Advertisment

Uber Incident: କ୍ୟାବ ବୁକ୍ କଲେ ମହିଳା, ଡ୍ରାଇଭରଙ୍କୁ ଦେଖି ଉଡିଗଲା ହୋସ୍...

ଉବେର ଆପରେ କ୍ୟାବ୍ ବୁକ କଲେ ମହିଳା । କ୍ୟାବ ଆସି ପହଞ୍ଚିବା ପରେ ଡ୍ରାଇଭରଙ୍କୁ ଦେଖି ମହିଳା ଜଣକଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ଏ ବିଷୟରେ ମହିଳା ଜଣଙ୍କ ନିଜ ବନ୍ଧୁଙ୍କୁ ହ୍ୱାଟସଆପରେ ଜଣାଇଛନ୍ତି । ଯାହାର ଚାଟ୍ ଜୋରଦାର ଭାଇରାଲ ହେଉଛି । ଏମିତି କ'ଣ ଘଟିଲା ଯେ, ମହିଳାଙ୍କ ହୋସ ଉଡିଗଲା ? ଜାଣନ୍ତୁ ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Uber Driver Incident

Uber Driver Incident

ଉବେର କ୍ୟାବ୍ ବୁକ କଲେ ମହିଳା । କ୍ୟାବ ଆସିବା ପରେ ଡ୍ରାଇଭରଙ୍କୁ ଦେଖି ଉଡିଗଲା ହୋସ । କାରଣ ଡ୍ରାଇଭର ଜଣକ ଆଉ କେହି ନୁହେଁ, ସେହି ମହିଳାଙ୍କ ବସ୍ ଥିଲେ । ଅର୍ଥାତ ମହିଳା ଜଣକ ସେହି ବ୍ୟକ୍ତିଙ୍କ ଅଧୀନରେ ଅଫିସରେ କାମ କରୁଥିଲେ । ବେଙ୍ଗାଲୁରୁରେ ଘଟିଛି ଏଭଳି ଘଟଣା । ଏନେଇ ହୋଇଥିବା ଏକ ହ୍ୱାଟଆପ୍ ଚାଟ୍ ବେଶ ଭାଇରାଲ ହୋଇଛି । ସୋସିଆଲ ମିଡିଆ ହ୍ୟାଣ୍ଡେଲ  (X) ରେ ଏକ ଆଇଡିରେ ହ୍ୱାଟସଆପ୍ ଚାଟର ଏକ ସ୍କ୍ରିନ ସଟ୍ ସେୟାର କରାଯାଇଥିବା ଦେଖିବାକୁ ମିଳିଛି । ଯେଁଉଥିରେ କ୍ୟାପସନରେ ଲେଖାଯାଇଛି, "ପିକ୍ ବେଙ୍ଗାଲୁରୁ ମୋମେଣ୍ଟ । "

Advertisment

ଏହା ପରେ ସ୍କ୍ରିନ ସଟରେ ଥିବା ଚାଟରୁ ଜଣାପଡୁଛି ଯେ, ମହିଳା ଜଣକ ଅନ୍ୟ କାହାକୁ ନିଜ ଅନୁଭୂତି ବିଷୟରେ ଜଣାଇଛନ୍ତି । ମହିଳା ଜଣକ ଲେଖିଛନ୍ତି, "ଆଜି ମୋ ସହ ଏକ ଅଦ୍ଭୁତ ଘଟଣା ଘଟିଲା । ଉବରରେ ମୁଁ ଯେଉଁ କ୍ୟାବ୍ ବୁକ କରିଥିଲି ତାହାର ଡ୍ରାଇଭର ଥିଲେ ମୋ ଟିମ୍ ଲିଡ୍। କାହିଁକି କ୍ୟାବ ଚଳାଉଛନ୍ତି ବୋଲି ପଚାରିବାରୁ ସେ କହିଥିଲେ, ଏକୁଟିଆପଣ ଦୂର କରିବାକୁ ମୁଁ ଖାଲି ସମୟରେ କ୍ୟାବ୍ ଚଲାଉଛି ।" 

ଏହି ପୋଷ୍ଟଟି ବର୍ତ୍ତମାନ ଜୋରଦାର ଭାଇରାଲ ହେଉଥିବାବେଳେ ୟୁଜର୍ସ ଏହା ଉପରେ ନିଜର ମତ ରଖିଛନ୍ତି । କେହି କେହି କହିଛନ୍ତି, "କେହି ଖୁସିରେ ଏପରି କରନ୍ତି ନାହିଁ । ନିହାତି ଆର୍ଥିକ ସମସ୍ୟା ଥିବ ।"ଆଉ କେହି କେହି କହିଛନ୍ତି, "ଖୁସିରେ କିଏ ଟାଇମ ପାସ୍ କରିବାକୁ ଆସି ବେଙ୍ଗାଲୁରୁ ଟ୍ରାଫିକରେ ଫସିବାକୁ ପସନ୍ଦ କରିବ? କଥାଟା ହଜମ ହେଉନାହିଁ ।"ଆଉ ଜଣେ ୟୁଜର ଆମେରିକା ସହ ତୁଳନା କରି କହିଛନ୍ତି ଯେ, ମୁଁ ଯେତେବେଳେ ଆମେରିକାର ଏକ ବଡ଼ କମ୍ପାନୀରେ କାମ କରୁଥିଲି ମୋ CEO ଏକ ହୋଟେଲରେ ପାର୍ଟ ଟାଇମ କାମ କରୁଥିଲେ । ଯଦି ଆମ ଦେଶରେ ଏପରି ହେବା କଥା ସତ ହୁଏ, ତେବେ ତାହା ଅତ୍ୟନ୍ତ ଖୁସିର କଥା । ଗୁଡ୍ ଲକ୍ । 

Advertisment

ଅଧିକ ପଢନ୍ତୁ : ବିବାହରେ ପନିର ମିଳିଲାନି ବୋଲି ଅଜବ କାରନାମା କଲା ଡ୍ରାଇଭର

Bengaluru Uber Uber Cab Drivers
Advertisment
Related Articles
Advertisment