• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପ୍ରେମରେ ଧୋକା ଦେବାରୁ ଯୁବତୀକୁ ତଣ୍ଟି କାଟି ହତ୍ୟା । ହୋଟେଲ ରୁମକୁ ଡାକି ନେଇ ପ୍ରେମିକାର ଜୀବନ ନେଇଗଲା ପ୍ରେମିକ । ମଧ୍ୟପ୍ରଦେଶର ଜବଲପୁରରେ ଜଣେ ଯୁବକ ପ୍ରେମିକାର ତଣ୍ଟି କାଟି ନିର୍ମମ ଭାବରେ ହତ୍ୟା କରିଛି । ଏହାପରେ ସେ ଏକ ଭିଡିଓ ତିଆରି କରି ଅପରାଧ ସ୍ୱୀକାର କରିବା ସହ ଏକ ଭିଡିଓକୁ ପୋଷ୍ଟ ମଧ୍ୟ କରିଛି । ଭିଡିଓରେ ପ୍ରେମିକା ରକ୍ତ ଜୁଡ଼ୁବୁଡ଼ୁ ହୋଇ ଛଟପଟ ହେଉଥିବା ଦେଖିବାକୁ ମିଳୁଛି ।

ଭିଡିଓରେ ଅଭିଯୁକ୍ତ ହତ୍ୟାକାଣ୍ଡ ସମ୍ପର୍କରେ ସ୍ୱୀକାର କରିବା ସହ ତା’ ପ୍ରେମିକା ତା’କୁ ଧୋକା ଦେଉଥିବା କହୁଛି । ପ୍ରଥମେ ଅଭିଯୁକ୍ତ ଜଣଙ୍କ ଏକ ଭିଡିଓ  ପୋଷ୍ଟ କରିଥିଲା । କିନ୍ତୁ ଏହାକୁ କିଛି ମିନିଟ ପରେ ଡିଲିଟ କରି ଦେଇଥିଲା । ଏହାପରେ ସେ ପୁଣି ଗୋଟିଏ ନୂଆ ଭିଡିଓ ଜାରି କରି ନିଜ ପ୍ରେମିକାକୁ ହତ୍ୟା କରିଥିବା କହିଛି ।

ଅଧିକ ପଢ଼ନ୍ତୁ: ଜହ୍ଲାଦ ପ୍ରେମିକର ଜଘନ୍ୟ କାଣ୍ଡ, ବିବାହ ପାଇଁ ଜିଦ୍ ଧରିବାରୁ ପ୍ରେମିକାକୁ କଲା ୩୫ ଖଣ୍ଡ !

ହତ୍ୟାର ଶିକାର ହୋଇଥିବା ଯୁବତୀ ଜଣକ କୁଣ୍ଡମ୍‌ ଥାନା ଅନ୍ତର୍ଗତ ଏକ ଗାଁର ବାସିନ୍ଦା ଶିଳ୍ପା । ତିନି ବର୍ଷ ହେଲା ଜବଲପୁରରେ ଏକ ବ୍ୟୁଟିପାର୍ଲରରେ କାମ କରୁଥିଲେ । ୬ ନଭେମ୍ବର ଦିନ ଏକ ନକଲି ଆଧାର କାର୍ଡ ଦେଇ ଜଣେ ଯୁବକଙ୍କ ସହ ହୋଟେଲରେ ରହିବା ପାଇଁ ଯାଇଥିଲେ । ସିସିଟିଭିରେ ଉଭୟ ଯୁବକଯୁବତୀ ହୋଟେଲ ଯାଉଥିବା ଦେଖିବାକୁ ମିଳିଛି । ତେବେ ସେହି ଦିନ ସନ୍ଧ୍ୟାରେ ଉଭୟ ହୋଟେଲ ଛାଡ଼ି ଦେଇଥିଲେ । ପୁଣି ସେମାନେ ଦିନକ ପରେ ଅପରାହ୍ନ ପ୍ରାୟ ୩.୩୦ରେ ଏକାଠି ହୋଟେଲର ରୁମ ନମ୍ବର ୫କୁ ଯାଇଥିଲେ ।

ହେଲେ ସନ୍ଧ୍ୟା ୫.୩୦ରେ ଅଭିଜିତ ଏକାକୀ ହୋଟେଲରୁ ଚାଲି ଯାଇଥିଲା । କିନ୍ତୁ ଶିଳ୍ପା ରୁମରୁ ବାହାରି ନଥିଲେ । ଦୀର୍ଘ ସମୟ ଧରି ଶିଳ୍ପା ରୁମରୁ ବାହାରୁ ନଥିବାରୁ ମ୍ୟାନେଜର ମାଷ୍ଟର ଚାବି ଦ୍ୱାରା କବାଟ ଖୋଲିଥିଲେ । ସେତେବେଳକୁ ଶିଳ୍ପା ରାକ୍ତାକ୍ତ ଅବସ୍ଥାରେ ବେଡ୍‌ ଉପରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ତା’ପରେ ତୁରନ୍ତ ପୋଲିସ୍‌କୁ ସୂଚନା ଦେଇଥିଲେ । ଖବର ପାଇବା ପରେ ପୋଲିସ୍‌ ଶିଳ୍ପାଙ୍କ ମୃତଦେହ ଉଦ୍ଧାର କରିଥିଲା । ହେଲେ ଏହା ପଛରେ ଥିବା ତାଙ୍କ ପ୍ରେମିକା ଅଭିଜିତ ପଟିଦାର ଏବେ ସୁଦ୍ଧା ଫେରାର ଅଛି ।

ସେପଟେ ଅଭିଜିତ ଭିଡିଓରେ କହୁଛି, ସେ ନିଜେ ପ୍ରେମିକା ଶିଳ୍ପାଙ୍କୁ ହୋଟେଲ ଭିତରେ ଗଳା କାଟି ହତ୍ୟା କରିଛି । ଭିଡିଓ ସୁଟିଂ ବେଳେ ସେ ଶିଳ୍ପାଙ୍କ ଉପରେ ପଡ଼ିଥିବା ବେଡସିଟକୁ କାଢ଼ି ସମସ୍ତଙ୍କୁ ତାଙ୍କ ମୁହଁ ଦେଖାଇଛି । ଏଥିସହ ମୃତଦେହକୁ ଦେଖି କହୁଛି ଯେ ମୋତେ ଆଉ ଧୋକା ଦିଅନି । ଏହାର ଅର୍ଥ ଶିଳ୍ପା ତାଙ୍କୁ ଧୋକା ଦେଉଥିବାରୁ ପ୍ରତିଶୋଧ ପରାୟଣ ହୋଇ ଅଭିଜିତ ଏପରି କରିଛି ।

ପୋଲିସ୍‌ କହିଛି, ଶିଳ୍ପାଙ୍କ ବେକ ଓ ହାତରେ କଟା ଦାଗ ରହିଛି । ତାଙ୍କ ମୃତଦେହ ପାଖରେ ଦୁଇଟି ବ୍ଲେଡ ମଧ୍ୟ ପଡ଼ିଥିଲା । ରୁମ ଭିତରୁ ଦୁଇଟି ମଦ ବୋତଲ ଓ ଅନ୍ୟାନ୍ୟ ଜିନିଷ ମଧ୍ୟ ଠାବ ହୋଇଛି । ରିସର୍ଟରେ ଯୁବତୀ ଜଣଙ୍କ ନକଲି ପରିଚୟପତ୍ର ଦେଇଥିଲେ । ଏବେ ଅଭିଜିତକୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ ହୋଇଥିବା କୁହାଯାଉଛି ।