିଲା। ଶେଷରେ ଅଙ୍କିତା ଶରୀରରେ ପେଟ୍ରୋଲ ଢାଳି ଜୀଅନ୍ତା ଜାଳି ଦେଇଥିଲେ। ଦ୍ୱାଦଶ ଶ୍ରେଣୀର ଛାତ୍ରୀ ଅଙ୍କିତାଙ୍କୁ ନ୍ୟାୟ ପ୍ରଦାନ ଲାଗି ପରିବାର ଲୋକ ଦାବି କରିଛନ୍ତି। ଅଭିଯୁକ୍ତକୁ ଫାଶି ଦିଆଯାଉ ବୋଲି ଦାବି ହୋଇଛି। ଫଳରେ ତାଙ୍କ ଆତ୍ମାକୁ ଶାନ୍ତି ମିଳିବ।

ସୂଚୁନାଥାଉ କି, ଅଙ୍କିତାଙ୍କ ଘରର ପରିସ୍ଥିତି ସେତେଟା ଠିକ୍‌ ନଥିଲା। ଘର ଚଳିବାରେ ଅସୁବିଧା ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଅଙ୍କିତା କିଛି କାମ କରିବାକୁ ଚାହୁଁଥିଲେ। ସେ ଜଣାଶୁଣା ଲୋକଙ୍କ ସହ ଯୋଗାଯୋଗ କରି ଚାକିରି ପାଇଁ କଥାବାର୍ତ୍ତା ମଧ୍ୟ ହେଉଥିଲେ। ଗ୍ରାଜୁଏସନ୍‌ ଶେଷ କରି ଶିକ୍ଷୟିତ୍ରୀ ହେବା ପାଇଁ ତାଙ୍କର ସ୍ୱପ୍ନ ଥିଲା। ହେଲେ ତାଙ୍କର ସବୁ ସ୍ୱପ୍ନ ଅଧୁରା ରହିଗଲା ବୋଲି ଅଙ୍କିତାଙ୍କ ଜେଜେମା’ କହିଛନ୍ତି। 

ଅନ୍ୟପକ୍ଷେ, ଅଙ୍କିତାଙ୍କ ମୃତ୍ୟୁ ନେଇ ପୋଲିସ୍‌ ତଦନ୍ତ ଜାରି ରହିଛି।