Advertisment

ସ୍ୱାମୀ ସହ କରୁଥିଲେ ରୋମାନ୍ସ, ଟାୱେଲ୍‌ ପିନ୍ଧା ଅବସ୍ଥାରେ ଗର୍ଲଫ୍ରେଣ୍ଡ୍‌କୁ ଧରିଲା ସ୍ତ୍ରୀ...

ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ବିବାହ ପରେ ମଧ୍ୟ ଅନ୍ୟ ଯୁବକ କିମ୍ବା ଯୁବତୀଙ୍କ ସହ ସମ୍ପର୍କ ରଖିଥାନ୍ତି। ଖାଲି ବିବାହିତ ଯୁବକ କିମ୍ବା ଯୁବତୀ ନୁହଁନ୍ତି ରିଲେସନଶିପ୍‌ରେ ଥାଇ ମଧ୍ୟ ଅନେକ ଯୁବକ, ଯୁବତୀ ସେମାନଙ୍କ ପାର୍ଟନରଙ୍କୁ ଧୋକା ଦେଇ ଅନ୍ୟ ଜଣଙ୍କ ସହ ସମ୍ପର୍କ ରଖିଥାନ୍ତି। ଯାହାକି ସମ୍ପର୍କ ଭାଙ୍ଗିବାର ମୁଖ୍ୟ କାରଣ ବୋଲି କୁହାଯାଏ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Woman Chases Husband’s Girlfriend Watch Viral Video

Woman Chases Husband’s Girlfriend Watch Viral Video

ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ବିବାହ ପରେ ମଧ୍ୟ ଅନ୍ୟ ଯୁବକ କିମ୍ବା ଯୁବତୀଙ୍କ ସହ ସମ୍ପର୍କ ରଖିଥାନ୍ତି। ଖାଲି ବିବାହିତ ଯୁବକ କିମ୍ବା ଯୁବତୀ ନୁହଁନ୍ତି ରିଲେସନଶିପ୍‌ରେ ଥାଇ ମଧ୍ୟ ଅନେକ ଯୁବକ, ଯୁବତୀ ସେମାନଙ୍କ ପାର୍ଟନରଙ୍କୁ ଧୋକା ଦେଇ ଅନ୍ୟ ଜଣଙ୍କ ସହ ସମ୍ପର୍କ ରଖିଥାନ୍ତି। ଯାହାକି ସମ୍ପର୍କ ଭାଙ୍ଗିବାର ମୁଖ୍ୟ କାରଣ ବୋଲି କୁହାଯାଏ। ଯେତେବେଳେ ଜଣଙ୍କୁ ତାଙ୍କର ପାର୍ଟନରଙ୍କୁ ଧୋକା ଦେଇଥାନ୍ତି, ସେତେବେଳେ ସମ୍ପୃକ୍ତ ଯୁବକ କିମ୍ବା ଯୁବତୀ କେମିତି ପ୍ରତିକ୍ରିୟା କରିବେ ? ନିଶ୍ଚିତ ଭାବେ, ପ୍ରତାରିତ ହୋଇଥିବା ବ୍ୟକ୍ତି ହଠାତ୍‌ ତାଙ୍କ ଜୀବନ ସାଥୀଙ୍କ ପରକୀୟା ପ୍ରୀତି ସମ୍ପର୍କରେ ଜାଣିବା ପରେ ଭାଙ୍ଗି ପଡ଼ିବେ।

Advertisment

ସୋସିଆଲ୍‌ ମିଡିଆ ରେ ଏମିତି ଏକ ଭିଡିଓ ଭାଇରାଲ୍‌ ହେଉଛି, ଯେଉଁଠି ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ପରକୀୟା ପ୍ରୀତି ସମ୍ପର୍କରେ ଜାଣିବା ପରେ ହାଇ ଭୋଲ୍‌ଟେଜ୍‌ ଡ୍ରାମା କରିଛନ୍ତି। ତା’ବି ପୁଣି ବିଚ୍‌ ରାସ୍ତାରେ। ସ୍ୱାମୀଙ୍କ ସହ ଝଗଡ଼ା କରିବା ସହ ସମ୍ପୃକ୍ତ ମହିଳା ତାଙ୍କୁ ଠେଲାପେଲା କରିଛନ୍ତି। ଖାଲି ସ୍ୱାମୀ ନୁହେଁ, ତାଙ୍କ ଗର୍ଲଫ୍ରେଣ୍ଡ୍‌କୁ ମଧ୍ୟ ମହିଳା ଜଣକ ଛାଡ଼ି ନାହାନ୍ତି। ଯୁବତୀଙ୍କୁ ଧରିବା ପାଇଁ ରାସ୍ତାରେ ସମ୍ପୃକ୍ତ ମହିଳା ତାଙ୍କୁ ପିଛା କରି ଗୋଡ଼ାଉ ଥିବା ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି।

ଭାଇରାଲ୍‌ ଭିଡିଓ ରେ ଦେଖିବାକୁ ମିଳିଛି, ମହିଳା ଜଣକ ରାସ୍ତାରେ ସ୍ୱାମୀଙ୍କ ସହ ଝଗଡ଼ା କରୁଛନ୍ତି। ଏହି ସମୟରେ ଉକ୍ତ ମହିଳା ସ୍ୱାମୀଙ୍କୁ ପାଟିତୁଣ୍ଡ କରିବା ସହ ଠେଲାପେଲା କରୁଥିବା ଦେଖିବାକୁ ମିଳିଛି। ଆଉ ବ୍ୟକ୍ତି ଜଣକ ପତ୍ନୀଙ୍କୁ ଶାନ୍ତ କରିବା ପାଇଁ ପ୍ରୟାସ କରୁଛନ୍ତି। ହେଲେ ପତ୍ନୀ ଶାନ୍ତ ରହିବା ପରିସ୍ଥିତିରେ ନାହାନ୍ତି। ରାଗରେ ରକ୍ତ ଚାଉଳ ଚୋବାଉଥିବା ପତ୍ନୀ ଘର ଭିତରକୁ ଯାଇ ସ୍ୱାମୀଙ୍କ ଡ୍ରେସ୍‌ ଆଣି ତାଙ୍କ ଉପରକୁ ଫିଙ୍ଗି ଦେଇଥିଲେ।  ସ୍ୱାମୀ-ସ୍ତ୍ରୀ ଓ ଗର୍ଲଫ୍ରେଣ୍ଡ୍‌ଙ୍କ ମଧ୍ୟରେ ଚାଲିଥିବା ଏହି ହାଇଡ୍ରାମାକୁ ପଡ଼ୋଶୀ ଉପଭୋଗ କରୁଥିବା ନଜର ଆସିଛି।

Advertisment

ଆଉ ଏକ ଦୃଶ୍ୟରେ ଦେଖିବାକୁ ମିଳିଛି, ମହିଳା ଜଣକ ଟାୱେଲ୍‌ ପିନ୍ଧିଥିବା ଜଣେ ଯୁବତୀଙ୍କୁ ଗୋଡ଼ାଇ ଗୋଡ଼ାଇ ତାଙ୍କ ପିଛା କରୁଛନ୍ତି। ଯିଏକି ମହିଳାଙ୍କ ସ୍ୱାମୀଙ୍କ ଗର୍ଲଫ୍ରେଣ୍ଡ୍‌ ବୋଲି କୁହାଯାଉଛି। ତେବେ ଯୁବତୀ ଜଣକ ଘରର ବାଲ୍‌କୋନିକୁ ଯାଇ ତଳକୁ ଓହ୍ଲାଇବା ପାଇଁ ପ୍ରୟାସ କରୁଛନ୍ତି। ହେଲେ ସେ ଯେମିତି ତାଙ୍କ ହାତରୁ କୌଣସି ପ୍ରକାରେ ଖସି ନପାରିବେ ସେନେଇ ମହିଳା ଜଣକ ତାଙ୍କୁ ପୁରା ଜଗିଛନ୍ତି। ଏସବୁ ଭିତରେ ମହିଳାଙ୍କ ସ୍ୱାମୀ ଆସି ତାଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ଘଟଣା ପୁରା ଓଲଟା ହୋଇଥିଲା। ବିଚ୍‌ ରାସ୍ତାରେ ସ୍ୱାମୀଙ୍କ ସହ ଝଗଡ଼ା କରିବା ସହ ତାଙ୍କୁ ଠେଲାପେଲା କରିଥିଲେ ମହିଳା ଜଣକ। 

ତେବେ ଭିଡିଓଟି କେଉଁ ଅଞ୍ଚଳର ତାହା ଜଣାପଡ଼ିନି। ଏପରିକି ଭିଡିଓଟିର ମୂଳ ଉତ୍ସ ମଧ୍ୟ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ହେଲେ ନିକଟରେ GJ0082 ପକ୍ଷରୁ ଏହାକୁ ଟ୍ୱିଟରରେ ଶେଆର କରାଯାଇଥିଲା।

Extramarital Affair Viral Video
Advertisment
Advertisment