West Bengal chief minister Mamata Banerjee
ପଶ୍ଚିମବଙ୍ଗ ବୀରଭୂମ ହିଂସା ମାମଲାର ତଦନ୍ତ ଭିତରେ ଜୋର ଧରିଲା ରାଜନୀତି । ଆଜି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ମୃତକଙ୍କ ସଂପର୍କୀୟଙ୍କୁ ଆଶ୍ୱାସନା ଦେଇଛନ୍ତି । ଏଥିସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଚେକ୍ ପ୍ରଦାନ କରିବା ସହ, ସଂପର୍କୀୟଙ୍କ ପାଇଁ ସରକାରୀ ଚାକିରୀ ଘୋଷଣା କରିଛନ୍ତି । ତାସହ ଅଗ୍ନିକାଣ୍ଡରେ ଘର ହରାଇଥିବା ବିପନ୍ନଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ବି ଘୋଷଣା କରିଛନ୍ତି ।
ସେପଟେ ମମତାଙ୍କ ଶାସନକାଳରେ ପଶ୍ଚିମବଙ୍ଗରେ ଗଣତନ୍ତ୍ର ବିପଦରେ ଥିବା ଅଭିଯୋଗ କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ଜାତୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ଘଟଣାର ତଦନ୍ତ ପାଇଁ ବିଜେପି ଦାବି କରିଛି । କଂଗ୍ରେସ ମଧ୍ୟ ବୀରଭୂମ ହିଂସା ମାମଲାରେ ତୃଣମୂଳ କଂଗ୍ରେସକୁ ଟାର୍ଗେଟ୍ କରିଛି । କଂଗ୍ରେସ ନେତା ଅଧିର ରଂଜନ ଚୌଧୁରୀଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳକୁ ଯିବା ବେଳେ ତାଙ୍କୁ ଅଧାବାଟରେ ପୋଲିସ ଅଟକାଇଥିଲା । ତେବେ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ଦାବି କରିଛି ଦଳ ।
ସେପଟେ ରାଜ୍ୟର ଏଭଳି ସ୍ଥିତିକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି ଟିଏମ୍ସି ପ୍ରତିନିଧି ଦଳ । ଏହି ଘଟଣା ପାଇଁ ରାଜ୍ୟପାଳଙ୍କୁ ଦାୟୀ କରିବା ସହ ତାଙ୍କୁ ସେଠାରୁ ହଟାଇବା ଲାଗି ଦାବି କରାଯାଇଛି । ଏହାରି ଭିତରେ ଆଜି କୋଲକାତା ହାଇକୋର୍ଟରେ ମାମଲାର ଶୁଣାଣି ଶେଷ ହୋଇଛି । ତେବେ ରାୟ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ । ସେପଟେ ଅବହେଳା ପାଇଁ ରାମପୁରହାଟ ଏସଡିପିଓ ସୟାନ ଅହମ୍ମଦଙ୍କୁ ଆଜି ସସପେଣ୍ଡ କରାଯାଇଛି । ପଶ୍ଚିମବଙ୍ଗ ବିଧାନସଭାରେ ବି ଏହି ପ୍ରସଙ୍ଗ ନଉଠିବାରୁ ବିଜେପି ବିଧାୟକମାନେ କକ୍ଷ୍ୟ ତ୍ୟାଗ କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)