Advertisment

ଅଫିସ୍‌ରୁ ଘରକୁ ଫେରୁଥିଲେ ଯୁବତୀ, ବାଇକ୍‌ରେ ଆସି ଗୁଳି ମାରିଦେଲେ...

ଅଫିସ୍ କାମ ସାରି ଘରକୁ ଫେରୁଥିବା ବେଳେ ଯୁବତୀଙ୍କୁ ଫାୟାରିଂ। ଫ୍ଲିପ୍‌କାର୍ଟର କୋରିଅର ବିଭାଗରେ ସେ କାମ କରନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Woman Shot Dead On Road in Delhi

Woman shot dead while returning from office

ସମୟ ପାଖାପାଖି ସଂଧ୍ୟା ୭.୩୦। ଅଫିସ୍ କାମ ସାରି ସେ ଘରକୁ ଫେରୁଥିଲେ। ଆଉ କିଛି ସମୟ ପରେ ଘରେ ପହଞ୍ଚିଥାନ୍ତେ। ବିଳମ୍ବ ହେଉଥିବା ଦେଖି ସ୍ୱାମୀ ବି ବ୍ୟସ୍ତ ହେଉଥିଲେ। ଠିକ୍ ଏତିକି ବେଳକୁ ଘଟିଲା ଅଘଟଣ। ଦୁଇଜଣ ବ୍ୟକ୍ତି ପହଞ୍ଚି ଅତି ପାଖରୁ କଲେ ଗୁଳିମାଡ଼। 

Advertisment

ଏମିତି ଏକ ଭୟଙ୍କର ଘଟଣା ଘଟିଛି ଦିଲ୍ଲୀର ପଶ୍ଚିମବିହାର ଅଞ୍ଚଳରେ। ସବୁ ଦିନ ପରି ଜ୍ୟୋତି (୩୨) ଘରକୁ ଫେରୁଥିଲେ। ଫ୍ଲିପ୍‌କାର୍ଟର କୋରିଅର ବିଭାଗରେ ସେ କାମ କରନ୍ତି। ଗତକାଲି ସଂଧ୍ୟାରେ ସେ ଘରକୁ ଫେରୁଥିଲେ। ତାଙ୍କ ଘରଠାରୁ ଅଫିସ୍  ବେଶି ଦୂର ନଥିବାରୁ ସେ ଚାଲି ଚାଲି ଫେରୁଥିଲେ। 

ଅଧିକ ପଢ଼ନ୍ତୁ: ସିସିଟିଭି ଭିଡିଓରେ ଭୟଙ୍କର ଦୃଶ୍ୟ...ସ୍ତ୍ରୀକୁ ୭ ଥର ଛୁରୀ ଭୁଷିଲା ସ୍ୱାମୀ

Advertisment

ବିଳମ୍ବ ହୋଇଯାଉଥିବାରୁ ସେ ଶୀଘ୍ର ଘରେ ପହଞ୍ଚିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ଦୁଇ ଜଣ ଯୁବକ ଅଲଗା ଅଲଗା ଗାଡ଼ିରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଜଣେ ବାଇକ୍‌ରେ ଆସିଥିବା ବେଳେ ଆଉ ଜଣେ ସ୍କୁଟରରେ ଆସିଥିଲେ ।

ତେବେ ସେ ଦୁଇଜଣ ଜ୍ୟୋତିଙ୍କ ପାଖ ଦେଇ ଗାଡ଼ି ସ୍ଲୋ କରିବାରୁ ଜ୍ୟୋତି ଟିକେ ଡରିଯାଇଥିଲେ ମଧ୍ୟ ଯୋର୍ ଯୋର୍ ଚାଲିବାକୁ ଆରମ୍ଭ କରିଥିଲେ। ଠିକ୍ ଏହି ସମୟରେ ସଂପୃକ୍ତ ୨ ଯୁବକ ଅତି ପାଖରୁ ଗୁଳି ଚଳାଇଥିଲେ। ଫଳରେ ଘଟଣାସ୍ଥଳରେ ଜ୍ୟୋତିଙ୍କର ମୃତ୍ୟୁ ଘଟିଥିଲା।

ଜ୍ୟୋତିଙ୍କ ସ୍ୱାମୀ ଦୀପକ ପୋଲିସକୁ ଖବର ଦେବା ପରେ ଡିସିପି ହରେନ୍ଦ୍ର ସିଂ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ପହଞ୍ଚିଥିଲେ। ହତ୍ୟାକାଣ୍ଡର କାରଣ ଜଣାପଡ଼ିନାହିଁ। ସିସିଟିଭି ଭିଜୁଆଲ୍ ଦେଖି ପୋଲିସ ଘଟଣାର ତଦନ୍ତ କରୁଛି। 

ଏହା ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳ ହୋଇଥିବାରୁ ଏଭଳି ଗୁଳିକାଣ୍ଡ ବିଭିନ୍ନ ମହଲରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।  

Murder Murder Case Firing
Advertisment
Advertisment