Advertisment

ମଣିପୁର ଭାଇରାଲ୍‌ ଭିଡିଓ ମାମଲା: ସୁପ୍ରିମକୋର୍ଟ ପହଞ୍ଚିଲେ ପୀଡ଼ିତା

ମଣିପୁର ଭାଇରାଲ୍‌ ଭିଡ଼ିଓ ମାମଲାରେ ୨ ଜଣ ପୀଡ଼ିତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ମାମଲାରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରନ୍ତୁ ବୋଲି ପୀଡ଼ିତା ପିଟିସନ୍‌ ଦାଖଲ କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Manipur Violence News

Women In Manipur Video Approach Supreme Court

ମଣିପୁର ଭାଇରାଲ୍‌ ଭିଡ଼ିଓ ମାମଲାରେ ୨ ଜଣ ପୀଡ଼ିତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ମାମଲାରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରନ୍ତୁ ବୋଲି ପୀଡ଼ିତା ପିଟିସନ୍‌ ଦାଖଲ କରିଛନ୍ତି। ମେ’୪ରେ ହୋଇଥିବା ଯୌନ ନିର୍ଯାତନା ଘଟଣା ସହ ଜଡ଼ିତ ଏଫ୍‌ଆଇଆର୍‌କୁ ନେଇ ପିଟିସନ୍‌ ଦାଖଲ କରାଯାଇଛି।

Advertisment

ମଣିପୁର ସରକାର ଓ କେନ୍ଦ୍ର ବିରୋଧରେ ପୀଡ଼ିତା ପିଟିସନ୍‌ ଦାଖଲ କରିଛନ୍ତି। ଏହାସହ ପୀଡ଼ିତା ସେମାନଙ୍କର ପରିଚୟ ପ୍ରକାଶ ନକରିବାକୁ ସୁପ୍ରିମକୋର୍ଟଙ୍କ ନିକଟରେ ସୁରକ୍ଷା ମାଗିଛନ୍ତି। ସିବିଆଇ ଏବେ ଏହି ମାମଲାର ତଦନ୍ତ କରୁଛି। 

ସୂଚନାଥାଉ କି, ଗତ ମେ’ ୪ ତାରିଖରେ ମଣିପୁର କାଙ୍ଗପୋକପି ଜିଲ୍ଲାରେ କିଛି ଲୋକ, ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ଚଲାଇ ନେବା ଏବଂ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ମହିଳାଙ୍କୁ ନିର୍ଯାତନା ସମୟର ଭିଡିଓ ଭାଇରାଲ ହେବା ପରେ ସବୁଠି ତୀବ୍ର ହେଉଛି ବିରୋଧର ସ୍ୱର।

Advertisment

ମଣିପୁର ହିଂସାକୁ ନେଇ ସାରା ଦେଶରେ ତୁମ୍ବିତୋଫାନ ହେଉଥିବା ବେଳେ ମଣିପୁର ରାଜ୍ୟପାଳଙ୍କୁ ଭେଟିଛନ୍ତି ବିରୋଧୀ ଇଣ୍ଡିଆ ମେଣ୍ଟ। ରାଜ୍ୟରେ ଶାନ୍ତି ଫେରାଇ ଆଣିବାକୁ ଦାବିପତ୍ର ଦେବା ସହିତ କେନ୍ଦ୍ର ସରକାର ତୁରନ୍ତ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି। ସେପଟେ ବିଜେପି କହିଛି, ମଣିପୁରକୁ ପର୍ଯ୍ୟଟନରେ ଯାଇଛନ୍ତି ବିରୋଧୀ। ମଣିପୁରରେ ବିଗତ କିଛି ଦିନ ହେବ ବିଗିଡ଼ି ଯାଇଛି ଆଇନ୍ ଶୃଙ୍ଖଳା ପରିସ୍ଥିତି। ତେଣୁ ତୁରନ୍ତ ଶାନ୍ତି ଫେରାଇ ଆଣିବାକୁ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ବିରୋଧୀ ମେଣ୍ଟ।

Violence
Advertisment
Advertisment