Advertisment

ମାମଲା ରୁଜୁ ପାଇଁ ସୁପ୍ରିମକୋର୍ଟ ଗଲେ କୁସ୍ତିଯୋଦ୍ଧା

ଏକ ସମ୍ବେଦନଶୀଳ ମାମଲାରେ ନା ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ନା ଏ ସଂପର୍କିତ ସରକାରୀ ପାନେଲ ରିପୋର୍ଟ ଏଯାଏଁ ସାର୍ବଜନୀନ କରାଯାଇଛି।

author-image
Chandan Shishu
ଅଦ୍ୟତନ ହୋଇଛି
Wrestlers Protest At Jantar Mantar

Wrestlers stage protest at Jantar Mantar

ସୁପ୍ରିମକୋର୍ଟ ଗଲେ କୁସ୍ତିଯୋଦ୍ଧା। ରେସଲରଙ୍କୁ ଯୌନ ନିର୍ଯାତନା ମାମଲାରେ ଏଫ୍ଆଇଆର ରୁଜୁ କରିବାକୁ ସୁପ୍ରିମକୋର୍ଟ ଙ୍କ ଦ୍ୱାରସ୍ଥ ହେଲେ କୁସ୍ତିଯୋଦ୍ଧା ସଂଘ ।ଯେ ପର୍ଯ୍ୟନ୍ତ ଆମକୁ ନ୍ୟାୟ ନମିଳିଛି, ସେ ପର୍ଯ୍ୟନ୍ତ ନା ଆମେ ଖାଇବୁ ନା ଶୋଇବୁ। ଏଭଳି ଚେତାବନୀ ଦେଇ ଦିଲ୍ଲୀରେ ପୁଣି ରାସ୍ତାକୁ ଓହ୍ଲାଇଛନ୍ତି କୁସ୍ତିଯୋଦ୍ଧା। ଗତକାଲିଠୁ ସେମାନେ ଧାରଣା ଜାରି ରଖିଛନ୍ତି । ଗତକାଲି ରାତି ତମାମ ଧାରଣାରେ ବସିବା ସହ ସକାଳୁ ବି ଜାରି ରଖିଛନ୍ତି ଆନ୍ଦୋଳନ। କୁସ୍ତି ଯୋଦ୍ଧା ବିନେଶ ଫୋଗଟ, ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ମଲ୍ଲିକ ନିଜ ସାଥୀଙ୍କ ସହ ଦିଲ୍ଲୀ ଯନ୍ତର ମନ୍ତରରେ ଧାରଣାରେ ବସଛନ୍ତି।

Advertisment

ଭାରତୀୟ କୁସ୍ତି ସଂଘ ସଭାପତି ବ୍ରିଜଭୂଷଣଙ୍କୁ ହଟାଇବା ଦାବିରେ ଅଟଳ ରହିଛନ୍ତି ସମସ୍ତେ। ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ମୁଖ୍ୟ ତଥା ଅନ୍ୟ ପ୍ରଶିକ୍ଷକମାନେ ମହିଳା ରେସଲରଙ୍କୁ ଯୌନ ଶୋଷଣ କରୁଥିବା ନେଇ ପୂର୍ବରୁ ଅଭିଯୋଗ ଆଣିଥିଲେ। ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ କେନ୍ଦ୍ର ଦିଲ୍ଲୀର କନଟ୍ ପ୍ଲେସ୍ ଥାନାରେ ୭ ଜଣ ମହିଳା କୁସ୍ତିଯୋଦ୍ଧା ଯୌନ ଉତ୍ପୀଡ଼ନ ଅଭିଯୋଗ କରିଥିଲେ। ଅଥଚ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ।

ଏଭଳି ଏକ ସମ୍ବେଦନଶୀଳ ମାମଲାରେ ନା ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ନା ଏ ସଂପର୍କିତ ସରକାରୀ ପାନେଲ ରିପୋର୍ଟ ଏଯାଏଁ ସାର୍ବଜନୀନ କରାଯାଇଛି। ତେଣୁ ଯେ ପର୍ଯ୍ୟନ୍ତ ଭାରତୀୟ କୁସ୍ତି ସଂଘ ସଭାପତି ବ୍ରିଜ ଭୂଷଣଙ୍କୁ ଗିରଫ କରାଯାଇନି ସେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନକାରୀ କୁସ୍ତି ଯୋଦ୍ଧା। ତେବେ ଏନେଇ ବ୍ରିଜଭୂଷଣ କିମ୍ବା ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Advertisment
Supreme Court Protests
Advertisment
Advertisment