• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଜଙ୍ଗଲ ଭିତରେ ଥିଲେ ମହିଳା । ବନ୍ଧା ହୋଇଥିଲା ଚେନ୍ । ଏପରି ଏକ ଘଟଣା ମହାରାଷ୍ଟ୍ରର ସିନ୍ଧୁଦର୍ଗ ଜିଲ୍ଲାର ଏକ ଜଙ୍ଗଲ ମଧ୍ୟରେ ଦେଖିବାକୁ ମିଳିଛି । ଲୁହା ଚେନ୍ ସହିତ ଗଛରେ ବନ୍ଧା ହୋଇଥିବା ଜଣେ ୫୦ ବର୍ଷୀୟ ମହିଳାଙ୍କୁ ତାମିଲନାଡୁର ଠିକଣା ଥିବା ଆଧାର କାର୍ଡ ସହ ଆମେରିକାର ପାସପୋର୍ଟ ସହ ଉଦ୍ଧାର କରାଯାଇଛି । ଏହା ସହ ଅନେକ ପ୍ରକାରର ଫଟୋ ଓ ଅନ୍ୟାନ୍ୟ ଦଲିଲ ମଧ୍ୟ ଉଦ୍ଧାର ହୋଇଛି ।

ଗତ ଶନିବାର ଦିନ ଜଣେ ମେଷପାଳକ ସନ୍ଧ୍ୟାରେ ମହିଳାଙ୍କ କାନ୍ଦ ଶୁଣିଥିଲେ । ଏହା ପରେ ସେ ମହିଳାଙ୍କୁ ଶିକୁଳି ସହ ବନ୍ଧା ହୋଇଥିବା ଦେଖିବାକୁ ପାଇଥିଲେ । ପରେ ପରେ ସେ ପୋଲିସକୁ ଏନେଇ ଖବର ଦେଇଥିଲେ । ପୋଲିସ ଆସି ଉକ୍ତ ମହିଳାଙ୍କୁ ଉଦ୍ଧାର କରିଥିଲା।

ଅଧିକ ପଢ଼ନ୍ତୁ: VIDEO: ଅଫିସ୍ ଭିତରୁ ସାପକୁ ଭିଡ଼ିନେଲେ ମହିଳା କର୍ମଚାରୀ, ଭାଇରାଲ ହେଲା ଭିଡିଓ; ଦେଖନ୍ତୁ ...

ମହିଳାଙ୍କୁ ସ୍ଥାନୀୟ ସିନ୍ଧୁଦର୍ଗରେ ଥିବା ଡାକ୍ତରଖାନାକୁ ନିଆଯାଇଥିଲା । ତାଙ୍କର ମାନସିକ ଅବସ୍ଥା ଓ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ତାଙ୍କୁ ଗୋଆ ମେଡିକାଲ କଲେଜକୁ ଉନ୍ନତ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତରହ୍କ କହିବା ଅନୁସାରେ, ମହିଳା ଜଣକ ମାନସିକ ରୋଗରେ ପୀଡିତ । ଏନେଇ ଡାକ୍ତରୀ ପ୍ରେସକ୍ରିପସନ୍ ମଧ୍ୟ ମିଳିଛି ବୋଲି କୁହାଯାଇଛି ।

ତାମିଲନାଡୁର ଠିକଣା ସହ ଆମେରିକା ପାସପୋର୍ଟର ଫଟୋ ଓ ଆଧାର କାର୍ଡ ମଧ୍ୟ ମିଳିଛି । ଉକ୍ତ ଡକ୍ୟୁମେଣ୍ଟରୁ ତାଙ୍କ ନାମ ଲଲିତା କେୟୀ ବୋଲି ଚିହ୍ନଟ କରାଯାଇଛି । ତେବେ ତାଙ୍କର ଭିସା ମିଆଦ ପୂର୍ଣ୍ଣ ହୋଇଛି । ଅନ୍ୟ ପଟେ ତାଙ୍କ ନାଗରିକତା ଜାଣିବା ପାଇଁ ଦଲିଲକୁ ଯାଞ୍ଚ କରାଯାଉଛି ବୋଲି ପୋଲିସ କହିଛି ।

ତେବେ ପୋଲିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ମହିଳା ଜଣକ ଗତ ୧୦ ବର୍ଷ ଧରି ଭାରତରେ ଅଛନ୍ତି । ଅନ୍ୟପଟେ ମହିଳା ଜଣକ କୌଣସି ଷ୍ଟେଟ୍‌ମେଣ୍ଟ୍ ଦେବା ଭଳି ସ୍ଥିତିରେ ନଥିବା ଜାଣିବାକୁ ମିଳିଛି । ସେ ଗତ ଦୁଇ ଦିନ ଧରି କୌଣସି ଖାଦ୍ୟ ମଧ୍ୟ ଗ୍ରହଣ କରିନାହାନ୍ତି । ସେ ଅଞ୍ଚଳରେ ପ୍ରବଳ ବର୍ଷା ହେବା ଫଳରେ ସେ ନିହାତି ଭାବେ ଦୁର୍ବଳ ମଧ୍ୟ ହୋଇଯାଇଥିଲେ ।

ତେବେ ତାମିଲନାଡ଼ୁରୁ ଆସି ତାଙ୍କ ସ୍ୱାମୀ ଏପରି ଅବସ୍ଥାରେ ପକାଇ ଥାଇପାରନ୍ତି ବୋଲି ପୋଲିସ ସୂତ୍ରରୁ ପ୍ରକାଶ । ଏନେଇ ପୋଲିସ୍‌ର ଏକ ଦଳ ତାମିଲନାଡୁ, ଗୋଆ ଏବଂ ସମ୍ପର୍କୀୟଙ୍କୁ ଖୋଜିବା ଆରମ୍ଭ କରିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now