• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାସ୍ତାରେ ଯିବା ବେଳେ ସ୍ୱାମୀ-ସ୍ତ୍ରୀ କଥା କଟାକଟି ହେବା ଘଟଣା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେନି । କିନ୍ତୁ ବିଚ୍ ରାସ୍ତାରେ ସ୍ୱାମୀ ରାଗିଯାଇ ସ୍ତ୍ରୀକୁ ଛୁରୀ ଭୂଷିବା ଘଟଣା ଶୁଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଏମିତି ଏକ ଘଟଣା ଘଟିଛି ଭେଲୋରରେ ।

ସୋମବାର ସଂଧ୍ୟାର ଘଟଣା । ସ୍ତ୍ରୀ ପୁନିତ୍ ନିଜ ଅଫିସ୍ କାମ ସାରି ଘରକୁ ଫେରୁଥାଆନ୍ତି । ବିଳମ୍ବ ହୋଇଯାଉଥିବାରୁ ସେ ଘରେ ପହଞ୍ଚିବା ପାଇଁ ଟିକେ ତରତର ଥାଆନ୍ତି । ସୂଚନାଯୋଗ୍ୟ ଯେ, ସ୍ତ୍ରୀ ପୁନିତ ଏକ ଜୋତା କଂପାନୀରେ କାମ କରୁଛନ୍ତି ।

ହଠାତ୍ ରାସ୍ତାରେ ସ୍ୱାମୀ ଜୟଶଙ୍କରଙ୍କ ସହ ପୁନିତ୍‌ଙ୍କର ଭେଟ ହୋଇଗଲା । ଉଭୟେ କିଛି ବାଟ କଥାବାର୍ତ୍ତା ହୋଇ ଯିବା ପରେ ଆରମ୍ଭ ହୋଇଗଲା କଥା କଟାକଟି । କୌଣସି ଏକ ପ୍ରସଙ୍ଗକୁ ନେଇ ପରସ୍ପର ଭିତରେ ଭୀଷଣ ପାଟିତୁଣ୍ଡ ଆରମ୍ଭ ହୋଇଗଲା ।

ଅଧିକ ପଢ଼ନ୍ତୁ: ଯୌତୁକ ଟଙ୍କା ପାଇଁ ସ୍ୱାମୀ ସାଜିଲା ସଇତାନ୍‌ ! ଛୁରୀରେ ସ୍ତ୍ରୀର ତଣ୍ଟି କାଟିବା ପରେ . .

ସେଇ ରାସ୍ତାରେ ଯାଉଥିବା କିଛି ଲୋକଙ୍କ କହିବା ଅନୁଯାୟୀ ଝଗଡ଼ା ପରେ ଜୟଶଙ୍କର ପୁନିତଙ୍କ ଆଡ଼କୁ ମାଡ଼ିଆସି ମାଡ଼ ମାରିବା ଆରମ୍ଭ କରିଥିଲା । ତେବେ ପୁନିତ ଏହାର ପ୍ରତିବାଦ କରିବାରୁ ରାଗିଯାଇ ଜୟଶଙ୍କର ଏକ ଧାରୁଆ ଛୁରୀ ବାହାର କରି ପୁନିତଙ୍କ ଉପରେ ଆକ୍ରମଣ କରିଥିଲା।

ଏହି ଭିଡିଓ ଆପଣଙ୍କୁ ବିଚଳିତ କରିପାରେ . .

ଭୟରେ ପୁନିତ ଦୂରେଇ ଯିବାକୁ ଚେଷ୍ଟା କରିବା ବେଳେ ଜୟଶଙ୍କର ଆଉ କାଳ ବିଳମ୍ବ ନକରି ବାରମ୍ବାର ଛୁରୀ ଭୂଷିବାକୁ ଲାଗିଲେ । ଲାଗ୍ ଲାଗ୍ ୭ ଥର ଛୁରୀ ଭୂଷି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା । ପୁନିତ୍ ତଳେ ପଡ଼ି ଛଟପଟ ହେଉଥିବା ଦେଖି ସେଠାରେ ଥିବା କିଛି ଲୋକ ପୁନିତଙ୍କୁ ପାଖରେ ଥିବା ଅମ୍ବୁର ସରକାରୀ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ପ୍ରବଳ ରକ୍ତସ୍ରାବ ଯୋଗୁ ଚିକିତ୍ସାଧିନ ଅବସ୍ଥାରେ ପୁନିତଙ୍କର ମୃତ୍ୟୁ ଘଟିଥିଲା । ସିସିଟିଭି ପୁଟେଜ୍ ଦେଖି ପୋଲିସ ଘଟଣାର ତଦନ୍ତ କରୁଛି ।