Advertisment

ନିଶା ଦେଇ ହୋଟେଲ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ, ତଥାପି ମନ ବୁଝିନଥିଲା ଶେଷରେ...

ଜଣେ ମହିଳାଙ୍କୁ ୪ ଜଣ ବ୍ୟକ୍ତି ହୋଟେଲ୍‌ରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତା ଜଣକ ତାଙ୍କ ଅଭିଯୋଗରେ କହିଛନ୍ତି, ପାଣିରେ ନିଶାଦ୍ରବ୍ୟ ମିଶାଇ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Gang Rape in UP

Woman Drugged Later Gang Raped In Uttar Pradesh

ଘରୁ ଡାକି କାର୍‌ରେ ନେଲେ, ପାଣିରେ ନିଶାଦ୍ରବ୍ୟ ମିଶାଇ ହୋଟେଲ୍‌ରେ ଗଣଦୁଷ୍କର୍ମ କଲେ। ଏତିକିରେ ବି ଅଭିଯୁକ୍ତଙ୍କ ମନ ଶାନ୍ତ ପଡ଼ି ନଥିଲା ଅଶ୍ଲୀଳ ଭିଡିଓ ଭାଇରାଲ୍‌ର ଧମକ ଦେଇ ପୀଡ଼ିତାଙ୍କଠୁ ଟଙ୍କା ନେଇଥିଲେ ଓ ପୁଣିଥରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଉତ୍ତରପ୍ରଦେଶର ଫିରୋଜବାଦରୁ ଏଭଳି ଅଭିଯୋଗ ଆସିଛି। ଜଣେ ମହିଳାଙ୍କୁ ୪ ଜଣ ବ୍ୟକ୍ତି ହୋଟେଲ୍‌ରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତା ଜଣକ ତାଙ୍କ ଅଭିଯୋଗରେ କହିଛନ୍ତି, ପାଣିରେ ନିଶାଦ୍ରବ୍ୟ ମିଶାଇ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା।

Advertisment

ଅଧିକ ପଢ଼ନ୍ତୁ: ପ୍ରେମିକାର ତଣ୍ଟି କାଟି ହତ୍ୟା ! ତା’ପରେ ଭିଡିଓ ସୁଟ୍ କରି ଛାଡ଼ିଲା ଅଭିଯୁକ୍ତ . .

ସମ୍ପୃକ୍ତ ମହିଳା ଘଟଣା ସମ୍ପର୍କରେ ତୁଣ୍ଡଲା ପୋଲିସ୍‌ ଷ୍ଟେସନରେ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଥିଲା। ଅଭିଯୋଗ ଆଣି ସେ କହିଛନ୍ତି, ନଭେମ୍ବର ୭ରେ ଦୀପକ ଯାଦବ ତାଙ୍କୁ ତୁଣ୍ଡଲା ଷ୍ଟେସନ ପାଖକୁ ଡାକିଥିଲେ। ଏହାପରେ କାର୍‌ରେ ଆଗ୍ରା ଅଭିମୁଖେ ନେଇଥିଲେ। ବାଟରେ ପାଣିରେ ନିଶାଦ୍ରବ୍ୟ ମିଶାଇ ତାଙ୍କୁ ପିଇବାକୁ ଦେଇଥିଲେ। ୧୦ ମିନିଟ୍‌ ପରେ ସେ ବେହୋସ ହୋଇଯାଇଥିଲେ। ବେହୋସ ଅବସ୍ଥାରେ ତାଙ୍କୁ ଦୀପକ ଆଗ୍ରା ବସାଇ ଛକ ନିକଟରେ ଥିବା ଏକ ହୋଟେଲ୍‌କୁ ନେଇଥିଲେ। ସେଠାରେ ୪ ଅଭିଯୁକ୍ତ ଅଭୟ ପଣ୍ଡିତ, ଦୀପକ, ସାଗର ଓ ସୌରଭ ଗଣଦୁଷ୍କର୍ମ କରିଥିବା ମହିଳା ଅଭିଯୋଗ କରିଛନ୍ତି। 

Advertisment

ଅଶ୍ଲୀଳ ଭିଡିଓ ଭାଇରାଲ୍‌ର ଧମକ ଦେଖାଇ ବ୍ଲାକ୍‌ମେଲିଂ...

ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ଅଭିଯୁକ୍ତମାନେ ତାଙ୍କର ଅଶ୍ଲୀଳ ଭିଡିଓ ମଧ୍ୟ ଶୁଟିଂ କରିଥିଲେ। ଏହାକୁ ଭାଇରାଲ୍‌ କରିବାର ଧମକ ଦେଇ ତାଙ୍କ ଠାରୁ ୨୦ ହଜାର ଟଙ୍କା ନେଇଥିଲେ। ଏହାପରେ ଅଭୟ ପୁଣିଥରେ ପୀଡ଼ିତାଙ୍କୁ ଫୋନ୍‌ କରିଥିଲେ ଓ ଅଶ୍ଲୀଳ ଭିଡିଓ ଭାଇରାଲ୍‌ର ଧମକ ଦେଇଥିଲେ। ଯଦି ଏହି କଥା ସେ କାହାକୁ କୁହନ୍ତି ତା’ହେଲେ ଭିଡିଓ ଭାଇରାଲ୍‌ କରିଦେବାର ଧମକ ଅଭୟ ଦେଇଥିଲେ। ପୁଣିଥରେ ସେ ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ଉଲ୍ଲେଖ କରାଯାଇଛି।

ଅଭିଯୋଗ ଆଧାରରେ ପୋଲିସ୍‌ ମାମଲା ରୁଚୁ କରି ଘଟଣାର ତଦନ୍ତ ଚଳାଇଛି। ଏହାସହ ପୀଡ଼ିତାଙ୍କ ବୟାନ ରେକର୍ଡ କରି ମେଡିକାଲ୍‌ ପରୀକ୍ଷା ପାଇଁ ପୋଲିସ୍‌ ତାଙ୍କୁ ପଠାଇଛି। 

Woman Gang Raped
Advertisment
Advertisment