/odishatv-khabar/media/post_attachments/uploadimage/library/16_9/16_9_0/Rape_1740630496.jpg)
Rape
ବସ୍ ଭିତରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ମହାରାଷ୍ଟ୍ରର ପୁଣେ ସହରରେ ଏକ ବସଷ୍ଟାଣ୍ଡରେ ଏହି ଘଟଣା ଘଟିଛି। ପୋଲିସ ଅଭିଯୁକ୍ତକୁ ଚିହ୍ନଟ କରିଛି। ଅଭିଯୁକ୍ତ ଜଣଙ୍କ ହେଲା ଦତ୍ତାତ୍ରେୟ ରାମଦାସ। ତା’ ନାଁରେ ପୂର୍ବରୁ ଏକାଧିକ ଅପରାଧିକ ମାମଲା ରହିଥିବା ସୂଚନା ରହିଛି।
ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୬ଟା ସମୟରେ ପୀଡ଼ିତା ଜଣକ ପୁଣେରେ ସ୍ବରଗେଟ ବସଷ୍ଟାଣ୍ଡ ନିକଟରେ ବସକୁ ଅପେକ୍ଷା କରି ଛିଡ଼ା ହୋଇଥିଲେ। ଏହି ସମୟରେ ଅଭିଯୁକ୍ତ ଜଣଙ୍କ ପୀଡ଼ିତାଙ୍କୁ ଦିଦି ବୋଲି ଡାକି ପାଖକୁ ଆସିଥିଲେ। ବସ୍ କଣ୍ଡକ୍ଟର ଭାବରେ ନିଜର ପରିଚୟ ଦେଇଥିଲେ। ଏଥିସହ ପୀଡ଼ିତାଙ୍କ ଗନ୍ତବ୍ୟସ୍ଥଳରେ ବିଷୟରେ ପଚାରି ବୁଝିଥିଲେ।
ଅଧିକ ପଢ଼ନ୍ତୁ: ଦୁଷ୍କର୍ମ ପରେ ବୀଭତ୍ସ ହତ୍ୟା, ପେଟରୁ ଅନ୍ତବୁଜୁଳା କାଢ଼ି ପଥରରେ ଛେଚିଦେଲେ
ପୀଡ଼ିତା ଜଣଙ୍କ ଫଲଟନ ଯାଉଥିବା କହିଥିଲେ। ଏହା ଜାଣିବା ପରେ ଫଲଟନ ଯାଉଥିବା ବସ୍ଟି ଅନ୍ୟତ୍ର ଅଟକିଥିବା କହି ପୀଡ଼ିତାଙ୍କୁ ଭ୍ରମିତ କରିଥିଲେ ଓ ଅନ୍ୟ ଏକ ବସ୍ରେ ଯିବାକୁ କହିଥିଲେ। ପୀଡ଼ିତା ଜଣଙ୍କ ଅଭିଯୁକ୍ତର କଥା ମାନି ଅନ୍ୟ ଏକ ବସ୍ରେ ଚଢ଼ି ଯାଇଥିଲେ।
ବସ ଭିତର ଅନ୍ଧାର ଥିବାରୁ ଯୁବତୀ ଜଣକ କେହି ଯାତ୍ରୀ ନ ଥିବା ଭାବି ପ୍ରଥମେ ସେଥିରେ ଚଢ଼ି ନ ଥିଲେ। ଯାତ୍ରୀମାନେ ଶୋଇଥିବା ଅଭିଯୁକ୍ତ ଜଣଙ୍କ ପୀଡ଼ିତାଙ୍କୁ କହିଥିଲେ। ଟର୍ଚ୍ଚ ମାରି ଯାଞ୍ଚ କରିବାକୁ କହିଥିଲେ। ଏହାପରେ ଯୁବତୀ ଜଣକ ଟର୍ଚ୍ଚ ସାହାଯ୍ୟରେ ବସ ଭିତରେ ଯାଞ୍ଚ କରିବା ସମୟରେ ଅଭିଯୁକ୍ତ ତାଙ୍କୁ ଭିତରକୁ ଟାଣି ନେଇ ଦୁଷ୍କର୍ମ କରିଥିଲା। ପରେ ସେଠାରୁ ଫେରାର ହୋଇଯାଇଥିଲା।
ଏନେଇ ଥାନାରେ ଅଭିଯୋଗ କରିଥିଲେ ପୀଡ଼ିତା। ପୋଲିସ ସିସିଟିଭି ଯାଞ୍ଚ କରି ଅଭିଯୁକ୍ତକୁ ଚିହ୍ନଟ କରିବା ସହିତ ତାକୁ ଧରିବା ଲାଗି ଟିମ ଗଠନ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)