ଟ୍ରାଫିକ୍ ଜାମ୍ ପାଇଁ ବଞ୍ଚିଗଲା ଜୀବନ
ଟ୍ରାଫିକ୍ ଜାମ୍ ଯୋଗୁଁ ୧୦ ମିନିଟ୍ ବିଳମ୍ବରେ ଏୟାରପୋର୍ଟରେ ପହଞ୍ଚିଲେ । ଆଉ ଠିକ୍ ସମୟରେ ପ୍ଲେନରେ ବସିପାରିଲେ ନାହିଁ । ହେଲେ ଏହି ବିଳମ୍ବ ବଞ୍ଚାଇଲା ତାଙ୍କ ଜୀବନ । ଗୁଜରାଟ ଭରୁଚ ବାସିନ୍ଦା ଭୂମି ଚୌହ୍ବାନଙ୍କ କ୍ଷେତ୍ରରେ ଏହା ଘଟିଛି । ଗତକାଲି ଦୁର୍ଘଟଣାର ଶିକାର ହୋଇଥିବା ଏୟାର ଇଣ୍ଡିଆ ବିମାନରେ ଭୂମି ଲଣ୍ଡନ ଯିବାର ଥିଲା ।
ଅଧିକ ପଢ଼ନ୍ତୁ: ଟ୍ରେନ ବୁକିଂ ନିୟମରେ ବଡ଼ ପରିବର୍ତ୍ତନ, ନ ଜାଣିଲେ ହେବେ ହଇରାଣ
ତେବେ ଅହମ୍ମଦାବାଦରେ ଟ୍ରାଫିକ୍ ଜାମରେ ଫସିଯିବା ଯୋଗୁଁ ସେ ଠିକ୍ ସମୟରେ ଏୟାରପୋର୍ଟରେ ପହଞ୍ଚି ପାରି ନ ଥିଲେ । ବିମାନରେ ବସିବା ଲାଗି ତାଙ୍କୁ ଅନୁମତି ଦେବାକୁ ସେ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷଙ୍କୁ ନେହୁରା ବି ହୋଇଥିଲେ । ହେଲେ ଫ୍ଲାଇଟ୍ ଛାଡିବାରେ ବିଳମ୍ବ ହୋଇଯିବ ବୋଲି କହି ତାଙ୍କୁ ବୋର୍ଡିଂ କରିବା ଲାଗି ଅନୁମତି ଦିଆଗଲା ନାହିଁ । ଫଳରେ ନିରାଶ ହୋଇ ଏୟାରପୋର୍ଟରୁ ଘର ଅଭିମୁଖେ ବାହାରିଲେ ଭୂମି ଏବଂ ତାଙ୍କ ପରିବାର । ତେବେ ବାଟରେ ସେ ବିମାନ ଦୁର୍ଘଟଣା ସମ୍ପର୍କରେ ଖବର ପାଇଥିଲେ ।
ସୂଚନା ଅନୁସାରେ ଭୂମି ଲଣ୍ଡନରେ ତାଙ୍କ ସ୍ବାମୀଙ୍କ ସହ ରହନ୍ତି । ୨ ବର୍ଷ ପରେ ସେ ଛୁଟି କାଟିବାକୁ ଘରକୁ ଆସିଥିଲେ । ତେବେ ଭୂମିଙ୍କ ସ୍ବାମୀ ଲଣ୍ଡନରେ ଥିବା ବେଳେ ସେ ଏକୁଟିଆ ଏୟାର ଇଣ୍ଡିଆ ବିମାନରେ ଯିବା ପାଇଁ ଟିକେଟ କାଟିଥିଲେ ।
ସୂଚନା ଅନୁସାରେ, ଗୁରୁବାର ସମୟ ଅପରାହ୍ନ ଗୋଟାଏ ୩୯ ମିନିଟ୍ । ଅହମ୍ମଦାବାଦ ଏୟାରପୋର୍ଟର ୨୩ ନମ୍ବର ରନୱେରୁ ଲଣ୍ଡନର ଗେଟୱିକ୍ ଏୟାରପୋର୍ଟକୁ ଉଡ଼ାଣ ଭରିଥିଲା ଏହି ବୋଇିଂଟି । ବିମାନରେ ଥିଲେ ୧୨ କ୍ରିଉ ମେମ୍ବର ଓ ୨୩୦ ଜଣ ଯାତ୍ରୀ । ହେଲେ ରନୱେରୁ ଟେକଅଫ୍ କରୁ କରୁ ଆଖି ସାମ୍ନାରେ ହଠାତ୍ ତଳକୁ ଖସି ଆସି ସିଧା ବିଜେ ମେଡ଼ିକାଲ୍ କଲେଜର ଏହି ହଷ୍ଟେଲ୍ ବିଲଡିଂରେ ପିଟି ହୋଇ ଯାଇଥିଲା ଫ୍ଲାଇଟଟି । କେହି କିଛି ବୁଝିବା ଆଗରୁ ଧୂଳିସାତ ହୋଇଯାଇଥିଲା ସବୁକିଛି । ଦୃଶ୍ୟ ଦେଖିଲେ ଲାଗୁଥିଲା, କୌଣସି ଏକ ଯୁଦ୍ଧତ୍ରସ୍ତ ଦେଶରେ ମିଜାଇଲ୍ ମାଡ଼ରେ ଧ୍ବଂସବିଧ୍ବସ୍ତ କୋଠା । ଆଉ ଏଣେ ହୁତୁହୁତ ହୋଇ ଜଳି ଉଠୁଛି ବିମାନର ଭଗ୍ନାବଶେଷ । ଏହି ଭୟଙ୍କର ବିମାନ ଦୁର୍ଘଟଣାରେ ୨୬୫ ଜଣଙ୍କ ମୃତ୍ୟୁ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749807799.jpg)