• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମହିଳା ସରକାରୀ କର୍ମଚାରୀଙ୍କ ପାଇଁ ବଢ଼ିବ ଛୁଟି । ଅତିରିକ୍ତ ୭ଦିନ କାଜୁଆଲ ଲିଭ୍‌ ବା CL ମହିଳାଙ୍କ ପାଇଁ ବଢ଼ାଇବାକୁ ମଧ୍ୟପ୍ରଦେଶ ସରକାର ଘୋଷଣା କରିଛନ୍ତି । ପୂର୍ବରୁ ମହିଳା କର୍ମଚାରୀମାନେ ୧୩ ଦିନର କାଜୁଆଲ ଲିଭ୍‌ ନେଇପାରୁଥିଲେ । ବର୍ତ୍ତମାନ ଏହାକୁ ଆଉ ୭ ଦିନ ବଢ଼ାଇଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି । ଫଳରେ ମହିଳା ସରକାରୀ କର୍ମଚାରୀଙ୍କ CL ୨୦ ଦିନକୁ ବୃଦ୍ଧି ପାଇବ ।

ମହିଳା ଦିବସ ଅବସରରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଏହା ଘୋଷଣା କରିଛନ୍ତି । ଶିବରାଜ କହିଛନ୍ତି, ରାଜ୍ୟର ମହିଳା କର୍ମଚାରୀମାନେ ଅଧିକ ଛୁଟି ନେବାର ହକ୍‌ ରହିଛି । କାରଣ ସେମାନେ ଉଭୟ ଘର ଓ ଅଫିସ୍‌ କାର୍ଯ୍ୟ କରୁଛନ୍ତି । ସବୁଠାରୁ ବଡ଼ କଥା ହେଉଛି ବର୍ତ୍ତମାନ ପ୍ରତ୍ୟେକ କାର୍ଯ୍ୟରେ ମହିଳାମାନେ ସଫଳତା ହାସଲ କରୁଛନ୍ତି ।

ଅଧିକ ପଢ଼ନ୍ତୁ: ଛୁଟିରେ ଯାଇଥିବା କର୍ମଚାରୀଙ୍କୁ ହଇରାଣ କଲେ ଏକ ଲକ୍ଷ ଫାଇନ୍‌ !

ସେମାନେ ସେମାନଙ୍କର ମାତୃତ୍ୱ ଓ ପରିବାରର ଦାୟିତ୍ୱ ନେବାର ଅଧିକାର ରହିଛି । ସେଥିପାଇଁ ରାଜ୍ୟ ସରକାର ମହିଳା ସରକାରୀ କର୍ମଚାରୀଙ୍କ ପାଇଁ ଆଉ ୭ଦିନ ଛୁଟି ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି । ବୁଧବାର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଟ୍ୱିଟ୍‌ କରି ସୂଚନା ଦେଇଥିବା ବେଳେ ସମସ୍ତ ବିଭାଗକୁ ଅବଗତ କରିଛନ୍ତି ।

ଟ୍ୱିଟ୍‌ ପରେ ପୁଣି ଗତକାଲି ମୁଖ୍ୟମନ୍ତ୍ରୀ ସାମ୍ୱାଦିକ ସମ୍ମିଳନୀ କରି ନିଜର ପ୍ରତିକ୍ରିୟା ରଖିଛନ୍ତି । ଶିବରାଜ ଆହୁରି କହିଛନ୍ତି ଯେ, ମହିଳା ମାନଙ୍କର ଉନ୍ନତି ମୋର ମୂଳ ଲକ୍ଷ୍ୟ । ମୁଁ ବିଶ୍ୱାସ କରେ ରାଜ୍ୟ ତଥା ଦେଶରେ ମହିଳା ମାନେ ଆଗକୁ ଗଲେ ସବୁ କିଛି ବିକାଶ ହୋଇପାରିବ । ସମସ୍ତ ମହିଳା କର୍ମଚାରୀଙ୍କୁ ଅତିରିକ୍ତ ଛୁଟି ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଅପିଲ୍‌ କରିଛନ୍ତି ।