• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମହିଳା କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଛୁଟି ଘୋଷଣା କଲେ ସରକାର । ବ୍ୟକ୍ତିଗତ ଜୀବନ ଓ ବୃତ୍ତିଗତ ଜୀବନ ମଧ୍ୟରେ ତାଳମେଳ ରଖି କାମ କରିବା ପାଇଁ ଚେଷ୍ଟା କରୁଥିବା ମହିଳାଙ୍କ ପାଇଁ ପୁଡ଼ୁଚେରୀ ସରକାର (Puducherry government) ଏହି ଉପହାର ଦେଇଛନ୍ତି । ନିର୍ଦ୍ଧାରିତ ଅଫିସ୍‌ ସମୟରୁ ୨ ଘଣ୍ଟା ଠାକୁରଙ୍କ ପୂଜାରେ ବିତାଇ ପାରିବେ ମହିଳା । ଏଥି ପାଇଁ ମାସର ୩ଟି ଶୁକ୍ରବାରରେ ୨ ଘଣ୍ଟାର ସ୍ପେଶାଲ ଛୁଟି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ହୋଇଛି । ଶୁକ୍ରବାର ସକାଳ ୮ଟା ୪୫ରୁ ୧୦ଟା ୪୫ ମିନିଟ୍‌ ପର୍ଯ୍ୟନ୍ତ ସେମାନେ ନିଜ ଘରେ ପୂଜାପାଠ କରି ଅଫିସକୁ ଆସିବେ । ସରକାରଙ୍କ ତରଫରୁ ପ୍ରକାଶିତ ବିଜ୍ଞପ୍ତିରେ ଏ ନେଇ ସବିଶେଷ ସୂଚନା ଦିଆଯାଇଛି।

ଅଧିକ ପଢ଼ନ୍ତୁ: ମହିଳା ସରକାରୀ କର୍ମଚାରୀଙ୍କ ପାଇଁ ବଢ଼ିଲା ଛୁଟି; CL ବଢ଼ାଇଲେ ଏହି ସରକାର...

ବିଜ୍ଞପ୍ତି ଅନୁସାରେ କେବଳ ମହିଳା କର୍ମଚାରୀ ଥିବା କାର୍ଯ୍ୟାଳୟ ପାଇଁ ଏହି ନିୟମ ଲାଗୁ ହେବ । ହେଲେ କାମ ଯେପରି ପ୍ରଭାବିତ ନ ହେବ ସେଥିପାଇଁ ପାଳି କରି ମହିଳା କର୍ମଚାରୀଙ୍କୁ ଛୁଟି ଦିଆଯିବ । ହେଲେ ହସ୍ପିଟାଲ, ଥାନା ଓ ଶିକ୍ଷାନୁଷ୍ଠାନ ଆଦି କ୍ଷେତ୍ରରେ ନିୟୋଜିତ ମହିଳା କର୍ମଚାରୀମାନେ ଏହି ଛୁଟିରେ ବଞ୍ଚିତ ରହିବେ । ଜରୁରୀକାଳୀନ ବିଭାଗରେ କାମ କରୁଥିବାରୁ ସେମାନଙ୍କୁ ଏଥିରୁ ବାଦ୍‌ ଦିଆଯାଇଛି ।

ହେଲେ ସରକାରଙ୍କ ଏହି ପଦକ୍ଷେପକୁ ବିରୋଧୀ ଡିଏମ୍‌କେ ସମାଲୋଚନା କରିଛି । ସରକାରଙ୍କ ଏପରି ନିୟମ ଯୋଗୁ କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ସ୍ଥିତି ଦୁର୍ବଳ ହେବ ବୋଲି କୁହାଯାଉଛି । ସେମାନେ ନିଜ କାମ ଅପେକ୍ଷା ଘର ତଥା ପୂଜାପାଠ ନିମନ୍ତେ ଅଧିକ ଆଗ୍ରହ ପ୍ରକାଶ କରିବେ । ଫଳରେ ସେମାନଙ୍କ କାମ ପ୍ରଭାବିତ ହେବ ଓ ସେମାନଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବ । ସରକାର ମହିଳାଙ୍କୁ ସଶକ୍ତ କରିବା ପରିବର୍ତ୍ତେ ଏପରି ଯୋଜନା ଲାଗୁ କରି ସେମାନଙ୍କ କାର୍ଯ୍ୟ ଦକ୍ଷତାକୁ ହ୍ରାସ କରୁଛନ୍ତି।