/odishatv-khabar/media/post_attachments/uploadimage/library/16_9/16_9_0/murder_1673442832.jpg)
murder
ସମାଜ ଓ ଲୋକଲଜ୍ଜା ଆଗରେ ହାରିଗଲା ମା’ର ମମତା । ଜନ୍ମ କରିବା ପରେ ନବଜାତକକକୁ ତିନି ମହଲା ଉପରୁ ଫିଙ୍ଗିଦେଲା । କ’ଣ ଥିଲା ସେ କୋମଳମତିର ଦୋଷ ? ମା’ର ଦୋଷ ପାଇଁ ତା’ର ଜୀବନ ଚାଲିଗଲା । ରାଜଧାନୀ ଦିଲ୍ଲୀର ନ୍ୟୁ କଣ୍ଡଲି (New Kondli) ଅଞ୍ଚଳରେ ଏପରି ଏକ ଘଟଣା ଘଟିଛି । ଜଣେ ୨୦ ବର୍ଷିୟ ଯୁବତୀ ହିଁ ନିଜ ପିଲାକୁ ଏମିତି ନିର୍ଦ୍ଦୟ ଭାବରେ ମାରି ପକାଇଛି ।
ସୋମବାର (ଜାନୁଆରୀ ୯)ରେ ରାଜଧାନୀ ଦିଲ୍ଲୀର ଜୟ ଆମ୍ବି ଆପାର୍ଟମେଣ୍ଟ (Jay Ambey Apartment) ରେ ରହୁଥିବା ଜଣେ ଅବିବାହିତ ଯୁବତୀ ଏକ ସନ୍ତାନ ଜନ୍ମ ଦେଇଥିଲେ । ଆଉ ଏହାର କିଛି ଘଣ୍ଟା ପରେ ଘରର ବାଥରୁମ ଝରକା ଦେଇ ନବଜାତକୁ ବାହାରକୁ ଫିଙ୍ଗି ଦେଇଥିଲେ । ସମାଜରେ ବଦନାମ ହେବା ଭୟରେ ଯୁବତୀ ଜଣକ ଏପରି ଭୟଙ୍କର କାମ କରିଥିବା ପୋଲିସ୍ ପକ୍ଷରୁ କୁହାଯାଇଛି ।
ତେବେ ଏସମ୍ପର୍କରେ ସେ ଦିନର ଭୟଙ୍କର ଦୃଶ୍ୟ ସମ୍ପର୍କରେ ବଖାଣିଛନ୍ତି ଜଣେ ପ୍ରତ୍ୟକ୍ଷଦର୍ଶୀ । ଘଟଣାଦିନ ସେ ଘରୁ ବାହାରିବା ସମୟରେ ଜୋରରେ କିଛି ଶବ୍ଦ ହେଲା । ତାଙ୍କୁ ଲାଗିଲା ବୋଧହୁଏ ଘରୁ କେହି ଆବର୍ଜନା ବାହାରକୁ ଫୋପାଡ଼ି ଦେଇଛି । ହେଲେ ନବଜାତକ ଯନ୍ତ୍ରଣା ଜର୍ଜରିତ ହୋଇ କାନ୍ଦିବା ପରେ ସେ ପାଖକୁ ଦଉଡ଼ି ଯାଇଥିଲେ । ଯାହା ଦେଖିଲେ ତାଙ୍କ ହୃଦୟ ଥରି ଉଠିଥିଲା । ମହିଳା ଜଣକ ଭୟରେ ଚିତ୍କାର କରିଥିଲେ । ତାଙ୍କ ପାଟି ଶୁଣି ଆଖପାଖ ଲୋକ ସେଠାକୁ ଦଉଡ଼ି ଆସିଥିଲେ, ଆଉ ନବଜାତକକୁ ତୁରନ୍ତ ହସ୍ପିଟାଲ ନେଇ ଯାଇଥିଲେ । ହେଲେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ଏବଂ କହିଥିଲେ ପିଲାଟି ମାତ୍ର ୩ ଘଣ୍ଟା ପୂର୍ବରୁ ଜନ୍ମ ହୋଇଛି ।
ଅଧିକ ପଢ଼ନ୍ତୁ: ‘ପିଇସୀ କହିଲା ପିଇସାକୁ ମାରିଦେ, ତା’ପରେ ତୋତେ ବାହାହେବି’
ତେବେ ଏନେଇ ଥାନାରେ ଅଭିଯୋଗ କରିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ୍ । ପଚରାଉଚରା କରିବା ପରେ ନିର୍ଦ୍ଦୟୀ ଅବିବାହିତ ମା’ ନିଜର ଅପରାଧ ସ୍ୱୀକାର କରିଛି । ଏବେ ଆଇପିସି ଧାରା ୩୦୨ (ହତ୍ୟା) ଏବଂ ୨୦୧ (ଅପରାଧର ପ୍ରମାଣ ନଷ୍ଟ କରିବା) ଅନୁସାରେ ପୋଲିସ ଯୁବତୀଙ୍କ ବିରୋଧରେ ମାମଲା ରୁଜୁ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)