Advertisment

ଆଜିଠାରୁ ଉତ୍ତର ପ୍ରଦେଶରେ ଯୋଗୀ ସରକାରଙ୍କ ସେକେଣ୍ଡ ଇନିଂସ

ୟୁପି ରାଜଧାନୀ ଲକ୍ଷ୍ନୌର ବିଭିନ୍ନ ସ୍ଥାନରେ ଯୋଗୀ ଓ ମୋଦିଙ୍କ ପୋଷ୍ଟର ସାଙ୍ଗକୁ ହୋର୍ଡିଂ ଛାଇଯାଇଛି।

author-image
Chandan Shishu
ଅଦ୍ୟତନ ହୋଇଛି
Yogi-Modi Meet

Yogi-Modi Meet

ଆଜିଠାରୁ ଉତ୍ତର ପ୍ରଦେଶରେ ଯୋଗୀ ସରକାରଙ୍କ ସେକେଣ୍ଡ ଇନିଂସ। ଦ୍ୱିତୀୟ ଥର ପାଇଁ ୟୁପିର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଯୋଗୀ ଆଦିତ୍ୟନାଥ। ଲକ୍ଷ୍ନୌର ଏକାନା କ୍ରିକେଟ ଷ୍ଟାଡ଼ିୟମ୍‌ରେ ଭବ୍ୟ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେଉଛି। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ସାମିଲ ହେବେ ବୋଲି ଜଣାପଡିଛି।

Advertisment

ସେହିପରି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ମଧ୍ୟ ଶପଥଗ୍ରହଣ ସମାରୋହକୁ ନିମନ୍ତ୍ରଣ କରାଯାଇଛି। ଏପରିକି ବିଏସ୍‌ପି ସୁପ୍ରିମୋ ମାୟାବତୀ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ପ୍ରମୁଖଙ୍କୁ ବି ନିମନ୍ତ୍ରଣ କରାଯାଇଛି। ୟୁପି ରାଜଧାନୀ ଲକ୍ଷ୍ନୌର ବିଭିନ୍ନ ସ୍ଥାନରେ ଯୋଗୀ ଓ ମୋଦିଙ୍କ ପୋଷ୍ଟର ସାଙ୍ଗକୁ ହୋର୍ଡିଂ ଛାଇଯାଇଛି।

ଆଜି ଅପରାହ୍ନ ୪ଟାବେଳେ ଶପଥ ଗ୍ରହଣ ପାଇଁ ସମୟ ଧାର୍ଯ୍ୟ ହୋଇଛି। ଗତକାଲି ୟୁପି ବିଧାୟକ ଦଳର ବୈଠକରେ ଯୋଗୀ ଆଦିତ୍ୟନାଥଙ୍କୁ ସର୍ବସମ୍ମତିକ୍ରମେ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଥିଲା। ଏହାପରେ ରାଜ୍ୟପାଳଙ୍କୁ ଭେଟିଥିଲେ ଯୋଗୀ ଆଦିତ୍ୟନାଥ।

Advertisment
Yogi Govt UP Election
Advertisment
Advertisment